ଚକୋଲେଟ୍ ଖାଇ ମହିଳାଙ୍କର ମୃତ୍ୟୁ

Above Post Content

ବ୍ରାଜିଲ: ବେଳେ ବେଳେ ମୃତ୍ୟୁ ଏମିତି ଭାବେ ଆସେ ଯେ ତାକୁ ଭାବିଲେ ଯେକେହି ଆଶ୍ଚର୍ଯ୍ୟ ହେବା ନିଶ୍ଚିତ । ଆଉ ଯଦି ଏହି ମୃତ୍ୟୁ ବିଷୟରେ ପୂର୍ବରୁ ଭବିଷ୍ୟବାଣୀ ହୋଇଥାଏ ଓ ସେହି ଅନୁସାରେ ଘଟଣା ଘଟେ ତାହେଲେ ସ୍ୱାଭାବିକ ଭାବରେ ଆମ ଆଶ୍ଚର୍ଯ୍ୟ ଦ୍ୱିଗୁଣିତ ହୋଇଥାଏ । ଏମିତି ଏକ ଘଟଣା ଘଟିଛି ବ୍ରାଜିଲରେ ।

Middle post content

ବ୍ରାଜିଲର ଫର୍ଣ୍ଣାଣ୍ଟା ଭାଲୋଜ୍ ପିଣ୍ଟୋ ନାମ୍ନୀ ୨୭ ବର୍ଷୀୟା ମହିଳା ଏକ ଚକୋଲେଟ୍ ଖାଇବା ପରେ ପରେ ଏପରି ଅଘଟଣ ହୋଇଛି । ଜଣେ ଜ୍ୟୋତିଷ ତାଙ୍କୁ ଏହି ଚକୋଲେଟ୍ ଉପହାର ଦେଇଥିଲେ ବୋଲି ଜଣାପଡ଼ିଛି । ତେବେ ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି, ଉକ୍ତ ଜ୍ୟୋତିଷ ଭାଲୋଜ୍‌ଙ୍କର ହସ୍ତରେଖା ଗଣନା କରି ତାଙ୍କର ଅକାଳ ମରଣ ଯୋଗ ରହିଛି ବୋଲି ଭବିଷ୍ୟବାଣୀ କରିଥିଲେ । ଅଗଷ୍ଟ ୩ ତାରିଖରେ ଭାଲୋଜ୍ ବ୍ରାଜିଲ୍‌ର ମ୍ୟାସିଓ ଅଞ୍ଚଳରେ ବୁଲୁଥିଲେ । ଏତିକିବେଳେ ନିଜକୁ ଜଣେ ପ୍ରବୀଣା ଜ୍ୟୋତିଷ ବୋଲି ଦାବି କରି ଜଣେ ବୟସ୍କା ମହିଳା ତାଙ୍କ ପାଖକୁ ଆସିଥିଲେ । ଭାଲୋଜ୍‌ଙ୍କ ହସ୍ତରେଖା ପଢ଼ି ତାଙ୍କର ଆଗତ ଭବିଷ୍ୟତ ବିଷୟରେ ଠିକ୍ କଥା କହିପାରିବେ ବୋଲି ସେ ଜୋର ଦେଇଥିଲେ ।

After 2nd paragraph post ads

ଭାଲୋଜ୍‌ଙ୍କ ହାତ ଦେଖି ସେ ଆଉ ମାତ୍ର କେଇଦିନ ବଞ୍ଚିବେ ବୋଲି କହିଥିଲେ । ଆଉ ଗଲାବେଳେ ତାଙ୍କୁ ଏକ ଚକୋଲେଟ୍ ଉପହାର ଦେଇଥିଲେ । ଏଥିରେ କୌଣସି ସନ୍ଦେହ ପ୍ରକାଶ ନ କରି ଭାଲୋଜ୍ ତାହାକୁ ଖାଇଦେଇଥିଲେ । କିଛି ସମୟ ପରେ ହଠାତ୍ ତାଙ୍କର ବାନ୍ତି ହେବାକୁ ଲାଗିଲା । ପରେ ସେ ଭୀଷଣ ଭାବରେ ଅସୁସ୍ଥ ହୋଇପଡ଼ିଲେ । ଏହାର କିଛି ଘଣ୍ଟା ପରେ ତାଙ୍କ ସ୍ୱାସ୍ଥ୍ୟ ଗୁରୁତର ହୋଇ ଶେଷରେ ଆଖି ବୁଜିଦେଲେ । ମୃତ୍ୟୁ ପୂର୍ବରୁ ସେ ଏହି ଅନୁଭୂତି ବାବଦରେ ପରିବାର ଲୋକଙ୍କୁ ଜଣାଇଥିଲେ । ଆଉ ଜ୍ୟୋତିଷ ଦେଇଥିବା ଚକୋଲେଟ୍ ଖାଇଥିବା ନେଇ ମଧ୍ୟ କହିଥିଲେ । ଡାକ୍ତରୀ ପରୀକ୍ଷାରୁ ଜଣାପଡ଼ିଥିଲା ଯେ ତାଙ୍କ ଶରୀରରେ ପ୍ରଚୁର କୀଟନାଶକ ରସାୟନ ଭର୍ତ୍ତି ଥିଲା । ଭାଲୋଜ୍‌ଙ୍କୁ ହତ୍ୟା କରିବା ପାଇଁ ସେହି ଜ୍ୟୋତିଷକୁ ସୁପାରି ଦିଆଯାଇଥିବା ସନ୍ଦେହ କରି ପୋଲିସ ତଦନ୍ତ କରୁଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami