ଦୁନିଆରେ ସବୁଠୁ ସୁନ୍ଦର ଏହି ଯୁବତୀଙ୍କର ହସ୍ତାକ୍ଷର

Above Post Content

ପ୍ରତ୍ୟେକ ଛାତ୍ରୀଛାତ୍ରଙ୍କ ପାଇଁ ହସ୍ତଲିଖନ ବା ହସ୍ତାକ୍ଷର ସବୁଠୁ ଗୁରୁତ୍ୱପୂର୍ଣ୍ଣ । ଯଦି ହସ୍ତଲିଖନ ସୁନ୍ଦର ହୁଏ ତେବେ ଏହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରେ । ସେଥିଲାଗି ବିଦ୍ୟାଳୟରେ ହସ୍ତାକ୍ଷର ଲେଖିବାକୁ ବାଧ୍ୟ କରାଯାଇଥାଏ । ଅନେକ ସମୟରେ ସୁନ୍ଦର ହସ୍ତାକ୍ଷର ପ୍ରତିଯୋଗିତା ମଧ୍ୟ ଆୟୋଜନ କରାଯାଇ ପୁରସ୍କାର ଦିଆଯାଏ । କିନ୍ତୁ ସମସ୍ତଙ୍କର ହସ୍ତଲିଖନ ଶୈଳୀ ଭିନ୍ନ ଭିନ୍ନ ହୋଇଥାଏ । ଏମିତି କି କିଛି ପିଲା ଅଛନ୍ତି ଯେଉଁମାନେ ଭଲ ପାଠ ପଢ଼ନ୍ତି କିନ୍ତୁ ସେମାନଙ୍କର ହସ୍ତାକ୍ଷର ବା ହ୍ୟାଣ୍ଡ ରାଇଟିଂ ଭଲ ହୋଇ ନ ଥାଏ । ଆଉ ଏମିତି ପିଲା ଅଛନ୍ତି ଯେଉଁମାନେ ଶ୍ରେଣୀରେ ଭଲ ପଢ଼ନ୍ତି ନାହିଁ କିନ୍ତୁ ସେମାନଙ୍କ ଅକ୍ଷର ଅନ୍ୟମାନଙ୍କଠାରୁ ବହୁତ ସବୁଠୁ ସୁନ୍ଦର ହୋଇଥାଏ । କିନ୍ତୁ ଆପଣ ଜାଣନ୍ତି କି ଦୁନିଆରେ ସବୁଠାରୁ ସୁନ୍ଦର ହସ୍ତାକ୍ଷର କାହାର ରହିଛି । ଯାହାଙ୍କ ହସ୍ତଲିଖନ ଦୁନିଆର ସବୁଠୁ ସୁନ୍ଦର ଭାବରେ ପରିଗଣିତ ହୋଇଛି ।

ଯୁବତୀଙ୍କ ଅକ୍ଷର ଦେଖି ଲୋକେ ହୁଅନ୍ତି ଆଶ୍ଚର୍ଯ୍ୟ

After 2nd paragraph post ads

ଏମିତି ଜଣେ ଯୁବତୀ ନେପାଳରେ ଅଛନ୍ତି । ଯାହାଙ୍କ ହସ୍ତାକ୍ଷର ଦୁନିଆର ସବୁଠୁ ସୁନ୍ଦର ବୋଲି ପ୍ରମାଣିତ ହୋଇଛି । ତାଙ୍କ ନାମ ପ୍ରକୃତି ମଲ୍ଲା । ଯେତେବେଳେ ସେ ଲେଖନ୍ତି, ଲାଗେ ଯେମିତି ଏହା ଏକ କମ୍ପ୍ୟୁଟରରେ ଟାଇପ୍ ହୋଇଛି । ତାଙ୍କର ପ୍ରତ୍ୟେକ ଅକ୍ଷର ଆପଣଙ୍କୁ ମଧ୍ୟ ଆକର୍ଷିତ କରିବ । ବର୍ତ୍ତମାନ ପ୍ରକୃତିଙ୍କୁ ୧୬ ବର୍ଷ । ୧୪ ବର୍ଷ ବୟସରେ ସେ ନେପାଳର ସୈନିକ ରେସିଡେନ୍ସିଆଲ କଲେଜରେ ଦଶମ ଶ୍ରେଣୀ ଅଧ୍ୟୟନ କରିଥିଲେ । କିନ୍ତୁ ପ୍ରକୃତିଙ୍କ ଦ୍ୱାରା ଲିଖିତ ପୃଷ୍ଠାଗୁଡ଼ିକ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଲୋକମାନେ ତାଙ୍କ ହସ୍ତଲିଖନ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

Middle post content

କମ୍ପ୍ୟୁଟର ଟାଇପିଂଠାରୁ ବି ଅଧିକ ସୁନ୍ଦର

୨୦୨୨ରେ ନେପାଳରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଦୂତାବାସ ପ୍ରକୃତିଙ୍କ ବିଷୟରେ ଏକ ଟୁଇଟ୍ କରିଥିଲା । ଯେଉଁଥିରେ କୁହାଯାଇଥିଲା ଯେ, ସଂଯୁକ୍ତ ଆରବ ଏମିରେଟ୍ସର ୫୧ ତମ ଉତ୍ସବରେ ତାଙ୍କୁ ବିଶ୍ୱ ଶ୍ରେଷ୍ଠ ହସ୍ତଲିଖନ ପୁରସ୍କାରରେ ସମ୍ମାନିତ କରାଯାଇଛି । ପ୍ରକୃତି ଜଣେ ଅତ୍ୟନ୍ତ ମେଧାବୀ ଛାତ୍ରୀ । ତାଙ୍କ ହସ୍ତଲିଖନ ଶୈଳୀ ମଧ୍ୟ ବହୁତ ଭିନ୍ନ, ଯାହା ତାଙ୍କୁ ଆହୁରି ଅଧିକ ସୁନ୍ଦର କରିଥାଏ । ଯେତେବେଳେ ସେ କାଗଜରେ ଲେଖନ୍ତି, କମ୍ପ୍ୟୁଟରରେ ପ୍ରିଣ୍ଟ ହୋଇଥିବା ପରି ଦେଖାଯଏ । ଏପରିକି କୁହାଯାଏ, ସେ କମ୍ପ୍ୟୁଟର ଅପେକ୍ଷା ଭଲ ଲେଖନ୍ତି ।

ଇିଭିନ୍ନ ଅନୁଷ୍ଠାନ କରିଛନ୍ତି ପୁରସ୍କୃତ

ବିଶେଷଜ୍ଞମାନେ ମଧ୍ୟ ତାଙ୍କ ହସ୍ତଲିଖନ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଅନୁସନ୍ଧାନ ମଧ୍ୟ କରାଯାଉଛି । ବିଶେଷଜ୍ଞମାନେ କହିଛନ୍ତି, ପ୍ରକୃତିଙ୍କ ହସ୍ତଲିଖନରେ ପ୍ରତ୍ୟେକ ଅକ୍ଷର ମଧ୍ୟରେ ଦୂରତା ସମାନ । ସେଥିପାଇଁ ଅକ୍ଷରଗୁଡ଼ିକ ସୁନ୍ଦର ଦେଖାଯାଏ । ଯେତେବେଳେ କି ଏହା ଅନ୍ୟମାନେ ଲେଖିପାରନ୍ତି ନାହିଁ । ତାଙ୍କ ହସ୍ତଲିଖନ କେବଳ ନେପାଳରେ ନୁହେଁ ସମଗ୍ର ବିଶ୍ୱରେ ସର୍ବୋତ୍ତମ ।ପ୍ରକୃତି ତାଙ୍କର ଉତ୍କୃଷ୍ଟ ହସ୍ତଲିଖନ ପାଇଁ ନେପାଳ ସଶସ୍ତ୍ର ବାହିନୀ ତରଫରୁ ଏକ ପୁରସ୍କାର ଗ୍ରହଣ କରିଛନ୍ତି । ଏଥିସହ ସୁନ୍ଦର ଅକ୍ଷର ପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପୁରସ୍କୃତ ମଧ୍ୟ ହୋଇଛନ୍ତି । କିଛି ଦିନ ପୂର୍ବରୁ ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା, ଯେଉଁଥିରେ ପ୍ରତ୍ୟେକ ଧାଡ଼ିକୁ ଅତି ଯତ୍ନର ସହିତ ଏବଂ ସୁନ୍ଦର ଭାବରେ ଲେଖିଥିବା ଦେଖାଯାଇଥିଲା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami