ସବୁଠୁ ଲମ୍ବା ୱିଗ୍ ତିଆରି କରି ବିଶ୍ୱ ରେକର୍ଡ କଲେ ଯୁବତୀ

Above Post Content

ଅଧିକାଂଶ ଲୋକ ନିଜର ଏକ ସ୍ୱତନ୍ତ୍ର ପରିଚୟ ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ । ଏବେ ସେମିତି ନାଇଜେରିଆର ଜଣେ ଯୁବତୀ ସବୁଠୁ ଲମ୍ବା ୱିଗ୍ ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି । ଏମିତି କି ବିଶ୍ୱ ରେକର୍ଡ଼ ମଧ୍ୟ ସୃଷ୍ଟି କରିଛନ୍ତି । ଏହି ଯୁବତୀଙ୍କ ଫଟୋ ଏବେ ସୋସିଆଲ ମିଡ଼ିଆରେ ଘୂରି ବୁଲୁଛି ।

୩ଟି ଫୁଟ୍‌ବଲ ପଡ଼ିଆଠାରୁ ବି ଲମ୍ବା

After 2nd paragraph post ads
Middle post content

ନାଇଜେରିଆର ଲାଗୋସ ବାସିନ୍ଦା ହେଲେନ୍ ୱିଲିୟମ୍ । ସେ ଜଣେ ୱିଗ୍ ମେକର । ଏବେ ସେ ୧ହଜାର ୧୫୨ ଫୁଟ ୫ ଇଞ୍ଚ ଲମ୍ବର ଦୀର୍ଘତମ ହାତ ତିଆରି ୱିଗ୍ ପ୍ରସ୍ତୁତ କରିଛନ୍ତି । ଯାହା ୩ଟି ଫୁଟ୍‌ବଲ ପଡ଼ିଆଠାରୁ ବି ଲମ୍ବା । ଏହାକୁ ତିଆରି କରିବାକୁ ତାଙ୍କୁ ପ୍ରାୟ ୧୧ ଦିନ ସମୟ ଲାଗିଥିଲା । ଏନେଇ ସେ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି । ହେଲେନ୍ ପ୍ରଥମେ ସାଇକେଲ ହେଲମେଟରେ ଲାଗିଥିବା ୱିଗ୍ କ୍ୟାପ୍ ଏବଂ କଳା କପଡ଼ା ବ୍ୟବହାର କରି ଏକ ଅଣ୍ଡରଲାଇନ ତିଆରି କରିଥିଲେ । ଏହାପରେ ୧ ହଜାର ବଣ୍ଡଲ କେଶ, ୧୨ କ୍ୟାନ୍ ହେୟାରପ୍ରେ, ୩୫ ଟ୍ୟୁବ୍ ହେୟାର ଗ୍ଲୁ ଏବଂ ୬ ହଜାର ୨୫୦ ହେୟାର କ୍ଲିପ୍ ବ୍ୟବହାର କରି ୱିଗ୍ ପ୍ରସ୍ତୁତ କରିଥିଲେ ।

ଏତେ ବଡ଼ ୱିଗ୍ ତିଆରି କରିବା ସହଜ ନ ଥିଲା

ଏନେଇ ହେଲେନ୍ କହିଛନ୍ତି ଯେ, ଏପରି ଲମ୍ବା ୱିଗ୍ ପାଇଁ ସାମଗ୍ରୀ ସଂଗ୍ରହ କରିବା ସହଜ କାମ ନୁହେଁ । ୮ ବର୍ଷ ଧରି ତାଙ୍କର ଏହି କାର୍ଯ୍ୟ ଉପରେ ଦକ୍ଷତା ଥିଲେ ମଧ୍ୟ ଏହା ତାଙ୍କ ପାଇଁ ସେତେ ସହଜ ନ ଥିଲା । ବ୍ୟାପକ ଅଭିଜ୍ଞତା ସତ୍ତ୍ୱେ ସେ ଏହି ୱିଗ୍ ପ୍ରସ୍ତୁତି ପାଇଁ ବହୁତ ପରିଶ୍ରମ କରିବାକୁ ପଡ଼ିଛି । ତାଙ୍କ ପରିବାର ଓ ପ୍ରିୟଜନଙ୍କ ଉତ୍ସାହ ଯୋଗୁ ସେ ଏହି ଦୀର୍ଘତମ ୱିଗ୍ ନିର୍ମାଣ କରିବାରେ ସଫଳ ହୋଇଥିଲେ । ତେବେ ସେ ସପ୍ତାହକୁ ୫୦ରୁ ୩ ଶହ ହେୟାରପିସ ହାରରେ ୧ହଜାର ୱିଗ୍ ଉତ୍ପାଦନ କରିଥା’ନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami