ସାଇକୋ କିଲରର କାହାଣୀକୁ ନେଇ ନିର୍ମିତ ଓଡ଼ିଆ ଫିଲ୍ମ ‘ଡଟ୍‌ପେନ୍‌’

Above Post Content

ଭୁବନେଶ୍ୱର: ଜଣେ ସାଇକୋ କିଲରର କାହାଣୀକୁ ନେଇ ବଡ଼ ପରଦାକୁ ଖୁବଶୀଘ୍ର ଆସୁଛି ନୂଆ ଓଡ଼ିଆ ଫିଲ୍ମ ‘ଡଟ୍‌ପେନ୍‌’ । ଏହି ଫିଲ୍ମର ମୁଖ୍ୟ ଚରିତ୍ରରେ ନଜର ଆସିବେ ଜ୍ୟୋତିରଞ୍ଜନ । ପୂର୍ବରୁ ସେ ଏକାଧିକ ପ୍ରେମ କାହାଣୀ, ଆକ୍ସନ, ରହସ୍ୟ ଓ ରୋମାଞ୍ଚ ଆଧାରିତ ଫିଲ୍ମରେ ନଜର ଆସିଛନ୍ତି । ଏବେ ଜଣେ ସାଇକୋ କିଲର ଭୂମିକାରେ ନଜର ଆସିବେ । ଏଭଳି ବିଷୟବସ୍ତୁକୁ ନେଇ ପ୍ରଥମ ଥର ଓଡ଼ିଆ ଫିଲ୍ମ ନିର୍ମାଣ କରାଯାଇଛି । ଆସନ୍ତା ଅକ୍ଟୋବର ୧୩ରେ ରିଲିଜ୍ ହେବ ଏହି ଫିଲ୍ମ ।

ଫିଲ୍ମର କାହାଣୀ ଜଣେ ଭାଇ, ଭଉଣୀ ଓ “ଡଟ୍‌ପେନ୍‌” ରୁ ହିଁ ଆରମ୍ଭ । ଭାଇ ନିଜ ଭଉଣୀ ପାଇଁ ପ୍ରତିଶୋଧ ନେଉଛି ହେଲେ କାହିଁକି ଓ “ଡଟ୍‌ପେନ୍‌”ର ସମ୍ପର୍କ ଏହି ଦୁଇଜଣଙ୍କର କ’ଣ ଅଛି ଏମିତି ବହୁ ପ୍ରଶ୍ନର ଉତ୍ତର ଧୀରେ ଧୀରେ ଫିଲ୍ମରେ ମିଳିବ ବୋଲି କହିଛି ପ୍ରଯୋଜନା ସଂସ୍ଥା । ଅଶ୍ୱିନୀ ତ୍ରିପାଠୀ ଓ ଶ୍ରୀ ବ୍ରାଇବାଲ ଏଣ୍ଟରଟେନମେଣ୍ଟ ପ୍ରଯୋଜିତ ଏହି ଫିଲ୍ମରେ ଜ୍ୟୋତିଙ୍କ ଭଉଣୀ ଚରିତ୍ରରେ ଅଭିନୟ କରିଛନ୍ତି ଦିବ୍ୟାଦିଶା ମହାନ୍ତି । ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ଅଭିନୟ କରୁଛନ୍ତି ଅଙ୍କିତ କୁମାର । ଏମାନଙ୍କ ବ୍ୟତୀତ ଶକ୍ତି ବରାଳ, ସୁପ୍ରିୟା ନାୟକ ଅର୍ପିତା ସାହୁ, ପ୍ରିୟମ୍ବଦା, ଅନନ୍ୟା ଦାସ , ରାଜୁ ଦାସ, ସନ୍ତୁ ପ୍ରମୁଖ କଳାକାର ଅଭିନୟ କରିଛନ୍ତି । ଦୁଇ ନୂଆ ମୁହଁ ପ୍ରୀତି ବିଶ୍ୱାଳ ଓ ରୋହନ୍ ଗର୍ଗ ଏ ଫିଲ୍ମର ଅନ୍ୟତମ ଆକର୍ଷଣ ।

After 2nd paragraph post ads
Middle post content

ଫିଲ୍ମ ଡ଼ଟ୍‌ପେନ୍‌ର ପ୍ରଯୋଜନା, ନିର୍ଦ୍ଦେଶନା, ଚିତ୍ରନାଟ୍ୟ ଦାୟିତ୍ୱରେ ଅଛନ୍ତି ଅଶ୍ୱିନୀ ତ୍ରିପାଠୀ । କାହାଣୀ ଲେଖିଛନ୍ତି ଡ. ଦୀପକ କୁମାର ଓ କ୍ରିଏଟିଭ୍ ହେଡ୍ ଓ ପବ୍ଲିସିଟି ଡିଜାଇନର୍ ଅଛନ୍ତି ମିଡିଆ ପ୍ଲାନର ପ୍ରଣୟ ଜେଠୀ । ସୋମେଶ ଶତପଥୀଙ୍କ ସ୍ୱର ସଂଯୋଜନାରେ ଗୀତଗୁଡ଼ିକରେ କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର, ଅସୀମା ପଣ୍ଡା, ଅନ୍ତରା ଚକ୍ରବର୍ତ୍ତୀ, ସ୍ୱୟଂ ପ୍ରକାଶ ପାଢ଼ୀ ଓ ଅର୍ପିତା । ଢେଙ୍କାନାଳର ଏକ ସତ୍ୟ ଘଟଣା ଉପରେ ଆଧାରିତ ଏ ଫିଲ୍ମର ଅଧିକାଂଶ ଦୃଶ୍ୟ ସୁଟିଂ କାମାକ୍ଷାନଗରରେ ହୋଇଛି ।

ଏହି ଫିଲ୍ମର ଅଡିଓ ଲୋକାର୍ପଣ ଉତ୍ସବ ବାଣୀବିହାରସ୍ଥିତ ଗାନ୍ଧୀ ପାର୍କ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସଙ୍ଗୀତ ନିର୍ଦ୍ଦେଶକ ସୋମେଶ ଶତପଥୀ, ନିର୍ଦ୍ଦେଶକ ଓ ପ୍ରଯୋଜକ ଅଶ୍ୱିନୀ ତ୍ରୀପାଠି,କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ,ସ୍ୱୟଂପ୍ରକାଶ ପାଢୀ, ଅସୀମା ପଣ୍ଡା, ଅର୍ପିତା ଚୌଧୁରୀ, ଅଭିନେତା ଜ୍ୟୋତି, ଅଙ୍କିତ, ରୋହନ ଗର୍ଗ ,ସନ୍ତୁ ,ଶକ୍ତି ବରାଳ,ପ୍ରିତି ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami