ହୋଟେଲର ଚଉଡ଼ା ୯ ଫୁଟ

Above Post Content

ଲୋକେ କୌଣସି ସ୍ଥାନକୁ ବୁଲିବାକୁ ଗଲେ ରହିବା ପାଇଁ ଭଲ ହୋଟେଲର ଆବଶ୍ୟକତା ପଡ଼ିଥାଏ । ସେଥିଲାଗି ଲୋକଙ୍କ ରହଣି ପାଇଁ ଅନେକ ହୋଟେଲ ରହିଛି । ସବୁଗୁଡ଼ିକ ଆକାରରେ ଭିନ୍ନ ହୋଇଥାଏ । ହୋଟେଲ ଯେତେ ବଡ଼ ହେବ ତାହାର ଚାହିଦା ବି ଅଧିକ ରହିଥାଏ । କେବଳ ସେତିକି ନୁହେଁ, ତାର ରୁମ୍ ଚାର୍ଜ ବି ଅଧିକ ରୁହେ । ତେବେ ଇଣ୍ଡୋନେସିଆରେ ଏମିତି ଏକ ହୋଟେଲ ଅଛି, ଯାହା ଦୁନିଆର ସବୁଠୁ ସରୁ ହୋଟେଲ ଭାବେ ବିବେଚିତ ହୋଇଛି । ଏହା ବର୍ଷ ତମାମ ଚର୍ଚ୍ଚାରେ ରହିଥାଏ ।

Middle post content

ପ୍ରତି ରୁମ୍‌ର ଡ଼ିଜାଇନ ଭିନ୍ନ ଭିନ୍ନ

After 2nd paragraph post ads

ଇଣ୍ଡୋନେସିଆର ସେଣ୍ଟ୍ରାଲ ଜାୱାର ସାଲାଟିଗା ସହରରେ ରହିଛି ଏହି ସରୁ ହୋଟେଲ । ଏହାର ନାମ ‘ପିଟୁରୁମ୍‌ସ’ । ୯ ଫୁଟ ଚଉଡ଼ା ୫ ମହଲା ବିଶିଷ୍ଟ ଏହି ହୋଟେଲରେ ଆରାମଦାୟକ ସବୁ ସୁବିଧା ରହିଛି । ଏହି ହୋଟେଲରେ ରହୁଥିବା ଲୋକେ କିଛି ଅଲଗା ଅନୁଭୂତି ନେଇ ଯାଇଥାନ୍ତି । ଏହାର ଡିଜାଇନ ଏବଂ ସବୁ ରୁମ୍‌ର କାମ ଅଲଗା ଅଲଗା ହୋଇଥାଏ । ରିପୋର୍ଟ ମୁତାବକ, ଏହି ହୋଟେଲ ଏକ ପରିତ୍ୟକ୍ତ ଭାବେ ପଡ଼ିଥିବା ସ୍ଥାନରେ କରାଯାଇଛି । ଏହି ଜାଗା ଘର ଏବଂ ଗଳି ଭିତରେ ରହିଛି । ଏହାକୁ ଲୋକେ ଘରର ଅଳିଆ ପକାଇବାରେ ବ୍ୟବହାର କରୁଥିଲେ । ତେବେ ଏପରି ସ୍ଥାନରେ ଏକ ହୋଟେଲ କରିବା ସହଜ ନ ଥିଲା । ହେଲେ ଏପରି କାମ ଆର୍କିଟେକ୍ଟ ଏରି ଇନ୍ଦ୍ରା କରିବାରେ ସଫଳ ହୋଇଛନ୍ତି । ସାଲାଟିଗା ସହରରେ ଇନ୍ଦ୍ରାଙ୍କ ଘର । ସେ ସିଙ୍ଗାପୁର ଏବଂ ଜାକର୍ତ୍ତାରେ ଆର୍କିଟେକ୍ଟ ଭାବେ ପ୍ରଶିକ୍ଷଣ ନେଇଛନ୍ତି । ଏହି ହୋଟେଲରେ ୭ଟି ରୁମ୍ ରହିଛି । କାରଣ ଜାଭାନିସ ଭାଷାରେ ପିଟୁର ଅର୍ଥ ୭ । ଏହାକୁ ଇନ୍ଦ୍ରା ୨୦୨୨ରେ ନିର୍ମାଣ କରିଥିଲେ । ଖୁବ୍ କମ୍ ଦିନରେ ଏହା ବେଶ୍ ପରିଚିତ ହୋଇପାରିଛି । ଲୋକେ ବି ଏହି ହୋଟେଲରେ ରହିବାକୁ ପସନ୍ଦ କରୁଛନ୍ତି । ଇଣ୍ଡୋନେସିଆ ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଏହା ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami