ସହର ସାରା ପୋଷ୍ଟର ଲଗାଇ ଖୋଜୁଛି ପୋଲିସ

Above Post Content

ସାଧାରଣତଃ ଅପରାଧୀଙ୍କୁ ଧରିବା ପାଇଁ ପୋଲିସ ସହର ହେଉ କି ରାଜ୍ୟରେ ହାଇ ଆଲର୍ଟ ଜାରି କରିଥାଏ । ଏପରିକି ଅପରାଧୀଙ୍କୁ ସହଜରେ ଧରିବା ପାଇଁ ପୋଲିସ ମୋଷ୍ଟ ୱାଣ୍ଟେଡ ଭାବରେ ସବୁ ସ୍ଥାନରେ ସେମାନଙ୍କ ପୋଷ୍ଟର ଲଗାଇଥାଏ । କିନ୍ତୁ ଏବେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ନେଦରଲାଣ୍ଡର ଟିଲବର୍ଗ ସହରରେ ସାପ ଧରିବା ପାଇଁ ପୋଲିସ ମୋଷ୍ଟ ୱାଣ୍ଟେଡ ପୋଷ୍ଟର ଲଗାଇଛି । ତାହା ପୁଣି ଗୋଟେ କି ଦୁଇଟି ନୁହେଁ, ସହରର ବିଭିନ୍ନ ସ୍ଥାନରେ ମୋଷ୍ଟ ୱାଣ୍ଟେଡ଼ ସାପ ପୋଷ୍ଟର ଲଗାଇଛି । ଏହି ପୋଷ୍ଟର ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି ।

Middle post content

ଜୋରସୋରରେ ଚାଲିଛି ସାପ ଖୋଜା

After 2nd paragraph post ads

ବିଭିନ୍ନ ପ୍ରକାରର ସାପଙ୍କ ମଧ୍ୟରୁ ମମ୍ବା ସାପ ହେଉଛି ଦୁନିଆର ସବୁଠାରୁ ବିପଜ୍ଜନକ ଓ ବିଷଧର ଭାବେ ବିବେଚନା କରାଯାଏ । ଏବେ ଏହି ସମ୍ବା ସାପ ଟିଲବର୍ଗ ସହରରେ ଲୋକ ଓ ପୋଲିସକୁ ନାକେଦମ କରି ରଖିଛି । ଏହି ସାପ ଏତେ ବିପଜ୍ଜନକ ଯେ ଏଥିପାଇଁ ପୋଲିସକୁ ସହର ସାରା ପୋଷ୍ଟର ଲଗାଇବାକୁ ପଡିଛି । ଏହି ମମ୍ବା ସାପର ଚୋଟରେ କ୍ଷଣିକରେ ହିଁ ଜୀବନ ଚାଲିଯାଇଥାଏ । ଏନେଇ ସହର ସାରା ଆଲର୍ଟ ଜାରି ରହିଛି । ଯେ କେଉଁଠି ବି ଏହିି ସାପକୁ ଦେଖିଲେ ତାହାଠାରୁ ଦୂରେଇ ରହିବାକୁ କହିବା ସହ ତୁରନ୍ତ ପୋଲିସକୁ ଖବର ଦେବାକୁ କୁହାଯାଇଛି । ତେବେ ଏହି ପିଷଧର ସାପକୁ ଧରିବା ପାଇଁ ସନ୍ଧାନୀ କୁକୁର ଲଗାଯାଇଛି । ଏଥିସହ ସବୁ ସ୍ଥାନରେ ମେଡିକାଲ ୟୁନିଟ୍‌ଙ୍କୁ ମୁତୟନ କରାଯାଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami