ସିକିମ୍‌ ବନ୍ୟାରେ ଓଡ଼ିଆ ଯବାନ ନିଖୋଜ, ମିଳିନି ପତ୍ତା

Above Post Content

କାମାକ୍ଷାନଗର: ସିକିମ୍‌ରେ ବାଦଲଫଟା ବର୍ଷାରୁ ପ୍ରଳୟଙ୍କାରୀ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହିି ବନ୍ୟାରେ ୨୩ ଜଣ ଯବାନ ନିଖୋଜ ହୋଇ ଯାଇଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ଜଣେ ଓଡ଼ିଆ ଯବାନ । ସେ ହେଲେ ଭୁବନ ବ୍ଲକ୍ କାମାକ୍ଷାନଗର ଥାନା ଦିଘି ପଞ୍ଚାୟତ କେନ୍ଦୁଢ଼ିପ ଗାଁର ରାମ ଚନ୍ଦ୍ର ଦାସଙ୍କ ସାନପୁଅ ସରୋଜ କୁମାର ଦାସ । ସେ ୨୦୧୨ ମସିହା ଅକ୍ଟୋବର ୨୧ ତାରିଖରେ ସେନାରେ ସିପାହୀ ଭାବେ ନିଯୁକ୍ତ ହୋଇଥିଲେ । ପୁଅ ସୁରକ୍ଷିତ ଭାବେ ଫେରିବାକୁ ବାପା ରାମଚନ୍ଦ୍ରଙ୍କ ସହିତ ପୂରା ପରିବାର ପ୍ରାର୍ଥନା କରିଛନ୍ତି ।

ମଙ୍ଗଳବାର ରାତି ୧୦ଟା ବେଳେ ସରୋଜ ପରିବାର ଲୋକଙ୍କ ସହ ମୋବାଇଲ୍‌ରେ କଥା ହୋଇଥିଲେ । ପ୍ରବଳ ବର୍ଷା ଯୋଗୁଁ ସେ ଗାଡ଼ି ଭିତରେ ରହିଥିବା ପରିବାର ଲୋକଙ୍କୁ କହିଥିଲେ । ତେବେ ଏହାପରେ ତାଙ୍କ ସହ ଆଉ ଯୋଗାଯୋଗ ହୋଇ ନ ଥିଲା । ସେ ନିଖୋଜ ଥିବା ଖବର ଟିଭିରୁ ଦେଖି ପରିବାର ପକ୍ଷରୁ ତାଙ୍କୁ କଲ୍ କରାଯାଇଥିଲେ ବି ଫୋନ୍ ସୁଇଚ୍ ଅଫ୍ ଆସିଥିଲା । ପରେ ତାଙ୍କ ୟୁନିଟ୍ ସହ କଥା ହେବା ପରେ ସରୋଜ ନିଖୋଜ ଥିବା ଜାଣିବାକୁ ପାଇଥିଲେ ପରିବାର ଲୋକେ ।

After 2nd paragraph post ads
Middle post content

ସରୋଜଙ୍କ ବଡ଼ ଭାଇ ମନୋଜ କହିଛନ୍ତି ଯେ, ସେମାନେ ଦୁଇ ଭାଇ ଓ ଦୁଇ ଭଉଣୀ । ସରୋଜ ସବୁଠାରୁ ସାନ ଥିଲେ । ମାତ୍ର ୭ ମାସ ତଳେ ଗତ ଫେବ୍ରୁୟାରି ୧୧ ତାରିଖରେ ସେ କଙ୍କଡ଼ାହାଡ଼ର ଲୋପାମୁଦ୍ରା ଦାସଙ୍କୁ ବିବାହ କରିଥିଲେ । ସିପାହୀରୁ ପଦୋନ୍ନତି ପାଇ ହାବିଲଦାର ହୋଇଥିଲେ । ଗତ ଅଗଷ୍ଟ ମାସରେ ଘରକୁ ବୁଲିବାକୁ ଆସିଥିଲେ । ସେପ୍ଟେମ୍ବର ୬ ତାରିଖରେ ଡ୍ୟୁଟିରେ ଯୋଗ ଦେବା ପାଇଁ ସିକ୍‌ମ ଯାଇଥିଲେ । ମଙ୍ଗଳବାର ରାତି ୧୦ଟା ବେଳେ ଘରକୁ ଫୋନ୍ କରି ପତ୍ନୀ ଓ ଭାଉଜଙ୍କ ସହ କଥା ହୋଇଥିଲେ । ଟ୍ରେନିଂ ସାରି ଆସିଥିବା ବେଳେ ସୁରକ୍ଷିତ ଭାବେ ଘାଟି ରାସ୍ତା ପାର ହୋଇଥିବା ପତ୍ନୀଙ୍କୁ ସରୋଜ କହିଥିଲେ । ତେବେ ପ୍ରବଳ ବର୍ଷା ହେଉଥିବାରୁ ଗାଡ଼ିଗୁଡ଼ିକୁ ଆଗକୁ ଯାଇ ପାରୁ ନ ଥିବା ଓ ସମସ୍ତେ ଗାଡ଼ି ଭିତରେ ଆଶ୍ରୟ ନେଇଥିବା ସେ ଜଣାଇଥିଲେ ବୋଲି ମନୋଜ କହିଛନ୍ତି ।

ତେବେ ବୁଧବାର ସକାଳ ସାଢ଼େ ୧୧ଟାରେ ତାଙ୍କ ୟୁନିଟ୍ ପକ୍ଷରୁ ସରୋଜ ନିଖୋଜ ଥିବା ନେଇ ତାଙ୍କ ପରିବାର ଲୋକଙ୍କୁ ଜଣାଯାଇଥିଲା ।ଉଦ୍ଧାର କାର୍ଯ୍ୟ ଚାଲିଛି ଓ ଧୈର୍ଯ୍ୟ ଧରିବାକୁ ୟୁନିଟ୍ ପକ୍ଷରୁ ବାରମ୍ବାର କୁହାଯାଉଥିବା ମନୋଜ କହିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami