ଅଶାଳୀନ ପୋଷାକ ପିନ୍ଧିବା ମହଙ୍ଗା ପଡ଼ିଲା: ଉର୍ଫିଙ୍କୁ ଉଠାଇ ନେଲା ପୋଲିସ

Above Post Content

ମୁମ୍ବାଇ: ନିଜର ପୋଷାକ ପରିଧାନକୁ ନେଇ ଅଧିକାଂଶ ସମୟ ଚର୍ଚ୍ଚାରେ ରହିଥାନ୍ତି ଅଭିନେତ୍ରୀ ତଥା ମଡ଼େଲ ଉର୍ଫି ଜାଭେଦ୍ । ତାଙ୍କର ଏପରି ପୋଷାକ ପରିଧାନକୁ କିଛି ଲୋକ ପସନ୍ଦ କରୁଥିବା ବେଳେ ଆଉ କିଛି ନାପସନ୍ଦ କରିଥାନ୍ତି । ଏଥର କିନ୍ତୁ ଅଶାଳୀନ ପୋଷାକ ପିନ୍ଧିବା ତାଙ୍କୁ ମହଙ୍ଗା ପଡ଼ିଛି । ଏହି କାରଣରୁ ଉର୍ଫିଙ୍କୁ ପୋଲିସ ବାନ୍ଧି ନେଇଛି । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ରେଷ୍ଟୁରାଣ୍ଟରୁ ନେଇଗଲା ପୋଲିସ

After 2nd paragraph post ads
Middle post content

ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ଉର୍ଫି ଏକ ରେଷ୍ଟୁରାଣ୍ଟରେ ଥିବାର ଦେଖିବାକୁ ମିଳିଛି । ସେଠାରେ କିଛି ମହିଳା ପୋଲିସ ଆସି ତାଙ୍କ ହାତ ଧରି ନେଇ ଯାଉଛନ୍ତି । ଉର୍ଫି ଚିଲେଇ ଚିଲେଇ ଥାନା କାହିଁକି ଯିବି ବୋଲି ପଚାରୁଥିବା ବେଳେ ପୋଲିସ ତାଙ୍କ କଥାକୁ ଗୁରୁତ୍ୱ ଦେଇ ନ ଥିଲା । ଥାନାକୁ ଗଲେ ହିଁ ସବୁ ଜାଣିପାରିବେ ବୋଲି ପୋଲିସ କହୁଥିବାର ଶୁଣିବାକୁ ମିଳୁଛି । ଉର୍ଫିଙ୍କ ଏହି ଭିଡିଓ ସାମ୍ନାକୁ ଆସିବା ପରେ କେହି କେହି ଏଥିରେ ଚକିତ ହୋଇଥିବା ବେଳେ ଆଉ କେହି ଏହାକୁ ଅବିଶ୍ୱାସ କରୁଛନ୍ତି । ହେଲେ ପୋଲିସ ଏପରି ପୋଷାକ ପରିଧାନ ପାଇଁ ତାଙ୍କୁ ଥାନାକୁ ନେଇଥିବା ଜଣାଯାଇଛି ।

ପବ୍ଲିସିଟି ପାଇଁ ଏପରି କରିଥିବା କହିଲେ ଲୋକେ

ଏହି ଭିଡ଼ିଓ ଦେଖିବା ପରେ ଅନେକ ଭିନ୍ନ ଭିନ୍ନ ମତ ଦେଇଛନ୍ତି । ପବ୍ଲିସିଟି ପାଇଁ ଉର୍ଫି ଜାଣି ଜାଣି ଏପରି କରିଛନ୍ତି ବୋଲି କିଛି ଲୋକ କହିଛନ୍ତି । ଜଣେ ବ୍ୟବହାରକାରୀ ଲେଖିଛନ୍ତି, ଓର୍ଭଆକ୍ଟିଂ ପାଇଁ ୫୦ ଟଙ୍କା କାଟିଦିଅ ବୋଲି କହିଥିବା ବେଳେ ଅନ୍ୟ ଜଣେ ଲେଖିଛନ୍ତି, ଲୋକ ଖବରରେ ରହିବା ପାଇଁ କ’ଣ କ’ଣ ନ କରୁଛନ୍ତି! ଉର୍ଫି ଏପରି ଜଣେ ଅଭିନେତ୍ରୀ ଯିଏ ପ୍ରାୟତଃ ଅଜବ ପୋଷାକ ପିନ୍ଧନ୍ତି । ତାର ଫଟୋ ଓ ଭିଡ଼ିଓକୁୁ ନିଜେ ସୋସିଆଲ ମିଡିଆରେ ସେୟାର କରନ୍ତି । ଛୋଟ ପରଦାରେ କ୍ୟାରିଅର୍ ଆରମ୍ଭ କରି ଉର୍ଫି ଜାଭେଦ୍ ଏବେ ସୋସିଆଲ୍ ମିଡିଆ ସେନ୍େ‌ସସ୍ ପାଲଟିଛନ୍ତି । ଅନେକ ଲୋକ ତାଙ୍କ ପୋଷାକ ହେତୁ ତାଙ୍କୁ ଟ୍ରୋଲ କରୁଥିବାବେଳେ ଅନେକ ତାଙ୍କ ଚେହେରାକୁ ବି ପସନ୍ଦ କରନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami