ରହସ୍ୟମୟୀ ଗୁମ୍ଫାରେ ତପସ୍ୟା କରୁଥିଲେ ଗୁରୁ ଦ୍ରୋଣାଚାର୍ଯ୍ୟ

Above Post Content

ଡେରାଡୁନ୍ : ବିଶ୍ୱ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମଧ୍ୟରୁ ସାହସ୍ରଧାରା ହେଉଛି ଏକ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ । ଯଦିଓ ଏଠାରେ ଅନେକ ଗୁମ୍ଫା ରହିଛି , କିନ୍ତୁ ସେମାନଙ୍କ ମଧ୍ୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ପ୍ରାଚୀନ ହେଉଛି ଦ୍ରୋଣ ଗୁମ୍ପା । ଏହାର ଇତିହାସ ମହାଭାରତ ସମୟ ସହିତ ଜଡିତ । ଏହି ରହସ୍ୟମୟୀ ଗୁମ୍ଫା ମଧ୍ୟରେ ରହିଛି ଏକ ପୁରାତନ ଶିବ ମନ୍ଦିର । କୁହାଯାଏ ଗୁରୁ ଦ୍ରୋଣାଚାର୍ଯ୍ୟ ଏଠାରେ ତପସ୍ୟା କରୁଥିଲେ । ଯେଉଁଥିପାଇଁ ଏହି ମନ୍ଦିରର ନାମ ଦ୍ରୋଣ ଗୁମ୍ପା ନାମରେ ନାମିତ କରାଯାଇଛି ।

ମନୋରମ ଦୃଶ୍ୟ ପର୍ଯ୍ୟଟକଙ୍କୁ କରେ ଆକୃଷ୍ଟ

After 2nd paragraph post ads
Middle post content

ଏହି ଗୁମ୍ଫାରେ ଅନେକ ଛୋଟ ଛୋଟ ଶିବଲିଙ୍ଗ ଅଛି , ଯାହା ନିଜେ ଉତ୍ପନ୍ନ ହୋଇଛନ୍ତି । ଏହା ବ୍ୟତୀତ ଗଣେଶ ଏବଂ ନନ୍ଦୀ ମହାରାଜଙ୍କ ଚିତ୍ର ମଧ୍ୟ ପଥରରେ ଖୋଦିତ ହୋଇଥିବା ଦେଖିବାକୁ ମିଳୁଛି । ବିଶ୍ୱର କୋଣ ଅନୁକୋଣରୁ ପର୍ଯ୍ୟଟକ ମାନେ ଏଠାକୁ ବୁଲିବାକୁ ଆସନ୍ତି ।ଗୁମ୍ଫା ଭିତରେ ଥିବା ଶିବଲିଙ୍ଗ ଉପରେ ଲଗାତାର ହଜାର ହଜାର ଜଳ ପ୍ରବାହିତ ହେଉଛି । ଦ୍ରୋଣ ଗୁମ୍ଫା ଏକ ଅତ୍ୟନ୍ତ ଚମତ୍କାର ଗୁମ୍ଫା । କୁହାଯାଏ ଯେ ଗୁରୁ ଦ୍ରୋଣାଙ୍କ ନାମ ପରେ ଡ଼େରାଡୁନର ପ୍ରାଚୀନ ନାମ ଦ୍ରୋଣାନଗରୀ ନାମରେ ଜଣାଶୁଣା । ଏହି ଗୁମ୍ଫାର ମନୋରମ ଦୃଶ୍ୟ ପର୍ଯ୍ୟଟକଙ୍କୁ ବେଶ୍ ଆକୃଷ୍ଟ କରିଥାଏ । ସେଥିଲାଗି ପ୍ରତିବର୍ଷ ଦେଶର ବିଭିନ୍ନ ସ୍ଥାନରୁ ଲକ୍ଷ ଲକ୍ଷ ପର୍ଯ୍ୟଟକ ଏହି ଗୁମ୍ଫା ପରିଦର୍ଶନ କରିବାକୁ ଆସନ୍ତି । ନିଜର ମନସ୍କାମନା ପୂର୍ଣ୍ଣ କରିବା ଲାଗି ଏଠାରେ ଭକ୍ତମାନେ ଚୁନ୍‌ରୀ ବାନ୍ଧନ୍ତି । ଭକ୍ତମାନେ ବିଶ୍ୱାସ କରନ୍ତି ଯେ ଭକ୍ତି ସହକାରେ ଏଠାରେ ମାନସିକ ରଖିଲେ , ଏହା ପୂର୍ଣ୍ଣ ହୁଏ ।

ରହିଛି ଅନେକ ସୁବିଧା

ଏଠାରେ ପହଞ୍ଚିିବାର ଅନେକ ଉପାୟ ଅଛି । ଡେରାଡୁନ୍ ସହରଠାରୁ ଏହାର ଦୂରତା ମାତ୍ର ୧୬ କିଲୋମିଟର । ଏହାର ନିକଟତମ ବିମାନବନ୍ଦର ହେଉଛି ଜଲି ଗ୍ରାଣ୍ଟ ବିମାନବନ୍ଦର । ବିମାନବନ୍ଦରରୁ ଆପଣମାନେ ନିଜସ୍ୱ କ୍ୟାବ କିମ୍ବା ଟ୍ୟାକ୍ସି ଯୋଗେ ସହସ୍ରଧାରାରେ ପହଞ୍ଚିପାରିବେ । ବିମାନବନ୍ଦରଠାରୁ ଏହାର ଦୂରତା ପ୍ରାୟ ୩୧ କିଲୋମିଟର । ନିକଟତମ ରେଳ ଷ୍ଟେସନ ହେଉଛି ଡେରାଡୁନ୍ । ରେଳ ଷ୍ଟେସନରୁ ଆପଣ ସିଟି ବସରେ ମଧ୍ୟ ସହସ୍ରଧାରାରେ ପହଞ୍ଚିପାରିବେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami