ବିବାହ ପରେ ପ୍ରଥମଥର ଶାଢ଼ି ପିନ୍ଧି ର଼୍ୟାମ୍ପରେ ପରିଣୀତି

Above Post Content

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ସାଂସଦ ରାଘବ ଚଢ଼ା ଏବେ ପତି-ପତ୍ନୀ ହୋଇସାରିଛନ୍ତି । ଗତ ୨୪ ତାରିଖରେ ରାଜସ୍ଥାନର ଉଦୟପୁରରେ ଥିବା ‘ଦି ଲୀଲା ପ୍ୟାଲେସ’ରେ ଉଭୟଙ୍କ ବିବାହ ଧୂମ୍‌ଧାମ୍‌ରେ ଆୟୋଜିତ ହୋଇଯାଇଛି । ବିବାହ ପରେ ବି ଏହି ଯୋଡ଼ି ଚର୍ଚ୍ଚାରେ ରହିଛନ୍ତି । ବିବାହ ପରେ ରାଘବ ଓ ପରିଣୀତିଙ୍କ ଗୋଟିଏ ପରେ ଗୋଟିଏ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯାହାକୁ ଲୋକେ ଖୁବ୍ ପସନ୍ଦ କରୁଛନ୍ତି । ସେହିପରି ବିବାହ ପରେ ପ୍ରଥମ ଥର ର‌୍ୟାମ୍ପରେ ଚାଲିଛନ୍ତି ପରିଣୀତି । ତାହା ପୁଣି ପୁରା ନୂଆ ଲୁକ୍‌ରେ । ତାଙ୍କର ଏହି ନୂଆ ଲୁକ୍‌କୁ ତାଙ୍କ ପ୍ରଶସଂକଙ୍କୁ ବେଶ୍ ପସନ୍ଦ ଆସିଛି ।

ହାତରେ ଚୂଡ଼ି,ମଥାରେ ସିନ୍ଦୂର ପିନ୍ଧି ର‌୍ୟାମ୍ପରେ ଚାଲିଲେ

After 2nd paragraph post ads
Middle post content

ଅଭିନେତ୍ରୀ ପରିଣୀତି ଚୋପ୍ରା ବିବାହ ପରେ ପ୍ରଥମଥର ପାଇଁ ଶାଢ଼ି ପିନ୍ଧି ର଼୍ୟାମ୍ପ ଶୋ’ରେ ଚାଲୁଥିବା ନଜର ଆସିଛନ୍ତିଫ୍ୟାଶନ ଡିଜାଇନ କାଉନସିଲ୍ ଅଫ୍ ଇଣ୍ଡିଆ (ଏଫ୍‌ଡିସିଆଇ) ଏକ୍ସ ଲାକ୍‌ମୀ ଫ୍ୟାଶନ ସପ୍ତାହରେ ପରିଣୀତି ଫାବିଆନାଙ୍କ ପାଇଁ ଶୋ’ଷ୍ଟର୍ପ ହୋଇଥିଲେ । ଏହି ସମୟରେ ସେ ହାତରେ ଚୁଡ଼ି ଏବଂ କପାଳରେ ସିନ୍ଦୂର ଲଗାଇଥିବାର ନଜର ଆସିଥିଲେ । ବିବାହ ପରେ ପ୍ରଥମଥର ପାଇଁ ତାଙ୍କୁ ଏକ ଫ୍ୟାଶନ ଇଭେଣ୍ଟରେ ଦେଖିବାକୁ ମିଳିଛି । ପରିଣୀତିଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ରାଜକୀୟ ଷ୍ଟାଇଲ୍‌ରେ ନଜର ଆସିଲେ

ର଼୍ୟାମ୍ପରେ ପରିଣୀତି ବହୁତ ରାଜକୀୟ ଦେଖାଯାଉଥିଲେ ସେ ଗଳାରେ ମୋତି ହାର,ହାତରେ ଗୋଲାପୀ ଚୁଡ଼ି ଏବଂ ସିନ୍ଦୂର ପିନ୍ଧିଥିଲେ । ସୋସିଆଲ ମିଡିଆ ବ୍ୟବହାରକାରୀମାନେ ତାଙ୍କ ଲୁକ୍‌କୁ ବେଶ୍ ପସନ୍ଦ କରିଛନ୍ତି । ବିବାହର ଏତେ ଦିନ ପରେ ବି ସେ ମଥାରେ ସିନ୍ଦୂର ଓ ହାତରେ ଚୂଡ଼ି ପିନ୍ଧୁଛନ୍ତି ସେଥିପାଇଁ ତାଙ୍କୁ ଧନ୍ୟବାଦ ଦେବା ଉଚିତ୍ ବୋଲି ଅନେକ ମତ ଦେଇଛନ୍ତି । ପରିଣୀତି ସେପ୍େଟମ୍ବର ୨୪ରେ ଉଦୟପୁରରେ ଏଏପି ଏମ୍‌ପି ରାଘବ ଚଢ଼ାଙ୍କୁ ବିବାହ କରିଥିଲେ । ପରିଣୀତିଙ୍କ ବିବାହଠାରୁ ଆରମ୍ଭ କରି ତାଙ୍କ ନୂତନ ଘରେ ପ୍ରବେଶ ପର୍ଯ୍ୟନ୍ତ ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami