ଏମିତି କୁକୁର,ଯାହାର ନାକର ଲମ୍ବ ୧୨ ଇଞ୍ଚ

Above Post Content

ନ୍ୟୁୟର୍କ: ଦେଶ ହେଉ ବା ବିଦେଶ ଅଧିକାଂଶ ଲୋକେ ଘରେ ପଶୁପକ୍ଷୀ ପାଳିବାକୁ ଭଲ ପାଇଥାନ୍ତି । ଆଉ ଏ କ୍ଷେତ୍ରରେ ସଂଖ୍ୟାଧିକ ଲୋକ ପ୍ରାୟତଃ କୁକୁରକୁ ହିଁ ଘରେ ପୋଷିବାକୁ ପସନ୍ଦ କରିଥାନ୍ତି । ମୋଟ ଉପରେ କହିବାକୁ ଗଲେ, ସବୁଠୁ ଅଧିକ ଲୋକେ ଦେଶୀ ପ୍ରଜାତି ଅପେକ୍ଷା ହାଇବ୍ରିଡ଼ ପ୍ରଜାତିର କୁକୁରକୁ ପସନ୍ଦ କରିଥାନ୍ତି । ହାଇବ୍ରିଡ଼ କୁକୁରଙ୍କ କ୍ଷେତ୍ରରେ ସାଧାରଣତଃ କାନ, ନାକ ଓ ଉଚ୍ଚତା ତଥା ସ୍ୱଭାବରେ ଅନେକ ବ୍ୟତିକ୍ରମ ଦେଖିବାକୁ ମିଳିଥାଏ । ଖାସ୍‌କରି ଏମାନେ ଦେଖିବାକୁ ବହୁତ ସୁନ୍ଦର ବି ହୋଇଥାନ୍ତି । ଏହିକ୍ରମରେ ଦୁନିଆର ସବୁଠୁ ଲମ୍ବା ନାକ ଥିବା କୁକୁରକୁ ନେଇ ଏବେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ।

Middle post content

ନ୍ୟୁୟର୍କର ଲିଲି କମ୍ବୋରିୟାନ ନାମକ ଜଣେ ବ୍ୟକ୍ତି ଏହି କୁକୁର ପାଳିଛନ୍ତି । ଏହି କୁକୁରର ନାଁ ଦେଇଛନ୍ତି ଲାପଶା । ଏହା ବର୍ତ୍ତମାନ ଇଣ୍ଟରନେଟ୍ ସେନ୍‌ସସ୍ ପାଲଟିଛି ଲିଲି ଇନଷ୍ଟାଗ୍ରାମରେ ଲାପଶାଙ୍କ ନାମରେ ଏକ ଆକାଉଣ୍ଟଖୋଲିଛନ୍ତି । ଆଉ ସେଥିରେ ତାଙ୍କର ଏକ ଲକ୍ଷରୁ ଅଧିକ ଫଲୋଅର୍ସ ବି ଅଛନ୍ତି । ଏଥିରେ ଲାପଶାଙ୍କ ଅନେକ ଫଟୋ ଓ ଭିଡ଼ିଓ ପୋଷ୍ଟ କରିଛନ୍ତି । ଲାପଶାର ରଙ୍ଗ ସମ୍ପୂର୍ଣ୍ଣ ଧଳା । ସେ କାନାଡିଆନ୍ ବୋରୋଜୋଇ ପ୍ରଜାତିର ଏକ ଲୋମହୀନ କୁକୁର । ତାର ନାକର ଲମ୍ବ ପ୍ରାୟ ୧୨ ଇଞ୍ଚ । ତେଣୁ ଏହାର ନାକ ହେଉଛି ଦୁନିଆର ସବୁଠୁ ଲମ୍ବା ନାକ ବୋଲି ବିବେଚନା କରାଯାଏ । ବୁର୍ଜୋ କୁକୁରମାନେ ସେମାନଙ୍କର ଲମ୍ବା ନାକ ପାଇଁ ସର୍ବଦା ଜଣାଶୁଣା । ୨୦୧୮ ରେ, ଆମେରିକୀୟ କେନେଲ କ୍ଲବ ଦ୍ୱାରା ତାଲିକାଭୁକ୍ତ ୧୯୨ କୁକୁର ପ୍ରଜାତି ମଧ୍ୟରୁ ବୋରୋଜୋଇ ୧୦୩ ତମ ସ୍ଥାନରେ ରହିଥିଲା । ବୋରୋଜୋଇ କୁକୁରମାନେ ୧୫ ବର୍ଷ ପର୍ଯ୍ୟନ୍ତ ବଞ୍ଚି ପାରନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami