ବାହା ହେବା ପାଇଁ କନ୍ୟା ସନ୍ଧାନରେ ପଦଯାତ୍ରାରେ ବାହାରିବେ ବହୁ ଅବିବାହିତ କୃଷକ

Above Post Content

ମହୀଶୂର: ନିଜ ପାଇଁ ଜୀବନସାଥୀଟିଏ ପାଉ ନାହାନ୍ତି । ବହୁ ଖୋଜାଖୋଜି କରିବା ପରେ ମଧ୍ୟ ନିରାଶ ହେଉଛନ୍ତି । ତେଣୁ ବାଧ୍ୟ ହୋଇ ମନ୍ଦିର ପଦଯାତ୍ରାରେ ବାହାରିଛନ୍ତି କର୍ଣ୍ଣାଟକର ବହୁ ଅବିବାହିତ କୃଷକ । ତେଣୁ ଆସନ୍ତା ମାସରେ ମାଣ୍ଡୟାରେ ଥିବା ଏକ ମନ୍ଦିରକୁ ଯାଇ ପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିବେ ।

୮ ମାସ ତଳେ ବି କରିଥିଲେ ଏପରି ଉଦ୍ୟମ

After 2nd paragraph post ads
Middle post content

୮ ମାସ ପୂର୍ବରୁ ଆଉ ଦଳେ କୃଷକ ମଧ୍ୟ ଏଭଳି ଉଦ୍ୟମ କରିଥିଲେ । କୃଷକମାନେ କହିଛନ୍ତି, ଅନେକ ଝିଅ ଏବଂ ସେମାନଙ୍କ ପରିବାରବର୍ଗ ଗ୍ରାମୀଣ ଜୀବନ ପ୍ରତି ବିମୁଖ ହେଉଥିବାରୁ ‘କନ୍ୟା ସଙ୍କଟ’ ଦେଖାଦେଇଛି । ତେଣୁ, ଡିସେମ୍ବର ମାସରେ ମାଣ୍ଡୟାର ଅବିବାହିତ କୃଷକମାନେ ‘ଅଖିଳ କର୍ଣ୍ଣାଟକ ବ୍ରହ୍ମଚାରୀଗାଲା ସଂଘ’ ବ୍ୟାନରରେ ‘ଆଦିଚୁଞ୍ଚଗିରି ମଠ’କୁ ପଦଯାତ୍ରା କରିବେ । ସଂଘର ସଂସ୍ଥାପକ କେ. ଏମ୍‌. ଶିବପ୍ରସାଦ କହିଛନ୍ତି, ଆମେ ଆଦିଚୁଞ୍ଚଗିରି ମହନ୍ତ ନିର୍ମଳାନାଥ ସ୍ୱାମୀଙ୍କୁ ଭେଟିଥିଲୁ । ସେ ପଦଯାତ୍ରା ପାଇଁ ଆମକୁ ସମ୍ମତି ଦେଇଛନ୍ତି । ଏହାର ଉଦ୍ଦେଶ୍ୟ ହେଉଛି କନ୍ୟା ସଙ୍କଟ ସଂକ୍ରାନ୍ତରେ ସମାଜରେ ସଚେତନତା ସୃଷ୍ଟି କରିବା ।

ଆମକୁ ଝିଅ ଦେବାକୁ କେହି ରାଜି ହେଉନାହାନ୍ତି

ବୟସ୍କ ଅସଂଖ୍ୟ ଯୁବ କୃଷକମାନଙ୍କ ମଧ୍ୟରୁ ସନ୍ତୋଷ ନାମକ ଜଣେ ବ୍ୟକ୍ତି ଗତ ଫେବ୍ରୁଆରି ମାସରେ ଚାମରାଜନଗର ଜିଲ୍ଲା ଅନ୍ତର୍ଗତ ‘ଏମ୍ ଏମ୍ ହିଲ୍‌ସ୍‌’ ମନ୍ଦିରକୁ ଯିବା ଲାଗି ପର୍ବତାରୋହଣ କରିଥିଲେ । ସନ୍ତୋଷ କହିଛନ୍ତି, ଆମେ ଯୌତୁକ ମାଗୁନାହୁଁ । ଆମେ ସେମାନଙ୍କୁ ରାଣୀ ପରି ରଖିବୁ । କିନ୍ତୁ, କୌଣସି ପରିବାର ସେମାନଙ୍କ ଝିଅକୁ ଆମକୁ ଦେବା ପାଇଁ ରାଜି ନୁହନ୍ତି । ସମସ୍ୟା ବିଷୟରେ ସମାଜରେ ସଚେତନତା ସୃଷ୍ଟି କରିବା ପାଇଁ ଆମେ ଏହି ପଦଯାତ୍ରା ଆୟୋଜନ କରିଥିଲୁ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami