ମହାମାରୀ ଭିତରେ କାନାଡାରେ ରହସ୍ୟମୟ ରୋଗ, ସ୍ୱପ୍ନରେ ଆସୁଛନ୍ତି ମୃତବ୍ୟକ୍ତି

Above Post Content

କାନାଡାରେ ରହସ୍ୟମୟ ରୋଗ

କ୍ୟୁବେକ୍: କରୋନା ଭାଇରସ ବିରୋଧରେ ଲଢୁଥିବା ପାଇଁ ଦୁନିଆ ପାଇଁ ଆସିଛି ଆଉ ଗୋଟିଏ ଖରାପ ଖବର । କାନାଡାରେ ପାଦ ଥାପିଛି ଏମିତି ଏକ ଭୟଙ୍କର ରୋଗ ଯାହା ବିଶେଷଜ୍ଞଙ୍କ ନିଦ ଉଡାଇ ଦେଇଛି । କାନାଡାର ଗୋଟିଏ ପ୍ରଦେଶର ଅତିକମରେ ୪୮ ଜଣ ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି । ଏହି ରୋଗରେ ଆକ୍ରାନ୍ତ ବ୍ୟକ୍ତି ନିଦ୍ରାହିନତା, ଅଙ୍ଗରେ ଶିଥିଳତା ଓ ମତିଭ୍ରମର ଶିକାର ହେଉଛନ୍ତି । ଏହି ଲୋକଙ୍କ ସ୍ୱପ୍ନରେ ମୃତବ୍ୟକ୍ତି ଆସୁଛନ୍ତି । ଏହି ସୂଚନା ଆଧାରରେ ରୋଗର ପ୍ରକୃତ କାରଣ କ’ଣ ତାହା ଜାଣିବା ପାଇଁ ନ୍ୟୁରୋଲଜିଷ୍ଟ୍ ଦିନରାତି ଚେଷ୍ଟା କରୁଛନ୍ତି । ଏହା ପୂର୍ବରୁ କାନାଡାରେ କାଓ ଡିଜିଜ୍ କାରଣରୁ ୫ ଜଣଙ୍କର ମୃତ୍ୟୁ ହୋଇ ସାରିଛି ।

After 2nd paragraph post ads

ରୋଗ କ’ଣ ଜାଣିବାକୁ ଚେଷ୍ଟା କରୁଛନ୍ତି ବୈଜ୍ଞାନିକ

ଦାବି କରାଯାଉଛି ଯେ, ଏହି ରୋଗ ମୋବାଇଲ ଟାୱାରରୁ ହେଉଥିବା ରେଡିଏସନ୍ କାରଣରୁ ହେଉଛି ।  ଆହୁରି ମଧ୍ୟ ଅନେକ ଏହି ରୋଗ ପାଇଁ କରୋନା ଭ୍ୟାକ୍ସିନକୁ ଦାୟୀ କରୁଛନ୍ତି । ତେବେ ଏଭଳି ଦାବିର କୌଣସି ବୈଜ୍ଞାନିକ କାରଣ ଏପର୍ଯ୍ୟନ୍ତ କେହି ରଖି ପାରିନାହାନ୍ତି । ତେବେ ରୋଗର ଲକ୍ଷଣ କାନାଡର ଚିକିତ୍ସା ପ୍ରତିଷ୍ଠାନଗୁଡିକୁ ଚକିତ କରିଦେଇଛି । ଏବେ ଦୁନିଆର ପ୍ରତିଷ୍ଠିତ ନ୍ୟୁରୋଲୋଜିଷ୍ଟ୍ ଏହି ରୋଗର ରହସ୍ୟ ଉଦଘାଟନ ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ।

କନାଡାରେ ଏପର୍ଯ୍ୟନ୍ତ ରୋଗରେ ମଲେଣି ୬

ଆଟଲାଣ୍ଟିକ୍ ଉପକୂଳରେ ଥିବା ନ୍ୟୁ ବ୍ରଂସବିକ୍ ପ୍ରଦେଶରେ ଏହି ରୋଗର ସବୁ ମାମଲା ଆସିଛି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି । ଗତ ୬ ବର୍ଷ ମଧ୍ୟରେ ଏହି ରୋଗରେ ୪୮ ଜଣ ପଡିଲେଣି । ଯେଉଁମାନଙ୍କ ମଧ୍ୟରୁ ୬ ଜଣଙ୍କ ମୃତ୍ୟୁ ହୋଇଛି । 

Middle post content

ବୈଜ୍ଞାନିକଙ୍କ ପାଖରେ ମଧ୍ୟ ନାହିଁ ଉତ୍ତର

ଲୋକ ରୋଗକୁ ନେଇ ଆତଙ୍କିତ ଥିବା ବେଳେ ବୈଜ୍ଞାନିକ ମଧ୍ୟ ଏହାର କାରଣ କ’ଣ ଏପର୍ଯ୍ୟନ୍ତ ଜାଣି ପାରିନାହାନ୍ତି । ରୋଗ ପରିବେଶରୁ ବ୍ୟାପୁଛି କି ଏହା ଆନୁବଂଶିକ କିମ୍ବା ଜଙ୍ଗଲି ମାଂସ ଖାଇବା ଦ୍ୱାରା ଏହା ହେଉଛି ,ଏହି ପ୍ରଶ୍ନର ଉତ୍ତର ଏପର୍ଯ୍ୟନ୍ତ ବୈଜ୍ଞାନିକ ପାଇ ନାହାନ୍ତି ।

କରୋନା କାରଣରୁ ନଜରରୁ ହଟିଥିଲା ରୋଗ

କାନାଡାରେ ୧୫ ମାସ ପୂର୍ବେ କରୋନା ପ୍ରବେଶ କରିଥିଲା । କରୋନା ଆତଙ୍କ ଭିତରେ ସରକାର ଓ ଲୋକଙ୍କ ଧ୍ୟାନ ଏହି ରୋଗ ଉପରୁ ହଟି ଯାଇଥିଲା । କରୋନା ମହାମାରୀ କାରଣରୁ ରୋଗର ଭୟାବହତା ଗମ୍ଭୀରତାକୁ ବୁଝିବାରେ ବିଶେଷଜ୍ଞ ଭୂଲ କରିଥିଲେ । ଏହି ରୋଗ ସମ୍ପର୍କରେ ସାର୍ବଜନିକ ସୂଚନା ମାର୍ଚ୍ଚ ମାସରେ ଦିଆଯାଇଥିଲା ।

ମାନସିକ ରୋଗର ତଦନ୍ତକୁ ନେଇ ପର୍ଯ୍ୟାପ୍ତ ଅଧ୍ୟୟନର ଅଭାବ

ଏହି ରୋଗର କାରଣ ଖୋଜୁଥିବା ଡାକ୍ତରଙ୍କ କହିବା ହେଉଛି ଏହି ରୋଗକୁ ନେଇ ଧିମା ପ୍ରତିକ୍ରିୟା ମହାମାରୀ କାଳରେ ଅନ୍ୟ ଚିକିତ୍ସା ସ୍ଥିତିର ଆହ୍ୱାନକୁ ରେଖାଙ୍କିତ କରୁଛି । ସେମାନେ କହୁଛନ୍ତି ଯେ, କରୋନା କାରଣରୁ ଲୋକ ଏହି ରୋଗକୁ ବିଶେଷ ଗୁରୁତ୍ୱ ଦେଉ ନାହାନ୍ତି । ଚିକିତ୍ସା ବିଜ୍ଞାନରେ ଅସାଧାରଣ ପ୍ରଗତି ସତ୍ୱେ ମାନସିକ ରୋଗ ବା ନ୍ୟୁରୋ ସମ୍ବନ୍ଧିତ ରୋଗକୁ ନେଇ ଆମ ପାଖରେ ସୂଚନାର କେତେ ଅଭାବ ରହିଛି ତାହା ଏହି ରୋଗ କହୁଛି ବୋଲି ବିଶେଷଜ୍ଞଙ୍କ ମତ

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami