ବାଦଲ ଫଟା ବର୍ଷା ଆଣିଲା ବନ୍ୟା ବିତ୍ପାତ : ଭାସିଗଲେ ୨୩ ଯବାନ, ଉଦ୍ଧାର କାର୍ଯ୍ୟ ଜାରି

Above Post Content

ଗ୍ୟାଙ୍ଗଟକ୍ : ମାତ୍ର କେଇ ମିନିଟ୍ ଭିତରେ ଯେ, ଚିତ୍ର ବଦଳିଯିବ ଏହା କାହାକୁ ଜଣା ନ ଥିଲା । ହଠାତ୍ ଆରମ୍ଭ ହେଲା ବାଦଲ ଫଟା ବର୍ଷା ବିତ୍ପାତ । ଅଚାନକ ଆସିଗଲା ଅତର୍କିତ ବନ୍ୟା । କେହି କିଛି ବୁଝିବା ଆଗରୁ ଭାସିଗଲେ ୨୩ ଯବାନ । ଏହାସହିତ ସେନାଗାଡ଼ି ମଧ୍ୟ ପ୍ରବଳ ବନ୍ୟାରେ ଭାସିଗଲା । ଏଭଳି ଭୟଙ୍କର ସ୍ଥିତି ଉପୁଜିଛି ଉତ୍ତର ସିକିମ୍‌ର ଲାଚେନ୍ ହ୍ରଦ ନିକଟ ତିସ୍ତା ନଦୀରେ । ସର୍ଚ୍ଚ ଅପରେସନ ଜାରି ରହିଥିବା ବେଳେ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି ବିଭିନ୍ନ ପଦାଧିକାରୀ । ଏହାବ୍ୟତୀତ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାଯାଇଛି ।

Middle post content

ବାଦଲ ଫଟା ବର୍ଷା ଯୋଗୁଁ ଉତ୍ତର ସିକିମର ଲାଚେନ୍ ଉପତ୍ୟକାର ତିସ୍ତା ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ପ୍ରବଳ ବର୍ଷା କାରଣରୁ ଜଳସ୍ତର ବୃଦ୍ଧି ପାଇବା ସହ ବ୍ୟାପକ କ୍ଷୟକ୍ଷତି ହୋଇଛି । ପ୍ରବଳ ଜଳ ସ୍ରୋତରେ ୨୩ ଯବାନ ଭାସିଯାଇଥିବା ଜଣାପଡିଛି । ନିଖୋଜ ଯବାନଙ୍କ ଖୋଜିବା ପାଇଁ ସର୍ଚ୍ଚ ଅପରେସନ ଜାରି ରହିଥିବା ବେଳେ କିଛି ସେନାଗାଡି ମଧ୍ୟ ବନ୍ୟାପାଣିରେ ବୁଡି ରହିଥିବା କୁହାଯାଉଛି ।

After 2nd paragraph post ads

ପରିସ୍ଥିତି ସମ୍ପର୍କରେ ସୂଚନା ପ୍ରଦାନ କରି ପ୍ରତିରକ୍ଷା ବିଭାଗ ମୁଖ୍ୟ କହିଛନ୍ତି ଯେ, ପ୍ରବଳ ବର୍ଷା କାରଣରୁ ଚୁଙ୍ଗଥାଙ୍ଗ ଡ୍ୟାମରୁ ହଠାତ ପାଣି ଛଡାଯାଇଥିଲା । ଚୁଙ୍ଗଥାଙ୍ଗ ଡ୍ୟାମରୁ ଜଳ ନିର୍ଗତ ହେତୁ ହଠାତ୍ ଜଳସ୍ତର ୧୫-୨୦ ଫୁଟ ଉଚ୍ଚକୁ ବୃଦ୍ଧି ପାଇଲା । ଏହି କାରଣରୁ, ସିଙ୍ଗଟାମ ନିକଟ ବରଦାଙ୍ଗରେ ପାର୍କିଂ ହୋଇଥିବା ସେନା ଗାଡି ପ୍ରଭାବିତ ହୋଇଥିଲା । ଉପତ୍ୟକାରେ କେତେକ ସାମରିକ ପ୍ରତିଷ୍ଠାନ ପ୍ରଭାବିତ ହୋଇଛି ଏବଂ ସବିଶେଷ ତଥ୍ୟ ନିଶ୍ଚିତ କରିବାକୁ ଉଦ୍ୟମ ଚାଲିଛି । ୨୩ ଯବାନ ନିଖୋଜ ଥିବା ଏବଂ କିଛି ପାଣିରେ ବୁଡ଼ି ଯାଇଥିବା ଜଣାଯାଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami