କର୍କଟ ପୀଡ଼ିତଙ୍କୁ କେଶ ଦାନ କଲେ ହେଜ୍‌ଲ

Above Post Content

ମୁମ୍ବାଇ: କର୍କଟ ପୀଡ଼ିତଙ୍କୁ କେଶ ଦାନ କଲେ ବଲିଉଡ଼ ଅଭିନେତ୍ରୀ ତଥା କ୍ରିକେଟର ଯୁବରାଜ ସିଂଙ୍କ ପତ୍ନୀ ହେଜ୍‌ଲ କିଚ୍ । ଅଭିନେତ୍ରୀ ହେଜଲଙ୍କ ଏପରି ମହାନତା ଦେଖି ତାଙ୍କ ପ୍ରଶଂସକଙ୍କ ହୃଦୟ ଜିଣିଛନ୍ତି । ଅଭିନୟର ଯାଦୁରେ ଦର୍ଶକଙ୍କ ହୃଦୟରେ ଘର କରିଥିବା ହେଜ୍‌ଲ ଏବେ ପୁଣି ପ୍ରଶଂସକଙ୍କ ପ୍ରିୟପାତ୍ର ହୋଇପାରିଛନ୍ତି ।

ଜିଣିଲେ ପ୍ରଶଂସକଙ୍କ ହୃଦୟ

After 2nd paragraph post ads
Middle post content

ଫିଲ୍ମ ‘ବଡିଗାର୍ଡରେ’ କରୀନା କପୁରଙ୍କ ବାନ୍ଧବୀ ଭୂମିକାରେ ଅଭିନୟ କରିଥିଲେ ହେଜଲ୍ । ଏହି ଫିଲ୍ମରେ ଲୋକେ ତାଙ୍କ ଅଭିନୟକୁ ଖୁବ୍ ପସନ୍ଦ କରିଥିଲେ । ଏହି ଫିଲ୍ମ ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେବା ସହ ଚର୍ଚ୍ଚାକୁ ବି ଆସିଥିଲେ । ଗତ ଅଗଷ୍ଟ ମାସରେ ସେ ଦ୍ୱିତୀୟ ଥର ପାଇଁ ମା’ ହୋଇଛନ୍ତି । ସେ ଏକ କନ୍ୟାସନ୍ତାନକୁ ଜନ୍ମ ଦେଇଛନ୍ତି । ଯାହାର ନାଁ ରଖିଛନ୍ତି ଆରୁ । ଦୁଇ ସନ୍ତାନର ମା’ ହେଜଲ ନିକଟରେ ଏପରି କିଛି କରି ଦେଖାଇଛନ୍ତି, ଯାହା ମାଧ୍ୟମରେ ସେ ତାଙ୍କ ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି ।

ହେଜଲ୍‌ଙ୍କ ନୂଆ ହେୟାର ଷ୍ଟାଇଲ

ହେଜଲ ଇନଷ୍ଟାଗ୍ରାମରେ ତାଙ୍କର ନୂଆ ହେୟାର ଷ୍ଟାଇଲର ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ଖୁବ୍ ସୁନ୍ଦର ଦେଖାଯାଉଛନ୍ତି । ଏହି ଫଟୋ ସେୟାର କରି ସେ କହିଛନ୍ତି ଯେ, ସାଧାରଣତଃ ପ୍ରସବ ପରେ କେଶ ଝଡ଼ିବା ଆରମ୍ଭ କରେ । ଅତ୍ୟଧିକ କେଶ ଝଡ଼ିବା କାରଣରୁ ମୁଁ କେଶ କାଟିଛିି । ତେଣୁ ଅଯଥାରେ କେଶ ଝଡ଼ିବ କାହିଁକି ମୁଁ ମୋର କେଶ କାଟି କର୍କଟ ପୀଡ଼ିତଙ୍କ ପାଇଁ ଦାନ କରିବି ବୋଲି ନିଷ୍ପତ୍ତି ନେଲିି । ଶେଷରେ ମୋ କେଶକୁ କାଟି କର୍କଟ ପୀଡ଼ିତଙ୍କୁ ଦାନ କରିଛି । ହେଜଲଙ୍କ ଏପରି ଉଦ୍ୟମରେ ଯୁବରାଜ ବି ନିଜକୁ ଗର୍ବିତ ମନେ କରିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami