ଆଜି ଖେଳିବେ ଇଂଲଣ୍ଡ-ନ୍ୟୁଜିଲାଣ୍ଡ, ପରସ୍ପରକୁ ଟକ୍କର ଦେବେ ୧୦ ଶକ୍ତିଶାଳୀ ଟିମ୍

Above Post Content

ଅହମ୍ମଦାବାଦ: ଆଜିଠୁ କ୍ରିକେଟ ବିଶ୍ୱକପ ମହାକୁମ୍ଭ । ଭାରତର ୧୦ ସହରରେ ଚାଲିବ କ୍ରିକେଟ ମହାସମର । ୧୦ ଶକ୍ତିଶାଳୀ ଟିମ୍ ପରସ୍ପରକୁ ଟକ୍କର ଦେବେ । ଆଜି ଅପରାହ୍ନ ୨ଟାରୁ ମ୍ୟାଚ ଅନୁଷ୍ଠିତ ହେବ । ଦେଢମାସରୁ ଅଧିକ ସମୟ ଧରି ଲାଗିରହିବ ରୋମାଂଚ । ଭାରତ, ପାକିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ, ଆଫଗାନିସ୍ଥାନ, ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ଏବଂ ନେଦରଲାଣ୍ଡସ । ପ୍ରଥମଥର ପାଇଁ ବିଶ୍ୱକପ୍ କେବଳ ଭାରତରେ ଆୟୋଜନ ହେବ । ତେଣୁ ବିଶ୍ୱକପ୍‌ର ସଫଳ ଆୟୋଜନ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସବୁ ପ୍ରକାର ପ୍ରସ୍ତୁତିପର୍ବ ଶେଷ କରିଛି । ମ୍ୟାଚରେ ଅଂଶଗ୍ରହଣ କରୁଥିବା ୧୦ ଦେଶ ମଧ୍ୟରୁ ୫ ଦେଶ ଏସିଆ ମହାଦେଶର । ଭାରତର ୪ ପଡୋଶୀ ଦେଶ ଏହି କ୍ରିକେଟ ମହାକୁମ୍ଭରେ ସାମିଲ ହୋଇଛନ୍ତି । ସବୁ ଦଳ ଫାଇନାଲ ୧୫ ଜଣିଆ ସ୍ୱ୍କାଡ୍ ଘୋଷଣା କରିସାରିଛନ୍ତି ।

Middle post content

ଆଜି ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ଓପନିଂ ମ୍ୟାଚ । ଉଦଘାଟନୀ ମ୍ୟାଚରେ ପରସ୍ପରକୁ ଭେଟିବେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ । ୧ ଲକ୍ଷରୁ ଅଧିକ ଦର୍ଶକ ଏହି ମ୍ୟାଚ୍ ଦେଖିପାରିବେ । ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମ ହେଇଛି ଆଉ ଏକ ଭେନ୍ୟୁ । କୋଲକାତା, ଧର୍ମଶାଳା, ଲକ୍ଷ୍ନୌ, ମୁମ୍ବାଇ, ପୁଣେ, ଚେନ୍ନାଇ, ବେଙ୍ଗାଲୁରୁ ଏବଂ ହାଇଦ୍ରାବାଦରେ ଖେଳାଯିବ ବିଶ୍ୱକପର ଅନ୍ୟ ସମସ୍ତ ମ୍ୟାଚ । ଅକ୍ଟୋବର ୮ ତାରିଖରେ ଭାରତ ତାର ପ୍ରଥମ ମ୍ୟାଚ ଖେଳିବ । ବିଶ୍ୱକପର ଅନ୍ୟ ପ୍ରମୁଖ ଦାବିଦାର ଅଷ୍ଟ୍ରେଲିଆକୁ ଭେଟିବ ଭାରତ । ୧୪ ଅକ୍ଟୋବରରେ ଖେଳାଯିବ ସବୁଠାରୁ ରୋମାଂଚକର ମ୍ୟାଚ୍ । ପାରମ୍ପରିକ ପ୍ରତିନ୍ଦ୍ୱନ୍ଦ୍ୱୀ ପାକିସ୍ତାନ ସହ ଲଢ଼ିବ ଭାରତୀୟ କ୍ରିକେଟ ଟିମ । ୧୫ ନଭେମ୍ବରରେ ପ୍ରଥମ ସେମିଫାଇନାଲ ହେବ କୋଲକାତାର ଇଡେନ ଗାର୍ଡନ ଷ୍ଟାଡିୟମରେ ।

After 2nd paragraph post ads

୧୬ ନଭେମ୍ବରରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଦ୍ୱିତୀୟ ସେମି ଖେଳାଯିବ । ୧୯ ନଭେମ୍ବରରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେବ ଫାଇନାଲ ମୁକାବିଲା । ବିଶ୍ୱକପର ପ୍ରମୁଖ ଦାବିଦାର ମଧ୍ୟରେ ସବୁଠାରୁ ଆଗରେ ରହିଛି ଭାରତ । ଚଳିତ ବିଶ୍ୱକପରେ ଶୁଭମନ ଗିଲ ଗେମ ଚେଂଜର ହେବେ ବୋଲି କହିଛନ୍ତି ପୂର୍ବତନ କ୍ରିକେଟର ଯୁବରାଜ ସିଂହ । ବିଶ୍ୱର ସର୍ବଶ୍ରେଷ୍ଠ ଖେଳାଳି ଭାବେ ସ୍ଥାନ ପାଇବାକୁ ଗିଲଙ୍କ ପାଖରେ ସମସ୍ତ ସାମର୍ଥ୍ୟ ଅଛି ବୋଲି କହିଛନ୍ତି ଯୁବରାଜ । ବିଶ୍ୱକପ ଲାଗି ଭାରତ ପୂର୍ବରୁ ସ୍କ୍ୱାଡ୍ ଘୋଷଣା କରିଥିଲେ ମଧ୍ୟ ଶେଷ ମୁହୂର୍ତ୍ତରେ ଅକ୍ଷର ପଟେଲଙ୍କ ସ୍ଥାନରେ ରବିଚନ୍ଦ୍ରନଙ୍କ ନାଁ ଘୋଷଣା କରିଛି । ଆଘାତ ଜନିତ କାରଣରୁ ସୁସ୍ଥ ନହୋଇପାରିବାରୁ ଅକ୍ଷର ଟିମରୁ ବାଦ ପଡିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami