ଟି-୨୦ ସିରିଜ୍ ର ପ୍ରଥମ ମ୍ୟାଚ୍ ରେ ଜିତିଲା ଭାରତ

Above Post Content

ବିଶାଖାପାଟଣା: ବିଶାଖାପାଟଣା ଠାରେ ଅନୁଷ୍ଠିତ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ର ପ୍ରଥମ ମ୍ୟାଚ୍ କୁ ନିଜ ଖାତାରେ କରିଛି ଭାରତ । ଟିମ୍ ଇଣ୍ଡିଆର ଦମଦାର ବ୍ୟାଟିଂ ପ୍ରଦର୍ଶନ ବଳରେ ଶେଷ ବଲ ରେ ଅଷ୍ଟ୍ରେଲିଆ ହାତରୁ ମ୍ୟାଚ୍ ଛଡାଇ ନେଇଛି ଟିମ୍ ଇଣ୍ଡିଆ । ବିଶାଖାପାଟଣାରେ ଦେଖିବାକୁ ମିଳିଥିଲା ସୂର୍ଯ୍ୟ ଝଡ । ଟ୍ୱେଣ୍ଟିି ଟ୍ୱେଣ୍ଟି ଫର୍ମାଟରେ ବିଶ୍ୱର ଶ୍ରେଷ୍ଠ ବ୍ୟାଟର ସୂର୍ଯ୍ୟକୁମାର ଯାଦବଙ୍କ ଭୟଙ୍କର ବ୍ୟାଟିଂ ଅଷ୍ଟ୍ରେଲିଆ ବୋଲରଙ୍କୁ ଘାଇଲା କରିଛି । ପଡିଆର ଚତୁର୍ଦିଗକୁ ଛକା ଏବଂ ଚୌକା ବର୍ଷା କରି ଦଳକୁ ବିଜୟ ଭେଟି ଦେଇଛନ୍ତି ସୂର୍ଯ୍ୟ । ବିଶାଳ ରନ୍ କୁ ପିଛା କରି ବିଜୟୀ ହୋଇଛି ଟିମ୍ ଇଣ୍ଡିଆ । ଏହା ସହିତ ଟ୍ୱେଣ୍ଟି ଟ୍ୱେଣ୍ଟି ଫର୍ମାଟରେ ସବୁଠୁ ବଡ ରନ୍ କୁ ପିଛା କରି ଜିତିଛି ଭାରତ ।

Middle post content

ପଡିଆରେ ଚୌକା ଓ ଛକା ବର୍ଷା କଲେ ସୂର୍ଯ୍ୟ କୁମାର

After 2nd paragraph post ads

ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଭାରତ । ପ୍ରଥମେ କଙ୍ଗାରୁ ଦଳ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୩ ୱିକେଟ୍ ହରାଇ ସଂଗ୍ରହ କରିଥିଲା ୨୦୮ ରନ୍୨୦୯ ରନ୍ ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ଭାରତ ୧୯.୫ ଓଭରରେ ୮ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଛି । ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ୮୦ ରନ୍‌ର ଇନିଂସ ଏବଂ ଇଶାନ କିଷନଙ୍କ ୫୮ ରନ୍‌ର ଇନିଂସ ଦଳକୁ ଜିତାଇବାରେ ପ୍ରମୁଖ ସାବ୍ୟସ୍ତ ହୋଇଛି । ଦୁଇ ଓପନର ଯସଶ୍ୱୀ ଜୟସ୍ୱାଲ ମାତ୍ର ୮ ବଲରୁ ୨୧ ରନ କରି ଆଉଟ ହୋଇଥିବା ବେଳେ ଋତୁରାଜ ଗାୟକ୍ୱାଡ ବିନା ବଲ ଖେଳି ରନ୍ ଆଉଟ ହୋଇଥିଲେ । ପରେ ଇଶାନ କିଷନ ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ଯୋଡି ବଡ ବଡ ସଟ୍ ଖେଳିଥିଲେ । ମାତ୍ର ୩୯ ବଲ ଖେଳି ୨ ଚୌକା ଏବଂ ୫ ବିଶାଳ ଛକା ସହାୟତାରେ ୫୮ ରନ୍ କରି ଆଉଟ ହୋଇଥିବା ବେଳେ ସୂର୍ଯ୍ୟକୁମାର ଯାଦବ ୪୨ ବଲ ଖେଳି ୯ ଚୌକା ଏବଂ ୪ ଛକା ସହାୟତାରେ ୮୦ ରନ୍ କରି ଆଉଟ ହୋଇଥିଲେ । ସୂର୍ଯ୍ୟଙ୍କ ଆଉଟ ବେଳକୁ ଦଳ ସଙ୍କଟରୁ ବାହାରି ଆସିଥିଲା । ତିଲକ ବର୍ମା ୧୨ ରନ୍ କରି ଆଉଟ ହୋଇଥିଲେ । ଅକ୍ଷର ପଟେଲ ୨ ରନ୍‌, ଅର୍ଶଦୀପ ସିଂହ ୦, ରବି ବିଷ୍ଣୋଇ ୦ ରନ୍ କରି ଆଉଟ ହୋଇଥିଲେ । ରିଙ୍କୁ ସିଂହ ୨୮ ରନ୍ କରି ନଟଆଉଟ ଥିଲେ । ତେବେ ନିଜର ବିଶାଳ ଛକା ବଳରେ ଟିମ୍ ଇଣ୍ଡିଆକୁ ବିଜୟୀ କରାଯାଇଥିଲେ ରିଙ୍କୁ ସିଂ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami