୧୦ ହଜାର ଫୁଟ ଉଚ୍ଚତାରୁ ଡେଇଁଲେ ବୃଦ୍ଧା, ଲୋକେ ଆଶ୍ଚର୍ଯ୍ୟ

Above Post Content

ଚିକାଗୋ: କୁହାଯାଏ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଓ ନିରନ୍ତର ଉଦ୍ୟମ ହେଉଛି ସଫଳତାର ମୂଳମନ୍ତ୍ର । ବିଭିନ୍ନ ସମୟରେ ଏହାକୁ ନିଜ ଜୀବନ କାଳ ଭିତରେ ଅନେକ ଆପଣେଇବା ସହିତ ସଫଳତା ମଧ୍ୟ ହାସଲ କରିଥିବାର ନଜିର ରହିଛି । ଆଉ ଏବେ ଏହାକୁ ଆପଣେଇ ଚିକାଗୋର ଜଣେ ଶତାୟୁ ମହିଳା ସ୍କାଇ ଡାଇଭିଂ କରିବା ସହିତ ବିଶ୍ୱ ରେକର୍ଡ ମଧ୍ୟ ହାସଲ କରିଛନ୍ତି । ସବୁଠାରୁ ବଡ଼ କଥା ହେଲା ଆଗକୁ ମଧ୍ୟ କିଛି ନିଆରା ସଫଳତା ହାସଲ କରିବା ତାଙ୍କ ଲକ୍ଷ୍ୟ ।

Middle post content

ଚିକାଗୋର ବାସିନ୍ଦା ଦୋରୋଥି ହଫନର । ବୟସ ୧୦୪ ବର୍ଷ । ଏହି ପରିଣତ ବୟସରେ ସେ ଏପରି କରି ଦେଖାଇଛନ୍ତି, ଯାହା ସମସ୍ତଙ୍କୁ ଚକିତ କରିଦେଇଛି । ଗତ ରବିବାର ଭୂପୃଷ୍ଠରୁ ପ୍ରାୟ ୧୦ ହଜାର ଫୁଟ ଉଚ୍ଚତାରୁ ଆକାଶଛତା ସହ ତଳକୁ ଡେଇଁଥିଲେ । ଏହାଦ୍ୱାରା ସେ ଗତବର୍ଷ ସ୍ୱିଡେନ୍‌ର ଜଣେ ୧୦୩ ବର୍ଷୀୟଙ୍କ ନାମରେ ଥିବା ରେକର୍ଡକୁ ଭାଙ୍ଗିଛନ୍ତି । ତାଙ୍କୁ ଯେତେବେଳେ ଶହେ ବର୍ଷ ହୋଇଥିଲା ସେତେବେଳେ ସେ ପ୍ରଥମ ଥର ପାଇଁ ସ୍କାଇ ଡ଼ାଇଭିଂ କରି ଚର୍ଚ୍ଚାକୁ ଆସିଥିଲେ । ଆଗକୁ ସ୍କାଇ ଡ଼ାଇଭିଂ ଅଧିକ ନିଆରା ହେବ ବୋଲି ସେତେବେଳେ କହିଥିଲେ । ଠିକ୍ ଚାରିବର୍ଷ ପରେ ସେ ଏପରି ଦୁଃସାହସିକ ପଦକ୍ଷେପ ନେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି । ସେ ତାଙ୍କର ଏହି ଅଭିଯାନରେ ସେ ସହଯାତ୍ରୀ ଡେରେକ ବାକଷ୍ଟରଙ୍କ ସହାୟତା ନେଇଥିଲେ ।

After 2nd paragraph post ads

ଇଲିନଏର ଓଟାବାଠାରେ ସେ ତାଙ୍କର ଏହି ଦୁଃସାହସିକ କାର୍ଯ୍ୟ ପ୍ରଦର୍ଶନ କରିଥିଲେ । ଏହା ଦେଖିବାପାଇଁ ସେଠାରେ ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା । ହଫନର କହିଛନ୍ତି ଯେ, ଆକାଶରେ ବିମାନରୁ ଡେଇଁଲା ବେଳର ମୁହୂର୍ତ୍ତ ସବୁଠାରୁ ଅଧିକ ରୋମାଞ୍ଚକର ଥିଲା । ଆଗକୁ ଅନୁରୂପ ଭାବେ ତୃତୀୟ ସ୍କାଏଡାଇଭିଂ ଓ ହଟ୍ ଏଆର୍ ବେଲୁନ୍‌ରେ ଆକାଶ ପରିଭ୍ରମଣ କରିବାକୁ ଲକ୍ଷ୍ୟ ରଖିଛି । ବୟସ ହେଉଛି କେବଳ ଏକ ସଂଖ୍ୟା । ଦୃଢ଼ ଇଚ୍ଛାଶକ୍ତି ଓ ମନୋବଳ ହିଁ କିଛି ଅସାଧାରଣ ସାଧନ ପାଇଁ ଉତ୍‌ପ୍ରେରିତ କରିଥାଏ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami