ଋତୁସ୍ରାବଜନିତ କଷ୍ଟରୁ ବର୍ତ୍ତିବାକୁ ଗର୍ଭଧାରଣ

Above Post Content

ତାଲାହାସି: ଋତୁସ୍ରାବ ଏକ ପ୍ରାକୃତିକ ଓ ଶାରୀରିକ ପ୍ରକ୍ରିୟା ଯାହା କିଶୋରି ତଥା ମହିଳାମାନଙ୍କର ଗର୍ଭଧାରଣ ପ୍ରସ୍ତୁତିର ଏକ ଅଂଶ । ପ୍ରତି ମାସରେ ହେଉଥିବା ଏହି ପ୍ରକ୍ରିୟା ଦ୍ୱାରା ଅନେକଙ୍କୁ ବହୁ କଷ୍ଟ ସହିବାକୁ ପଡ଼ିଥାଏ । କଷ୍ଟରୁ ମୁକ୍ତି ପାଇବା ପାଇଁ ମହିଳାମାନେ ଘରୋଇ ଉପଚାର କରିବା ସହ ବାଧ୍ୟ ହୋଇ ଔଷଧ ଖାଇଥାନ୍ତି । ହେଲେ ଏମିତି ଜଣେ ମହିଳା ଅଛନ୍ତି ଯିଏ ଋତୁସ୍ରାବଜନିତ କଷ୍ଟରୁ ବର୍ତ୍ତିବା ପାଇଁ କ୍ରମାଗତ ଭାବେ ଗର୍ଭଧାରଣ କରୁଛନ୍ତି । ଏହାକୁ ନେଇ ଏବେ ମହିଳା ଜଣକ ଚର୍ଚ୍ଚାକୁ ଆସିଛନ୍ତି ।

୨୦୧୪ରୁ ଲଗାତର ଗର୍ଭଧାରଣ

After 2nd paragraph post ads
Middle post content

ଫ୍ଲୋରିଡ଼ା ୟୁସଟିସ୍‌ର ବାସିନ୍ଦା ୨୫ ବର୍ଷୀୟା ମାଡିଶନ ଚାଭେଜ୍ ଓ ଜୋସ୍ ଚାଭେଜ୍ । ଉଭୟ ପିଲାବେଳ ସାଥୀ । ପରେ ସେମାନେ ବିବାହ କରିଥିଲେ । ଋତୁସ୍ରାବ ସମୟରେ ମାଡ଼ିଶନ ବହୁତ କଷ୍ଟ ପାଇଥାନ୍ତି । ମାଡ଼ିଶନଙ୍କ କଷ୍ଟ ଦେଖି ଜୋସ୍ ବ୍ୟସ୍ତ ହୋଇ ପଡ଼ୁଥିଲେ । ୨୦୧୪ରେ ପ୍ରଥମ ଗର୍ଭଧାରଣ କରିଥିଲେ ମାଡ଼ିଶନ । ଏହି ସମୟରେ ସେ ଋତୁସ୍ରାବଜନିତ କଷ୍ଟରୁ ମୁକ୍ତିପାଇଥିଲେ । ତେଣୁ ସେ ୨୦୧୪ରୁ ଲଗାତର ଗର୍ଭଧାରଣ କରିଚାଲିଛନ୍ତି । ୨୦୧୭ରେ ୨ୟ ସନ୍ତାନ ଜନ୍ମ ଦେଲେ ମାଡ଼ିଶନ । ପରେ ୨୦୨୦ରେ ପ୍ରଥମ କନ୍ୟା ସନ୍ତାନ ଏବଂ ୨୦୨୨ରେ ତାଙ୍କ ଦ୍ୱିତୀୟ କନ୍ୟା ସନ୍ତାନ ଜନ୍ମ ହୋଇଥିଲା । ଏବେ ମାଡିଶନ ୨୦୨୪ରେ ତାଙ୍କ ୫ମ ସନ୍ତାନକୁ ଜନ୍ମ ଦେବାକୁ ଯାଉଛନ୍ତି ।

କଷ୍ଟରୁ ବର୍ତ୍ତିବା ପାଇଁ ନେଲେ ନିଷ୍ପତ୍ତି

ଏପରି ବାରମ୍ବାର ଗର୍ଭବତୀ ହେବା କ୍ଷେତ୍ରରେ ସ୍ୱାମୀ ଜୋସ୍ ତାଙ୍କୁ ସମର୍ଥନ ଜଣାଇଛନ୍ତି । ଜୋସ୍ ଚାହାନ୍ତିନି କି ପ୍ରତି ମାସରେ ମାଡିଶନଙ୍କୁ ଋତୁସ୍ରାବଜନିତ କଷ୍ଟ ସହିବାକୁ ପଡୁ । ସେଥିପାଇଁ ଦମ୍ପତି ଏହି କଷ୍ଟରୁ ବର୍ତ୍ତିବା ପାଇଁ ସନ୍ତାନ ଜନ୍ମ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଆଗକୁ ଏପରି ନିୟମିତ ଗର୍ଭଧାରଣ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି । ନିକଟରେ ଦମ୍ପତି ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଭିଡିଓରେ ମାଡିଶନ ତାଙ୍କର ଏପରି ଗର୍ଭଧାରଣ ପଛର କାରଣ କହିବା ସହ ୫ମ ଗର୍ଭଧାରଣ କରିଥିବା କହିଥିଲେ । ଏଥିପାଇଁ ଲୋକେ ସେମାନଙ୍କୁ ଟ୍ରୋଲ ମଧ୍ୟ କରିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami