ପ୍ରାଇଭେଟ୍ ଜେଟ୍ ଭିତରେ କ’ଣ ଚାଲେ ? ରହସ୍ୟ ଖୋଲିଲେ ପୂର୍ବତନ ଏୟାର ହୋଷ୍ଟେସ

Above Post Content

ସାସ୍କିୟା ସବାନ ଅସଲ ରହସ୍ୟ ଉପରୁ ପରଦା ହଟାଇଛନ୍ତି

ଦୁନିଆର କୋଟିପତି, ବଂଚିଯାଇଥିବା ରାଜାରାଜୁଡା ହାୱାରେ ଉଡ଼ିବାକୁ ପସନ୍ଦ କରନ୍ତି । ତେବେ ସେମାନେ କମର୍ସିଆଲ ବିମାନ ଅପେକ୍ଷା ନିଜର ବ୍ୟକ୍ତିଗତ ଜେଟ୍ ବ୍ୟବହାର କରନ୍ତି । କୁବେର ମାନଙ୍କ ପ୍ରାଇଭେଟ୍ ଜେଟରେ ଥାଏ ଦୁନିଆର ସବୁ ସୁଖସୁବିଧା । ପ୍ରାଇଭେଟ୍ ଜେଟରେ ବିମାନ ଚାଳକ ସଦସ୍ୟଙ୍କ ସହିତ ଏୟାରହୋଷ୍ଟସ୍ ମଧ୍ୟ ରହିଥାନ୍ତି । ଦୁନିଆର ଅନେକ ନାମିଦାମୀଙ୍କ ପ୍ରାଇଭେଟ୍ ଜେଟରେ ଏୟାର ହୋଷ୍ଟେଷ୍ ଥିବା ଜଣେ ଯୁବତୀ ବାହାରକୁ ଝଲସୁଥିବା ସେଇ କଳା ଦୁନିଆର ଅସଲ ରହସ୍ୟ ଉପରୁ ପରଦା ହଟାଇଛନ୍ତି । ସାସ୍କିୟା ସବାନ ନାମକ ଏହି ଏୟାର ହୋଷ୍ଟେସଙ୍କ ଅନୁସାରେ ପ୍ରାଇଭେଟ୍ ଜେଟରେ କାମ କରୁଥିବା ଯୁବତୀଙ୍କୁ ଝାଡୁ ମାରିବା ଠାରୁ ସେକ୍ସ କରିବା ପର୍ଯ୍ୟନ୍ତ କାମ କରିବାକୁ ପଡିଥାଏ । ସବାନଙ୍କ ଅନୁସାରେ ଥରେ ତାଙ୍କୁ ମାଲିକଙ୍କ ଶୁଆର ଦେଖାଶୁଣା କରିବାକୁ ପଡିଥିଲା ।

After 2nd paragraph post ads

ସବାନ ନିଜ ଅନୁଭୂତିକୁ ନେଇ ଗୋଟିଏ ବହି ଲେଖିଛନ୍ତି । ଯାହାର ନାମ ହେଉଛି ସିକ୍ରେଟ୍ ଅଫ୍ ଏ ପ୍ରାଇଭେଟ୍ ଫ୍ଲାଇଟ୍ ଆଟେଣ୍ଡାଣ୍ଟ୍ । ପୁସ୍ତକ ଅନୁସାରେ ସବାନଙ୍କୁ ଚାକିରି ପାଇଁ ଚୁକ୍ତିପତ୍ର ସ୍ୱାକ୍ଷର କରିବାକୁ ପଡିଥିଲା । ଯେଉଁଥିରେ ୮ ଗୋପନୀୟ ଚୁକ୍ତି ଥିଲା । ଚୁକ୍ତି ସ୍ୱାକ୍ଷର କରିବା ପରେ ତାଙ୍କୁ ଋଷର ଜଣେ କୋଟିପତି ପାବଲଙ୍କ ପ୍ରାଇଭେଟ୍ ଜେଟରେ କାମ ମିଳିଥିଲା । ଦରମା ଥିଲା ବାର୍ଷିକ ୪୧ ଲକ୍ଷ । ଏହାସହିତ ସବାନଙ୍କ ଜୀବନ ବଦଳି ଯାଇଥିଲା । ଡିଜାଇନର କପଡା ପିନ୍ଧି ସେ ବିଶ୍ୱର ବଡ ବଡ ସହର ବୁଲିଥିଲେ । ସବାନଙ୍କ ଅନୁସାରେ ତାଙ୍କ କାମ ଥିଲା ଯାତ୍ରାକାଳରେ ମାଲିକଙ୍କ ପତ୍ନୀଙ୍କ ଦେଖାଶୁଣା କରିବା । କିନ୍ତୁ ପତ୍ନୀଙ୍କଠାରୁ ଛାଡପତ୍ର ନେବା ପରେ ସବାନଙ୍କ କାମ ବଦଳି ଯାଇଥିଲା । ସବାନଙ୍କୁ କୁହାଯାଇଥିଲା ଯେ, ବିମାନରେ ପୂର୍ବତନ ପତ୍ନୀଙ୍କ କୌଣସି ଚିହ୍ନ ମାଲିକ ଦେଖିବାକୁ ଚାହୁଁନାହାନ୍ତି । ତେଣୁ ବିମାନକୁ ସମ୍ପୂର୍ଣ୍ଣ ସଫା କରିବା ଦାୟିତ୍ୱ ସବାନଙ୍କ ଉପରେ ପଡିଥିଲା । ପରେ ଏହି ଋଷୀୟ କୋଟିପତି ସବାନଙ୍କୁ ତାଙ୍କ ସହିତ ସେକ୍ସ କରିବାକୁ ବାଧ୍ୟ କରିଥିଲେ । ସେକ୍ସ ନକଲେ ଚାକିରି ରହିବ ନାହିଁ ବୋଲି ତାଙ୍କୁ ସଫା ସଫା ଶୁଣାଇ ଦିଆଯାଇଥିଲା । ଋଣଭାରରେ ବୁଡିଥିବା ସବାନଙ୍କୁ ମାଲିକଙ୍କ କଥାରେ ରାଜି ହେବାକୁ ପଡିଥିଲା ।

ସାଉଦି ଯୁବାରାଜଙ୍କୁ ଗର୍ଲଫ୍ରେଣ୍ଡଙ୍କ ସହିତ ଅସଂଜତ ଅବସ୍ଥାରେ ଦେଖିଥିଲେ

Middle post content

ଋଷୀୟ କୋଟିପତିଙ୍କ ଚାକିରି ଛାଡିବା ପରେ ସବାନ ସାଉଦି ଆରବର ଜଣେ ଯୁବରାଜଙ୍କ ପ୍ରାଇଭେଟ୍ ଜେଟରେ ଏୟାର ହୋଷ୍ଟେସ୍ ଭାବେ ଯୋଗ ଦେଇଥିଲେ । ସେଠାରେ ତାଙ୍କୁ ରାଜାଙ୍କ ମହଲରେ ରହିବାକୁ ପଡୁଥିଲା । ଥରେ ସେ ଯୁବରାଜଙ୍କୁ ତାଙ୍କ ଗାର୍ଲଫ୍ରେଣ୍ଡଙ୍କ ସହିତ ମଝି ଆକାଶରେ ଅସଂଜତ ଅବସ୍ଥାରେ ଦେଖିଥିଲେ । ସବାନଙ୍କ ଅନୁସାରେ ସାଉଦି ରାଜପରିବାରର ପ୍ରାଇଭେଟ୍ ଜେଟରେ କାମ କରୁଥିବା ଏୟାର ହୋଷ୍ଟେସ ମାନଙ୍କୁ ମଧ୍ୟ ଅର୍ଥ ବଦଳରେ ସେକ୍ସର ଅଫର ଦିଆଯାଇଥାଏ ।

ପ୍ରାଇଭେଟ୍ ଜେଟର ହୋଷ୍ଟେସ୍ କେତେ ପାରିଶ୍ରମିକ ପାଆନ୍ତି ?

ସବାନଙ୍କ ଅନୁଯାୟୀ ଏହି ପ୍ରଫେସନରେ ଭଲ ରୋଜଗାର ହୋଇଥାଏ । ବିଦେଶରେ ଫାଇଭ୍ ଷ୍ଟାର ହୋଟେଲରେ ରହିବାର ସୁଯୋଗ ମିଳିଥାଏ । ଦୈନିକ ସେମାନଙ୍କୁ ଅତିକମରେ ୪୫୦ ଡଲାର ପାରିଶ୍ରମିକ୧୨୫ ଡଲାର ହାତ ଖର୍ଚ୍ଚ ପାଇଁ ମିଳିଥାଏ । ତେବେ ବିମାନରେ କୌଣସି ରୋଷେୟା ରହୁନଥିବାରୁ ଖାଦ୍ୟ ତିଆରି କରିବା ଦାୟିତ୍ୱ ମଧ୍ୟ ଏୟାରହୋଷ୍ଟେସଙ୍କର ହୋଇଥାଏ । ଏମିତିକି ସେମାନଙ୍କୁ ପରିବା ଓ  ଅନ୍ୟ ସାମଗ୍ରୀ କିଣିବାକୁ ପଡିଥାଏ । ତେବେ ପରେ ସେମାନଙ୍କୁ ଏଥିପାଇଁ ଟଙ୍କା ମିଳିଥାଏ ।

ସବାନ ଯେଉଁ ସାଉଦି ରାଜକୁମାରଙ୍କ କଥା ଉଲ୍ଲେଖ କରିଛନ୍ତି ସେ ତାଙ୍କର ପୁରା ନାମ ବହିରେ ଲେଖିନାହାନ୍ତି । ବହିରେ ସେ ତାଙ୍କୁ ହୁସେନ୍ ବୋଲି ଉଲ୍ଲେଖ କରିଛନ୍ତିପ୍ରିନ୍ସ ହୁସେନଙ୍କ ସହିତ ସବାନ ୬ ମାସ କାମ କରିଥିଲେ । ଅନେକ ଦିନ ଧରି ବହୁଜଣ କୋଟିପତିଙ୍କ ସହିତ କାମ କରିଥିବା ସବାନଙ୍କ ଅନୁସାରେ ଏମାନଙ୍କ ମଧ୍ୟରୁ କିଛି ଭଲ ଥିଲେ ତ’ କିଛି ବହୁତ ଖରାପ । ଜଣେ ବ୍ୟକ୍ତି ତାଙ୍କୁ ନିଜ ଶୁଆର ଯତ୍ନ ନେବା ଦାୟିତ୍ୱ ଦେଇଥିଲେ ବୋଲି ସେ ଲେଖିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami