ମଣିଷ ଉଚ୍ଚତା ପରି ଚପଲ ତିଆରି କଲେ ବ୍ୟକ୍ତି , ବିଶ୍ୱ ରେକର୍ଡ଼ କରିବାକୁ ଟାର୍ଗେଟ

Above Post Content

ମଧ୍ୟପ୍ରଦେଶ: ଜୋତାକୁ ନେଇ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଏକ ଚର୍ଚ୍ଚିତ ଖବର । ଖବରଟି ହେଲା ଜଣେ ବ୍ୟକ୍ତି ଗିନିଜ୍ ବୁକ୍ ଅଫ୍ ୱାଲର୍ଡ଼ ରେକର୍ଡ଼ରେ ସ୍ଥାନ ପାଇବା ପାଇଁ ତିଆରି କରିଛନ୍ତି ୫ ଫୁଟ ୩ ଇଞ୍ଚ ଲମ୍ବର ଏକ ଜୋତା । ଏହି ଲମ୍ବା ଜୋତାଟି ବିଶ୍ୱ ରେକର୍ଡ଼ରେ ସ୍ଥାନ ପାଇବ ବୋଲି ନିର୍ମାଣକାରୀଙ୍କ ଆଶା ।

Middle post content

ନୟାମାଟପୁର ଅଞ୍ଚଳରେ ରୁହନ୍ତି ରମେଶ ଦାଶରଥ ଚିତ୍ରେ । ସେ ଦୀର୍ଘ ୨୫ ବର୍ଷ ହେଲାଣି ଜୋତା ତିଆରି କରି ଆସୁଛନ୍ତି । ତାଙ୍କ ବାପା ମଧ୍ୟ ଜୋତା ତିଆରି କରୁଥିଲେ । ତାଙ୍କ ବାପାଙ୍କଠାରୁ ସେ ଜୋତା ତିଆରି କରିବା ଶିଖିଛନ୍ତି । ତାଙ୍କର ହାତ ତିଆରି ଜୋତାର ଚାହିଦା ତ୍ସ୍‌ାନୀୟ ଅଞ୍ଚଳରେ ବେଶ୍ ଅଧିକ । ସେ ମାତ୍ର ତୃତୀୟ ଶ୍ରେଣୀ ପର‌୍ୟ୍ୟନ୍ତ ପାଠ ପଢିିଛନ୍ତି । ତାଙ୍କର ଇଛା ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା । ଖାସ୍‌କରି ନିଜ ନାମକୁ ଗିନିଜ ବୁକ୍ ଅଫ ୱାଲର୍ଡ଼ରେ ସ୍ଥାନିତ କରିବାକୁ ଚାହାଁନ୍ତି । ସେଥିଲାଗି ସେ ଏକ ରେଗାଜାଇନ୍ ମ୍ୟାଟ୍ ରୁ ୫ ଫୁଟ ୩ ଇଞ୍ଚର ଏକ ଜୋତା ତିଆରି କରିଛନ୍ତି । ଏହାକୁ ତିଆରି କରିବାକୁ ମାତ୍ର ୩ ଦିନ ସମୟ ଲାଗିଥିଲା । ଏହି ଜୋତାରେ ବ୍ୟବହୃତ ସାମଗ୍ରୀରେ ୧୫ ହଳ ଜୋତା ତିଆରି କରାଯାଇପାରିବ । ବର୍ତ୍ତମାନ ପର୍ଯ୍ୟନ୍ତ ଜିଲ୍ଲାର କୌଣସି ଚପଲ ଉତ୍ପାଦନକାରୀ ଏତେ ବଡ ଜୋତା ତିଆରି କରିନାହାଁନ୍ତି ବୋଲି ରମେଶ କୁହନ୍ତି ।

After 2nd paragraph post ads

ସାଧାରଣତଃ ଜଣେ ବ୍ୟକ୍ତିର ଉଚ୍ଚତା ୫ ଫୁଟରୁ ୬ ଫୁଟ ହୋଇଥାଏ । ଏହି ଜୋତାର ଉଚ୍ଚତା ମଧ୍ୟ ସାଧାରଣ ଲୋକର ଉଚ୍ଚତା ସହିତ ସମାନ । ଏହା ମଧ୍ୟପ୍ରଦେଶର ସବୁଠାରୁ ବଡ ଜୋତା । ଏହାକୁ ଦେଖିବାକୁ ପ୍ରତ୍ୟେକ ଦିନ ଲୋକଙ୍କ ଭିଡ଼ ଜମୁଛି । ଜୋତା ନିର୍ମାତା ରମେଶ କହିଛନ୍ତି ଯେ, ଗିନିଜ୍ ବୁକ୍‌ରେ ମୋ ନାମ ପଞ୍ଜୀକରଣ କରିବା ପାଇଁ ଏହି ଜୋତା ତିଆରି କରିଛି । ଏଥିଲାଗି ଆବେଦନ ମଧ୍ୟ କରିଛି । ଯଦି ଏହା ବିଶ୍ୱ ରେକର୍ଡରେ ସ୍ଥାନ ନ ପାଇବ ଆଗକୁ ୧୦ ଫୁଟର ଜୋତା ତିଆରି କରିବି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami