ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ସୁରକ୍ଷିତ ଅଛି କହିଲେ ଶ୍ରୀମନ୍ଦିର ପ୍ରଶାସନ

Above Post Content

ପୁରୀ: ଶ୍ରୀଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାର ସୁରକ୍ଷିତ ରହିଛି । ଏ ନେଇ କେହି ଚିନ୍ତା କରିବା ଉଚିତ ନୁହେଁ । ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ ଶନିବାର ଏହା କହିଛନ୍ତି । ୧୯୭୮ ମସିହାରୁ ଶ୍ରୀ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଖୋଲାଯାଇ ନାହିଁ । ରତ୍ନଭଣ୍ଡାରରେ କେତେ ଅଳଙ୍କାର ଅଛି ସେହି ତଥ୍ୟ ଜାଣିବା ପାଇଁ ଭକ୍ତ ଓ କାର୍ଯ୍ୟକର୍ତ୍ତା ଦାବି କରି ଆସୁଛନ୍ତି ।

ରତ୍ନଭଣ୍ଡାର ସୁରକ୍ଷିତ ନେଇ ହାଇକୋର୍ଟଙ୍କୁ କରାଯିବ ଅବଗତ

After 2nd paragraph post ads
Middle post content

ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ଓ ଅଳଙ୍କାର ଭଣ୍ଡାର ତାଲିକା ନେଇ ଦୁଇ ମାସ ମଧ୍ୟରେ ସ୍ୱତନ୍ତ୍ର କମିଟି ଗଠନ କରିବାକୁ ଓଡ଼ିଶା ହାଇକୋର୍ଟ ଏସଜେଟିଏକୁ ନିର୍ଦ୍ଦେଶ ଦେଇଥିଲେ । ଶନିବାର ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ବୈଠକରେ ଏ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଶ୍ରୀଜଗନ୍ନାଥ ମନ୍ଦିରର ରତ୍ନଭଣ୍ଡାର ସୁରକ୍ଷିତ ଅଛି । ଏନେଇ ହାଇକୋର୍ଟଙ୍କୁ ଅବଗତ କରାଯିବ ବୋଲି ରଞ୍ଜନ ଦାସ ସୂଚନା ଦେଇଛନ୍ତି । ଆସନ୍ତା ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ବୈଠକରେ ସ୍ୱତନ୍ତ୍ର କମିଟି ଗଠନ ନେଇ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ ବୋଲି ପରିଚାଳନା କମିଟି ସଦସ୍ୟ ମାଧବ ମହାପାତ୍ର ସୂଚନା ଦେଇଛନ୍ତି । ସେ ଓଡିଶା ସରକାରଙ୍କୁ ଏ ନେଇ ଅବଗତ କରାଇବେ । ହେଲେ ରତ୍ନଭଣ୍ଡାର ଖୋଲିବାରେ ରାଜ୍ୟ ସରକାରଙ୍କ ବିଳମ୍ବ ଭକ୍ତଙ୍କ ମନକୁ ଛୁଇଁ ପାରୁନାହିଁ ।

୧୯୭୮ ମସିହାରୁ ଖୋଲାଯାଇନି ରତ୍ନଭଣ୍ଡାର

ଯଦି ରତ୍ନଭଣ୍ଡାର ସୁରକ୍ଷିତ ଅଛି, ତେବେ ଏସଜେଟିଏ ଓ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ କାହିଁକି ମାନିବାକୁ ପଛଘୁଞ୍ଚା ଦେଉଛନ୍ତି । ଅଗଷ୍ଟ ୪ ତାରିଖରେ ଭିତର ରତ୍ନଭଣ୍ଡାର ଖୋଲିବା ବେଳେ ଅଳଙ୍କାରର ସୂଚୀ ପ୍ରସ୍ତୁତ କରାଯିବ ବୋଲି ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ହୋଇଥିଲା । ଭିତର ରତ୍ନଭଣ୍ଡାର ଖୋଲିବାର ସମୟ ଆସିନାହିଁ କି? ସାଧାରଣ ନିର୍ବାଚନ ଯାଏଁ ଏହି ମାମଲାକୁ ସ୍ଥଗିତ ରଖି ସରକାରକୁ ବଞ୍ଚାଇବାକୁ ଚେଷ୍ଟା କରୁଥିବାରୁ ଅଧିକାରୀମାନେ ଏଭଳି ମନମୁଖୀ ବୟାନ ଦେଉଛନ୍ତି ବୋଲି ସୂଚନା ଅଧିକାର କର୍ମୀ ଦିଲ୍ଲୀପ ବରାଳ କହିଛନ୍ତି । ୧୯୭୮ ମସିହାରୁ ରତ୍ନଭଣ୍ଡାର ଖୋଲାଯାଇନାହିଁ । ରତ୍ନଭଣ୍ଡାର ଖୋଲିବା ସହ ଅଳଙ୍କାର କେତେ ଅଛି ତଥ୍ୟ ଜାଣିବାକୁ ଭକ୍ତ ଓ କାର୍ଯ୍ୟକର୍ତ୍ତାଙ୍କ ପକ୍ଷରୁ ଦାବି ହୋଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami