ଦୁଇ ପରିବାର ବିଜୟୀ, ହୋଇଛି ମନର ମିଳନ

Above Post Content

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ସାଂସଦ ରାଘବ ଚଢା ବିବାହ ବନ୍ଧନରେ ବାନ୍ଧି ହୋଇସାରିଛନ୍ତି । ଗତ ୨୪ ତାରିଖରେ ରାଜସ୍ଥାନର ଉଦୟପୁରରେ ଥିବା ‘ଦି ଲୀଲା ପ୍ୟାଲେସ’ରେ ଉଭୟଙ୍କ ବିବାହ ଧୂମ୍‌ଧାମ୍‌ରେ ଅନୁଷ୍ଠିତ ହୋଇଥ୍‌ôଲା । ବିବାହ ପରେ ରାଘବ ଓ ପରିଣୀତିଙ୍କ ଗୋଟିଏ ପରେ ଗୋଟିଏ ଫଟୋ ସୋସିଆଲ ମିଡିଆରେ ଘୂରି ବୁଲୁଛି । ଯାହାକୁ ଲୋକେ ଖୁବ୍ ପସନ୍ଦ କରୁଛନ୍ତି । ଏବେ ସେମିତି ଏକ ଫଟୋ ଭାଇରାଲ ହେଉଛି, ଯେଉଁଥିରେ ରାଘବ ଓ ପରିଣୀତିଙ୍କ ବିବାହ ପୂର୍ବରୁ ଉଭୟଙ୍କ ପରିବାର ମଧ୍ୟରେ ଏକ କ୍ରିକେଟ୍ ମ୍ୟାଚ ସହିତ ଅନ୍ୟାନ୍ୟ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏହି ଫଟୋକୁ ଉଭୟ ରାଘବ ଓ ପରିଣୀତି ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି ।

Middle post content

ଭାଇରାଲ୍ ଫଟୋ ଓ ଭିଡିଓରେ ‘ଦ ଚୋପ୍ରା ବନାମ ଚଢ଼ା’ ନାମରେ ମ୍ୟାଚ୍ ହୋଇଥିବା ନଜର ଆସିଛି । ଉଭୟଙ୍କ ପରିବାର ମଧ୍ୟରେ ପ୍ରଥମେ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ପରେ ଦୌଡ଼, ଟେବୁଲ ଟେନିସ, ଲେମ୍ବୁ ଚାମଚ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହିସବୁ ପ୍ରତିଯୋଗିତାରେ ଉଭୟଙ୍କ ପରିବାରର ସମସ୍ତ ସଦସ୍ୟ ସାମିଲ ହୋଇଥିଲେ । ତେବେ ପରିଣୀତି ଏହି ଫଟୋଗୁଡ଼ିକୁ ସେୟାର କରି କ୍ୟାପସନରେ ଲେଖିଛନ୍ତି, ବିବାହ ପୂର୍ବରୁ ଆମ ଦୁଇ ପରିବାର ମଧ୍ୟରେ ଏକ ବିଭିନ୍ନ ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚରେ ଦୁଇ ପକ୍ଷ ବିଜୟୀ ହୋଇଛନ୍ତି । ଆଉ ସବୁଠୁ ବଡ଼ କଥା ଦୁଇ ପରିବାରଙ୍କ ମନର ମିଳନ ହୋଇଛି । ପରିଣୀତିଙ୍କ ଏହି ଲେଖା ପ୍ରଶଂସକଙ୍କ ହୃଦୟକୁ ଛୁଇଁଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami