ପ୍ରଳୟଙ୍କରୀ ବନ୍ୟାରେ ନିଖୋଜ ଓଡ଼ିଆ ଯବାନ ଶହୀଦ

Above Post Content

କାମାକ୍ଷାନଗର : ସିକିମର ପ୍ରଳୟଙ୍କରୀ ବନ୍ୟାରେ ନିଖୋଜ ଥିବା ଓଡ଼ିଆ ଯବାନ ସରୋଜ କୁମାର ଦାସ ଶହୀଦ ହୋଇଛନ୍ତି । ଉଦ୍ଧାରକାରୀ ଦଳ ତାଙ୍କ ମୃତ ଦେହକୁ ଉଦ୍ଧାର କରିଛନ୍ତି । ପରେ ଉଦ୍ଧାରକାରୀ ଦଳର ଭିଡିଓ କଲରେ ସରୋଜଙ୍କ ମୃତଦେହକୁ ତାଙ୍କ ପରିବାର ଲୋକେ ଚିହ୍ନଟ କରିଛନ୍ତି । ସରୋଜ ହେଉଛନ୍ତି ଢେଙ୍କନାଳ ଜିଲା ଭୁବନ ବ୍ଲକ୍ କାମାକ୍ଷାନଗର ଥାନା ଦିଘି ପଞ୍ଚାୟତ କେନ୍ଦୁଢ଼ିପ ଗାଁର ରାମଚନ୍ଦ୍ର ଦାସଙ୍କ ସାନପୁଅ । ଏହି ଖବର ମିଳିବା ପରେ ପୂରା ଗାଁରେ ଏବେ ବି ଶୋକାକୁଳ ପରିବେଶ ଦେଖାଦେଇଛି ।
ସରୋଜ ୨୦୧୨ ମସିହା ଅକ୍ଟୋବର ୨୧ ତାରିଖରେ ସେନାରେ ସିପାହୀ ଭାବେ ନିଯୁକ୍ତ ହୋଇଥିଲେ । ଗତ ମଙ୍ଗଳବାର ରାତି ୧୦ଟାରେ ସରୋଜ ପରିବାର ଲୋକଙ୍କ ସହ ମୋବାଇଲ୍‌ରେ କଥା ହୋଇଥିଲେ । ପ୍ରବଳ ବର୍ଷା ଯୋଗୁଁ ସେ ଗାଡ଼ି ଭିତରେ ରହିଥିବା ପରିବାର ଲୋକଙ୍କୁ ଜଣାଇଥିଲେ । ତେବେ ଏହାପରେ ତାଙ୍କ ସହ ଆଉ ଯୋଗାଯୋଗ ହୋଇ ପାରି ନ ଥିଲା । ସେ ନିଖୋଜ ଥିବା ଖବର ଟିଭିରୁ ଦେଖିବା ପରେ ପରିବାର ଲୋକେ ତାଙ୍କୁ କଲ୍ କରିଥିଲେ ମଧ୍ୟ ଫୋନ୍ ସୁଇଚ୍ ଅଫ୍ ଆସିଥିଲା । ପରେ ତାଙ୍କ ୟୁନିଟ୍ ସହ କଥା ହେବା ପରେ ସରୋଜ ନିଖୋଜ ଥିବା ଜାଣିବାକୁ ପାଇଥିଲେ ପରିବାର ଲୋକେ ।

Middle post content

ସରୋଜଙ୍କ ବଡ଼ ଭାଇ ମନୋଜ କହିଛନ୍ତି ଯେ, ସେମାନେ ଦୁଇ ଭାଇ ଓ ଦୁଇ ଭଉଣୀ । ସରୋଜ ସବୁଠାରୁ ସାନ ଥିଲେ । ମାତ୍ର ୭ ମାସ ତଳେ ଗତ ଫେବ୍ରୁୟାରି ୧୧ ତାରିଖରେ ସେ କଙ୍କଡ଼ାହାଡ଼ର ଲୋପାମୁଦ୍ରା ଦାସଙ୍କୁ ବିବାହ କରିଥିଲେ । ସିପାହୀରୁ ପଦୋନ୍ନତି ପାଇ ହାବିଲଦାର ହୋଇଥିଲେ । ଗତ ଅଗଷ୍ଟ ମାସରେ ଘରକୁ ବୁଲିବାକୁ ଆସିଥିଲେ । ସେପ୍ଟେମ୍ବର ୬ ତାରିଖରେ ଡ୍ୟୁଟିରେ ଯୋଗ ଦେବା ପାଇଁ ସିକ୍‌ମ ଯାଇଥିଲେ । ମଙ୍ଗଳବାର ରାତି ୧୦ଟା ବେଳେ ଘରକୁ ଫୋନ୍ କରି ପତ୍ନୀ ଓ ଭାଉଜଙ୍କ ସହ କଥା ହୋଇଥିଲେ । ଟ୍ରେନିଂ ସାରି ଆସିଥିବା ବେଳେ ସୁରକ୍ଷିତ ଭାବେ ଘାଟି ରାସ୍ତା ପାର ହୋଇଥିବା ପତ୍ନୀଙ୍କୁ ସରୋଜ କହିଥିଲେ । ତେବେ ପ୍ରବଳ ବର୍ଷା ହେଉଥିବାରୁ ଗାଡ଼ିଗୁଡ଼ିକୁ ଆଗକୁ ଯାଇ ପାରୁ ନ ଥିବା ଓ ସମସ୍ତେ ଗାଡ଼ି ଭିତରେ ଆଶ୍ରୟ ନେଇଥିବା ସେ ଜଣାଇଥିଲେ ବୋଲି ମନୋଜ କହିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami