କ୍ରିକେଟ ପ୍ରେମୀଙ୍କ ପାଇଁ ରେଳବାଇର ସ୍ୱତନ୍ତ୍ର ଭେଟି: ଫାଇନାଲ ପାଇଁ ସ୍ୱତନ୍ତ୍ର ଟ୍ରେନ

Above Post Content

ନୂଆଦିଲ୍ଲୀ: କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର । ବିଶ୍ୱକପ୍ ଫାଇନାଲ ମ୍ୟାଚ ପାଇଁ ଗଡ଼ିବ ସ୍ୱତନ୍ତ୍ର ଟ୍ରେନ୍ । ଦେଢ଼ ମାସ ଧରି ଭାରତରେ ଚାଲିଥିବା ଦିନିକିଆ କ୍ରିକେଟ୍ ବିଶ୍ୱକପ୍ ଏବେ ଶେଷ ପହାଚରେ ପହଞ୍ଚିଛି । ଆସନ୍ତା ରବିବାର ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ । ୧୨ ବର୍ଷ ପରେ ଭାରତକୁ ବିଶ୍ୱକପ୍ ଫେରିଥିବାରୁ ନଭେମ୍ବର ୧୯ ତାରିଖକୁ ଭାରତୀୟ ଖେଳାଳିମାନେ ସ୍ମରଣୀୟ କରିବାକୁ ଲକ୍ଷ୍ୟ ରଖିଛନ୍ତି । ପୁରା ବିଶ୍ୱକପରେ ଭାରତର ପ୍ରଦର୍ଶନ ବହୁତ ଭଲ ରହିଥିଲା । ଏବେ ଏହାର ଫାଇନାଲ ମ୍ୟାଚ ପାଇଁ ଭାରତୀୟ ରେଳ ବିଭାଗ ବିଶେଷ ଅଫର ଦେଇଛି । ମ୍ୟାଚ ପାଇଁ ସ୍ୱତନ୍ତ୍ର ରେଳ ଚଳାଚଳ ପାଇଁ ଘୋଷଣା କରଛି ଭାରତୀୟ ରେଳବିଭାଗ ।

ସ୍ୱତନ୍ତ୍ର ଟ୍ରେନ ଦିଲ୍ଲୀ ଏବଂ ମୁମ୍ବାଇରୁ ଅହମ୍ମଦାବାଦ ଗଡିବ

After 2nd paragraph post ads
Middle post content

ଏହି ସ୍ୱତନ୍ତ୍ର ଟ୍ରେନ ଦିଲ୍ଲୀ ଏବଂ ମୁମ୍ବାଇରୁ ଅହମ୍ମଦାବାଦ ଗଡିବ । ଏହି ଟ୍ରେନ ଶନିବାର ସନ୍ଧ୍ୟାରୁ ବାହାରିବ ଏବଂ ପରଦିନ ସକାଳେ ଅହମ୍ମଦାବାଦରେ ପହଞ୍ଚିବ । ଗୋଟିଏ ଟ୍ରେନ ଦିଲ୍ଲୀରୁ ଏବଂ ତିନୋଟି ଟ୍ରେନ ମୁମ୍ବାଇରୁ ଅହମ୍ମଦାବାଦ ଗଡିବ । ଟ୍ରେନ ନଂ ୦୧୧୫୩ ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ –ଅହମ୍ମଦାବାଦ ସ୍ପେଶାଲ ଏକ୍ସପ୍ରେସ ଶନିବାର ୧୦ଟା ୩୩ରୁ ଛତ୍ରପତି ଶିବାଜୀ ମହାରାଜ ଟର୍ମିନସରୁ ବାହାରିବ । ପରଦିନ ୬ଟା ୪୦ରେ ଅହମ୍ମଦାବାଦରେ ପହଞ୍ଚିବ । ଏହା ଦାଦର, ଠାଣେ, ବସଈ ରୋଡ, ବଡୋଦରା ଏବଂ ଅହମ୍ମଦାବାଦରେ ଷ୍ଟପେଜ ନେବ । ସେହିପରି ଦିଲ୍ଲୀରୁ ଅହମ୍ମଦାବାଦ ଟ୍ରେନ ଆଜି ସନ୍ଧ୍ୟାରୁ ବାହାରିବ ।

ଟ୍ରେନ ଚଳାଚଳ କ୍ରିକେଟ ପ୍ରେମୀଙ୍କ ପାଇଁ ଉପହାର

ବିମାନରେ ଆସିବାକୁ ହେଲେ ଯାତ୍ରୀଙ୍କୁ ୨୦ରୁ ୪୦ ହଜାର ଖର୍ଚ୍ଚ ହେବ । ଏପରି ସମୟରେ ଏହି ଟ୍ରେନ ଚଳାଚଳ କ୍ରିକେଟ ପ୍ରେମୀଙ୍କ ପାଇଁ ଏକ ଉପହାରଠାରୁ କିଛି କମ ନୁହେଁ । କାରଣ ଯାତ୍ରୀ ସ୍ଲିପର କ୍ଲାସରେ ୬୨୦ ଟଙ୍କା ଟିକେଟ ଦେଇ ଯାଇପାରିବେ । ସେହିପରି ୩ଏସି ଇକୋନମି ବର୍ଥରେ ୧,୫୨୫ ଟଙ୍କା ଏବଂ ଷ୍ଟାଣ୍ଡାର୍ଡ ୩ଏସି ସିଟିରେ ୧,୬୬୫ଟଙ୍କା ଏବଂ ଫାର୍ଷ୍ଟ କ୍ଲାସ ଏସିରେ ୩, ୪୯୦ ଟଙ୍କା ଫିସ ରହିଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami