ଖେଳନା ଘୋଡ଼ାରେ ବସି ବିବାହ କରିବାକୁ ଆସିଲେ ବର

Above Post Content

ସାଧାରଣତଃ ଅଧିକାଂଶ ଲୋକ ନିଜ ବିବାହକୁ ସ୍ୱତନ୍ତ୍ର କରିବାକୁ ଚାହାଁନ୍ତି । ଏହାକୁ ସ୍ମରଣୀୟ କରିବା ପାଇଁ ବିଭିନ୍ନ ଉପାୟ ଆପଣାଇଥାନ୍ତି । ସେ ସାଜ୍ଜସଜ୍ଜା ହେଉ ବା ମେକ୍‌ଅପ୍‌, ବା ଭୋଜି ସବୁକିଛି ନୂଆ କରିବାକୁ ଚାହାଁନ୍ତି ସସସ୍ତେ । ସେହିପରି ବିବାହ ସମୟରେ ବର କାର, ଘୋଡ଼ାଗାଡ଼ି, ଟ୍ରକ୍‌, ଟ୍ରାକ୍ଟର, ହେଲିକପ୍ଟରରେ ବସି ଆସୁଥିବା ଦେଖିଥିବେ ବା ଶୁଣିଥିବେ । ଏବେ ଏମିତି ଏକ ଭିଡ଼ିଓ ଭାଇରାଲ ହେଉଛି, ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏକ ବର ସଜ୍ଜେଇ ହୋଇ ଖେଳନା ଘୋଡ଼ାରେ ବସି କନ୍ୟା ଘରକୁ ଆସିଛନ୍ତି ।

ଖେଳନା ଘୋଡ଼ାରେ ବସି ଖୁସିରେ ବୁଲୁଥିଲେ

After 2nd paragraph post ads
Middle post content

ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ଜଣେ ବର ଖେଳନା ଘୋଡ଼ାରେ ବସି ସାଥୀରେ ବରଯାତ୍ରୀ ଧରି କନ୍ୟା ଘରକୁ ଆସୁଛନ୍ତି । ବର ଜଣକ ଜଣେ ଶିଖ୍ ବ୍ୟକ୍ତି । ତାଙ୍କ ସହିତ ଆସିଥିବା ବରଯାତ୍ରୀ ମଧ୍ୟ ଶିଖ୍ ସମ୍ପ୍ରଦାୟର । ଖେଳନା ଘୋଡ଼ାରେ ବସି କନ୍ୟା ଘରକୁ ଆସୁଥିବା ବର ଜଣକ ଖୁବ୍ ଖୁସି ଥିବା ଜଣାପଡ଼ୁଛନ୍ତି । ତାଙ୍କ ମୁଣ୍ଡ ଉପରେ ଆଉ ଜଣେ ବ୍ୟକ୍ତି ଛତା ଧରିଥିବା ନଜର ଆସିଛନ୍ତି । ପଛରେ ବରଯାତ୍ରୀ ଦଳ ଡ୍ୟାନ୍ସ କରୁଛନ୍ତି । ବର ଖେଳନା ଘୋଡ଼ାରେ ବସି ଚାରିପଟେ ବୁଲୁଛନ୍ତି । ତାଙ୍କୁ ଦେଖି ସମସ୍ତେ ହସୁଛନ୍ତି । କିନ୍ତୁ ଏହା ବରଙ୍କୁ କୌଣସି ଫରକ୍ ପଡୁନାହିଁ ।

ଘୋଡାକୁ କଷ୍ଟ ଦେବାକୁ ଚାହାଁନ୍ତିନି

ଏପରି ଖେଳନା ଘୋଡ଼ାରେ ବସି ଆସିବାର କାରଣ ସମ୍ପର୍କରେ ବର ଜଣଙ୍କ କୁହନ୍ତି, ସେ ଚାହୁଁ ନ ଥିଲେ ଯେ ଅସଲି ଘୋଡ଼ାରେ ବସନ୍ତୁ । ସେ ଚାହାନ୍ତିନି ଘୋଡ଼ାକୁ କଷ୍ଟ ହେଉ । ଏଥିପାଇଁ ସେ ଖେଳନା ଘୋଡ଼ାରେ ବର ହୋଇ ଆସିବାକୁ ପସନ୍ଦ କରିଛନ୍ତି । ଏହି ଭିଡିଓକୁ ଦେଖିବା ପରେ ଅନେକ ଭିନ୍ନ ଭିନ୍ନ ମତ ଦେବା ସହ ପ୍ରଶଂସା ବି କରିଛନ୍ତି । ଅନେକ ୟୁଜର ଲେଖିଛନ୍ତି, ଏହି ବ୍ୟକ୍ତି ଜଣଙ୍କ ଜଣେ କିମ୍ବଦନ୍ତୀ । ଅନ୍ୟ ଜଣେ ୟୁଜର କହିଛନ୍ତି, ଏହି ବ୍ୟକ୍ତିଙ୍କ ପ୍ରତି ସମ୍ମାନ ବଢ଼ିଗଲା । ସେହିପରି ଆଉ ଜଣେ ୟୁଜର କହିଛନ୍ତି, ପଶୁଙ୍କୁ କଷ୍ଟ ଦେବା ଅପେକ୍ଷା ଏପରି କରିବା ବହୁତ ଭଲ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami