ବାର୍ବି ଡଲ ପୁଷ୍କରିଣୀ, ଏହାର ପାଣି ଗୋଲାପି, ହେଲେ ବିପଜ୍ଜନକ

Above Post Content

ପୁଷ୍କରିଣୀର ପାଣି ହୋଇଗଲା ଗୋଲାପି । ଏହା ପଢିବା ପରେ ଆପଣଙ୍କୁ ଟିକେ ଖଟ୍‌କା ଲାଗିପାରେ । ଭାବୁଥିବେ ହଠାତ୍ କିପରି ଏକ ପୁଷ୍କରିଣୀର ପାଣି ଗୋଲାପି ହୋଇଯିବ । କିନ୍ତୁ ଘଟଣାଟି ସତ । ହାୱାଇର ମାଉଇ ପ୍ରଦେଶ ଅନ୍ତର୍ଗତ କିଲିଆ ଜାତୀୟ ବନ ସଂରକ୍ଷଣ ପ୍ରକଳ୍ପରେ ରହିଥିବା ଏକ ପୁଷ୍କରିଣୀର ରଙ୍ଗ ହଠାତ୍ ଗୋଲାପି ହୋଇଯାଇଛି । ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି । ଗୋଲାପି ରଙ୍ଗର ବସ୍ତ୍ର ପରିଧାନ କରୁଥିବା ‘ବାର୍ବି’ କଣ୍ଢେଇର ରଙ୍ଗ ପରି ଦିଶୁଥିିବାରୁ ସ୍ଥାନୀୟ ଲୋକେ ତାହାକୁ ‘ବାର୍ବି ଡଲ୍‌ର ପୁଷ୍କରିଣୀ’ ଆଖ୍ୟା ଦେଇଛନ୍ତି । ମାତ୍ର ‘ବାର୍ବି’କୁ ଦେଖିଲେ ଯେପରି ଯେ କେହି ମଧ୍ୟ ଶ୍ରଦ୍ଧାରେ କୋଳେଇ ଧରିବାକୁ ଆଗ୍ରହ କରିଥା’ନ୍ତି, ଏହି ପୋଖରୀକୁ କିନ୍ତୁ ଛୁଇଁବା ଏବେ ମାରାତ୍ମକ ବୋଲି ସତର୍କ କରାଇ ଦିଆଯାଇଛି ।

ପାଣି ଛୁଇଁବାକୁ ମନା

After 2nd paragraph post ads
Middle post content

ଏହି ପୁଷ୍କରିଣୀର ଜଳର ରଙ୍ଗ ଏପରି ଗୋଲାପି ହେବା ପଛର କାରଣ ମରୁଡ଼ି ଓ କିଛି ଅଣୁଜୀବଙ୍କ ଉପସ୍ଥିତି ବୋଲି କୁହାଯାଉଛି । ଏହି କାରଣରୁ ଏହି ପାଣିକୁ ପିଇବା କି ଏପରିକି ଛୁଇଁବା ମଧ୍ୟ ବିପଜ୍ଜନକ । ପୂର୍ବରୁ ପୁଷ୍କରିଣୀଟି ସ୍ୱାଭାବିକ ଥିଲା । ହେଲେ ଗତ ୩୦ ତାରିଖରେ ତାହା ହଠାତ୍ ଏପରି ଗୋଲାପି ରଙ୍ଗ ଧାରଣ କରିଥିଲା ବୋଲି ଜଣେ ବନ୍ୟ ଅଧିକାରୀ କହିଛନ୍ତି । ବିଗତ ୭୦ ବର୍ଷ ଭିତରେ ପୋଖରୀରେ ଏ ପ୍ରକାର ପରିବର୍ତ୍ତନ କେବେ କେହି ଦେଖି ନ ଥିବା ସ୍ଥାନୀୟ ଲୋକେ କହିଛନ୍ତି ।

ସମୁଦ୍ର ଜଳଠାରୁ ଏହି ପାଣିର ଲବଣତା ଦୁଇଗୁଣ ବଢିଯାଇଛି

କୌଣସି ବିଷାକ୍ତ ଶୈବାଳ ପ୍ରଜାତିର ଉପସ୍ଥିତି ଯୋଗୁଁ ତାହା ଏପରି ହୋଇଥାଇପାରେ ବୋଲି ପ୍ରଥମେ ଅନୁମାନ କରାଯାଉଥିଲା । ମାତ୍ର ପରୀକ୍ଷା ନିରୀକ୍ଷା ପରେ ତାହା ଲୁଣି ଜଳରେ ରହୁଥିବା ଏକ ଏକକୋଷୀ ବୀଜାଣୁ ବୋଲି ହାୱାଇ ବିଶ୍ୱବିଦ୍ୟାଳୟର ଉଦ୍ଭିଦବିଜ୍ଞାନୀମାନେ ସ୍ପଷ୍ଟ କରିଛନ୍ତି । ସେଥି ଯୋଗୁଁ ଉକ୍ତ ପୋଖରୀର ପାଣିର ଲବଣତା ଏବେ ସମୁଦ୍ର ଜଳର ଲବଣତାର ଦୁଇଗୁଣ ହୋଇଯାଇଛି । ମାଇଉରେ ଦେଖାଦେଇଥିବା ମରୁଡ଼ି ଯୋଗୁଁ ଉକ୍ତ ପୋଖରୀର ଜଳ ଏପରି ଲବଣାକ୍ତ ହୋଇଥିବା ଜଣାଯାଇଛି । ଏଥି ସାଙ୍ଗକୁ ଗତ ଅଗଷ୍ଟ ମାସରେ ମାଉଇର ଲାହାନିଆ ଅରଣ୍ୟରେ ଦେଖାଦେଇଥିବା ଭୀଷଣ ବନାଗ୍ନି ଏହି ସ୍ଥିତିକୁ ଅଧିକ ଗମ୍ଭୀର କରିଦେଇଛି । ତେବେ ବର୍ଷା ହେଲେ ଜଳର ଲବଣତା କମିବା ସହ ଗୋଲାପି ରଙ୍ଗ ମଧ୍ୟ ଧୀରେ ଧୀରେ ଉଭେଇ ଯିବ ବୋଲି ଆଶା କରାଯାଉଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami