ସିକିମ୍‌ ବନ୍ୟାରେ ୧୪ ମୃତ, ୨୩ ଯବାନଙ୍କ ସମେତ ୧୨୦ ନିଖୋଜ

Above Post Content

ଗାଙ୍ଗଟକ: ସିକ୍କିମରେ ଗ୍ଲାସିୟାଲ ହ୍ରଦ ଉଚ୍ଛୁଳିବାରୁ ତିସ୍ତା ନଦୀରେ ଅଚାନକ ପ୍ରଳୟଙ୍କରୀ ବନ୍ୟା ଆସିଛିି । ଫଳରେ ୨୩ ଯବାନଙ୍କ ସମେତ ୧୨୦ ଜଣ ନିଖୋଜ ହୋଇଯାଇଛନ୍ତି । ନିଖୋଜ ଯବାନ ଏବଂ ଅନ୍ୟମାନଙ୍କୁ ଖୋଜିବାପାଇଁ ବଡ଼ ଧରଣର ସର୍ଚ୍ଚ ଅପରେସନ୍ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ୧୪ଟି ମୃତଦେହ ଉଦ୍ଧାର କରାଯାଇଛି । ତିସ୍ତା ନଦୀ ଜଳସ୍ତର ବୃଦ୍ଧି ପାଉଥିବାରୁ ଡିକଚୁ, ସିଙ୍ଗତମ ଏବଂ ରାଙ୍ଗପୋ ସମେତ ଅନେକ ସହର ପାଣି ଘେରରେ ରହିଥିବାରୁ ବ୍ୟାପକ କ୍ଷୟକ୍ଷତି ହୋଇଛି । ଫଳରେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସିକ୍କିମରେ ଗତ ରାତିସାରା ପ୍ରବଳ ବର୍ଷା ଲାଗି ରହିଥିବାରୁ ବନ୍ୟା ପରିସ୍ଥିତି ଆହୁରି ଭୟଙ୍କର ହୋଇପାରେ ବୋଲି ଆଶା କରାଯାଉଛି ।

Middle post content

ଉତ୍ତର ସିକ୍କିମରେ ବାଦଲଫଟା ବର୍ଷାକୁ ନେଇ ଅଚାନକ ବନ୍ୟା ପରିସ୍ଥିତି ଉପୁଜିଛି । ତିସ୍ତା ନଦୀରେ ଜଳସ୍ତର ଭୟାନକ ଭାବେ ବୃଦ୍ଧି ପାଇଛି । ସେନାର ପୂର୍ବ କମାଣ୍ଡ ଦ୍ୱାରା ଜାରି ହୋଇଥିବା ବିବୃତି ଅନୁଯାୟୀ ଚୁଙ୍ଗତଙ୍ଗ ଡ୍ୟାମ୍‌ରୁ ସେହି ସମୟରେ ପାଣି ଛଡ଼ାଯିବାରୁ ଜଳସ୍ତର ହଠାତ୍ ୧୫-୨୦ ଫୁଟ୍ ଉଚ୍ଚତାକୁ ବୃଦ୍ଧି ପାଇଥିଲା । ଏହା ଫଳରେ ସିଙ୍ଗତମ ନିକଟସ୍ଥ ବାରଦଙ୍ଗରେ ପାର୍କିଂ ହୋଇଥିବା ସେନା ଗାଡ଼ି ଭାସିଯିବାରୁ ୨୩ ଯବାନ ନିଖୋଜ ହୋଇଯାଇଛନ୍ତି । ଆହୁରି ଅନେକ ଗାଡ଼ି ମଧ୍ୟ ବନ୍ୟା ଜଳରେ ଭାସିଯାଇଛି । ଲାଚେନ ଭ୍ୟାଲିରେ କିଛି ସେନା ପ୍ରତିଷ୍ଠାନ ମଧ୍ୟ ପ୍ରଭାବିତ ହୋଇଛି ।

After 2nd paragraph post ads

ଗାଙ୍ଗଟକ ଏସଡିଏମ୍ ଗୋଲିତରୁ ୯ ଜଣ ସିଙ୍ଗତମରୁ ୫ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ୬ଟି ଗୁରୁତ୍ୱପୂର୍ଣ୍ଣ ବ୍ରିଜ୍ ଭୁଶୁଡ଼ି ପଡ଼ିଛି । ସିଙ୍ଗତମରେ ଥିବା ଇନ୍ଦ୍ରେଣି ବ୍ରିଜ୍ ତିସ୍ତା ନଦୀର ବନ୍ୟାଜଳ ଦ୍ୱାରା ଭାସି ଯାଇଛି । ଏହି ବନ୍ୟାକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କରିଛନ୍ତି ସିକ୍କିମ ସରକାର । ତିସ୍ତା ନଦୀ ଜଳସ୍ତର ବୃଦ୍ଧି ପାଉଥିବାରୁ ଡିକଚୁ, ସିଙ୍ଗତମ ଏବଂ ରାଙ୍ଗପୋ ସମେତ ଅନେକ ସହର ପାଣି ଘେରରେ ରହିଛିସିକ୍କିମ ଏବଂ ଦେଶର ଅନ୍ୟ ଅଂଶକୁ ଯୋଗାଯୋଗ କରୁଥିବା ଜାତୀୟ ରାଜପଥ-୧୦ର କିଛି ଅଂଶ ଭାସି ଯାଇଛି । ଉତ୍ତର ବଙ୍ଗ ଏବଂ ବାଂଲାଦେଶରେ ବନ୍ୟା ସତର୍କତା ଜାରି ହୋଇଛି । ଲାନ୍‌କୋ ହାଇଡେଲ ପାୱାର ପ୍ରୋଜେକ୍ଟ ନିକଟରେ ଥିବା ଅନ୍ୟ ୨ଟି ବ୍ରିଜ୍ ବି ଭୁଶୁଡ଼ି ପଡ଼ିଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami