ବିଜେଡି ପ୍ରଚାର ଗାଡିକୁ ଅଟକାଇ ଧମକାଇଲେ ବିଜେପି ସମର୍ଥକ

Above Post Content

ଭୁବନେଶ୍ୱର: ପୁଣି ବିଜେପି କର୍ମୀ କଲେ ଆଇନ ଉଲ୍ଲଂଘନ । ବିଜେଡି ପ୍ରଚାର ଗାଡିକୁ ବିଜେପି ପ୍ରାର୍ଥୀଙ୍କ ସମର୍ଥକ ଅଟକାଇ ଧମକାଇବା ନେଇ ସିଇଓଙ୍କ ନିକଟରେ ଅଭିଯୋଗ କରିଛି ବିଜେଡି । ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋଳନ୍ଥରାରେ ବିଜେଡି ବିଧାୟକ ପ୍ରାର୍ଥୀ ବିକ୍ରମ ପଣ୍ଡାଙ୍କ ପ୍ରଚାର ଗାଡି ଯାଉଥିଲା । ଏହି ସମୟରେ ବିଜେପି ବିଧାନସଭା ପ୍ରାର୍ଥୀ ବିଭୁତି ଭୂଷଣ ଜେନାଙ୍କ ବାଇକ ରାଲିରେ ଆସୁଥିବା ସମର୍ଥକ ଓ କର୍ମୀ ତାଙ୍କ ପ୍ରଚାର ଗାଡ଼ିକୁ ଅଟକାଇଥିଲେ । ବିଜେଡି ପ୍ରଚାର ଗାଡିରେ ଥିବା ପୋଷ୍ଟର ଓ ବ୍‌୍ୟାନର ଚିରିବା ସହ ଗାଡିର ଡ଼୍ରାଇଭରଙ୍କୁ ଧମକାଇଥିଲେ । ବିଜେଡି ପ୍ରଚାରରେ ବାଧା ସୃଷ୍ଟି କରିବା ଅଭିଯୋଗ ନେଇ ସିଇଓଙ୍କ ନିକଟରେ ଫେରାଦ ହୋଇଛି ବିଜେଡି । ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଓ ରାଜ୍ୟସଭା ସାଂସଦ ସୁଲତା ଦେଓଙ୍କ ସମେତ ବିଜେଡିର ଏକ ପ୍ରତିନିଧି ଦଳ ଏ ନେଇ ସିଇଓଙ୍କ ନିକଟରେ ଅଭିଯୋଗ କରିଛନ୍ତି । ବିଜେପି କର୍ମୀ ଓ ସମର୍ଥକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେଡି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami