ଗୋଲଡେନ୍ ମ୍ୟାନ: ପିନ୍ଧନ୍ତି ୫ କିଲୋ ସୁନା

Above Post Content

ବିହାର: ଦୁନିଆର ପ୍ରାୟ ସମସ୍ତେ ସୁନା ଅଳଙ୍କାର ପିନ୍ଧିବାକୁ ଯେତିକି ପସନ୍ଦ କରନ୍ତି ରଖିବାକୁ ବି ସେତିକି ପସନ୍ଦ କରନ୍ତି । ସେଥିଲାଗି ଲୋକମାନେ ପ୍ରତିଦିନ ସୁନାର ମୂଲ୍ୟ ଯାଞ୍ଚ କରିଥାନ୍ତି । ମୂଲ୍ୟ ଟିକେ ହ୍ରାସ ପାଇଲେ ଲୋକେ ସୁନା କିଣିବାକୁ ଆଗ୍ରହ ଦେଖାଇଥାନ୍ତି । ସେହିପରି ଏମିତି ବି କିଛି ଲୋକ ଅଛନ୍ତି,ଯେଉଁମାନେ ସୁନା ଅଳଙ୍କାରକୁ ଏତେ ଭଲ ପାଆନ୍ତି ଯେ, ପୁରା ଶରୀର ସୁନାରେ ଛାଉଣି ହୋଇଥାନ୍ତି । ସେହିପରି ପାଟ୍‌ନାରେ ମଧ୍ୟ ଏପରି ଜଣେ ବ୍ୟକ୍ତି ଅଛନ୍ତି, ଯିଏ ଗୋଟିଏ କିମ୍ବା ଦୁଇଟି ନୁହେଁ ବରଂ ୫ କିଲୋଗ୍ରାମ ୨୦୦ ଗ୍ରାମ୍‌ର ସୁନା ଅଳଙ୍କାର ପ୍ରତ୍ୟେକ ଦିନ ପିନ୍ଧିଥାନ୍ତି । ଏହି କାରଣରୁ ଲୋକମାନେ ତାଙ୍କୁ ଗୋଲଡେନ୍ ମ୍ୟାନ ଭାବରେ ଜାଣନ୍ତି । ସେ ଯେଉଁଆଡେ ଯାଆନ୍ତି, ଲୋକମାନେ ସେଲ୍‌ଫି ନେବାକୁ ଆଦୌ ଭୁଲନ୍ତି ନାହିଁ ।

ବୟସ ବଢିବା ସହ ଶରୀରରେ ସୁନାର ଓଜନ ବି ବଢିଲା

After 2nd paragraph post ads
Middle post content

ବିହାରର ବାସିନ୍ଦା ପ୍ରେମ୍ ସିଂ । ବୃତ୍ତିରେ ଜଣେ କଣ୍ଟ୍ରାକ୍ଟର । ସେ ଛୋଟବେଳୁୁ ସୁନା ଅଳଙ୍କାରକୁ ଭଲ ପାଇବା ସହ ପିନ୍ଧିବାକୁ ବି ଭଲପାଆନ୍ତି । ୬ ବର୍ଷ ବୟସ ବେଳକୁୁ ତାଙ୍କୁ ସୁନା ପ୍ରତି ଏତେ ଭଲପାଇବା ବଢିଯାଇଥିଲା ଯେ, କିଲୋ କିଲୋ ସୁନା ପିନ୍ଧୁଥିଲେ । ଘରଲୋକ ଯେତେ ବାରଣ କରୁଥିଲେ ମଧ୍ୟ ସେ କାହାରି କଥା ଶୁଣୁ ନ ଥିଲେ । ବୟସ ବଢିବା ସହ ତାଙ୍କ ଶରୀରରେ ସୁନାର ଓଜନ ବି ବଢିବାକୁ ଲାଗିଲା । ଏବେ ସେ ପ୍ରାୟ ୫ କିଲୋ ୨୦୦ ଗ୍ରାମ ସୁନା ଅଳଙ୍କାର ପିନ୍ଧୁଛନ୍ତି । ଯାହାର ମୂଲ୍ୟ ୧.୫ କୋଟିରୁ ଅଧିକ ହେବ । ତାଙ୍କର ପଗଡ଼ି ହେଉ କି ଚଷମା, ଫୋନ୍ କିମ୍ବା ଜୋତା ସବୁକିଛି ସୁନାରେ ତିଆରି । ସେ ଯେଉଁଠି କି ଯାଆନ୍ତି ଲୋକମାନେ ତାଙ୍କ ସହିତ ସେଲ୍‌ଫି ନେବାକୁ ଭିଡ଼ ଜମାଇଥାନ୍ତି । ପ୍ରେମ କୁହନ୍ତି, ପ୍ରଥମେ ୫୦ ଗ୍ରାମ ସୁନା ଅଳଙ୍କାର ପିନ୍ଧିବା ଆରମ୍ଭ କରିଥିଲି । ଏବେ ତାହା ବଢି ବଢି ୫ କିଲୋ ହୋଇଗଲାଣି । ଏଥିଲାଗି ମୋତେ ଗୋଲଡ଼େନ ମ୍ୟାନ ବୋଲି କହିଥାନ୍ତି ।

ସାଙ୍ଗରେ ନିଅନ୍ତି ବଡ଼ଗାର୍ଡ଼

ସେ ହେଉଛନ୍ତି ବିହାରର ପ୍ରଥମ ସୁନା ମଣିଷ । ପ୍ରେମ୍‌ଙ୍କର ଲକ୍ଷ୍ୟ ହେଉଛି ଦିନେ ନା ଦିନେ ସେ ଦୁନିଆର ଅଧିକ ସୁନା ଅଳଙ୍କାର ପିନ୍ଧୁଥିବା ବ୍ୟକ୍ତିଙ୍କଠାରୁ ପ୍ରଥମ ହେବେ । ଏଥିପାଇଁ ସେ ରୋଜଗାରର ଅଧିକାଂଶ ଅଂଶ ସୁନାରେ ଖର୍ଚ୍ଚ କରନ୍ତି । ୮ କିଲୋଗ୍ରାମ ସୁନା ଅତିକ୍ରମ କରିବାକୁ ଚେଷ୍ଟା କରୁଛନ୍ତି । ବର୍ତ୍ତମାନ ଏତେ ସୁନା ପିନ୍ଧୁଥିବାରୁ ସୁରକ୍ଷା ଦୃଷ୍ଟିରୁ ୪ ଜଣଙ୍କୁ ବଡିଗାର୍ଡ ଭାବରେ ନିଯୁକ୍ତି ଦେଇଛନ୍ତି । ଯେଉଁଆଡ଼େ ଗଲେ ସେମାନେ ତାଙ୍କ ସହ ଯାଇଥାନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami