ନୂଆବର୍ଷରୁ ଶ୍ରୀମନ୍ଦିରରେ ପାନ, ଗୁଟଖା ନିଷେଧ; ନିୟମ ନ ମାନିଲେ କାର୍ଯ୍ୟାନୁଷ୍ଠାନ

Above Post Content

ପୁରୀ: ଏଣିକି ଶ୍ରୀମନ୍ଦିରରେ ପାନ,ଗୁଟ୍‌ଖା ମନା । କଡ଼ାକଡ଼ି ଭାବେ ପାନ ଓ ଗୁଟଖା ନିଷେଧ ହେବ । ଭକ୍ତ କି ସେବାୟତ କେହି ପାନ ଓ ଗୁଟଖା ସେବନ କରି ଶ୍ରୀମନ୍ଦିରକୁ ଯାଇପାରିବେନି । ବରାହ ପୁରାଣ ଆଧାରରେ ଏହି କଟକଣା କରାଯାଇଛି । ଜାନୁଆରୀ ୧ରୁ ଡ୍ରେସକୋଡ୍ ଲାଗୁ ସହିତ ପାନ ଗୁଟଖାକୁ ସମ୍ପୂର୍ଣ୍ଣ ନିଷେଧ କରାଯିବ । ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ସହ ଜରିମାନା ଦେବାକୁ ପଡ଼ିବ । ଶ୍ରୀମନ୍ଦିର ଭିତରେ କେହି ପାନଗୁଟଖା ଖାଇବେ ନାହିଁ କି ଛେପ ବି ପକାଇ ପାରିବେ ନାହିଁ ।

Middle post content

ପଲିଥିନ ବ୍ୟବହାର ଉପରେ ଲାଗିଛି କଟକଣା

After 2nd paragraph post ads

ଶ୍ରୀମନ୍ଦିର ଭିତରେ ପଲିଥିନ ବ୍ୟବହାର ଉପରେ କଟକଣା ଲାଗିଛି । ମନ୍ଦିର ଭିତରେ ସେବାୟତ, ପୋଲିସ କି ଭକ୍ତ କେହି ପାନ ଗୁଟଖା ଖାଇପାରିବେ ନାହିଁ । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମଧ୍ୟ ପାନ ଗୁଟଖା ବ୍ୟାନ୍ କଲା ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀମନ୍ଦିରରେ ପାନ ଗୁଟଖା ଉପରେ ପୂର୍ବରୁ ୫ଶହ ଟଙ୍କା ଜୋରିମାନା କରାଯାଇଥିଲେ ମଧ୍ୟ ବ୍ୟବସ୍ଥାଗତ ତ୍ରୁଟି ଯୋଗୁ ସଠିକ ଭାବେ କାର୍ଯ୍ୟକାରୀ ହୋଇପାରି ନ ଥିଲା । ଏହା କୌଣସି କଟକଣା ନୁହେଁ, ମହାପ୍ରଭୁଙ୍କ ଆଦେଶ ବୋଲି ମାନିବା ଦରକାର । ବରାହ ପୁରାଣ ଓ ନୀଳାଦ୍ରି ମହୋଦୟରେ ଏନେଇ ଉଲ୍ଲେଖ ରହିଛି । ତାମ୍ବୁଳ ସେବନ କଲେ ଏହା ସେବା ଅପରାଧ ବୋଲି ଉଲ୍ଲେଖ ରହିଛି । ସେହି ଆଧାରରେ ଶ୍ରୀମନ୍ଦିର ପ୍ରଶାସନ ଏହି କଟକଣାକୁ ଲାଗୁ କରିଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami