ଏମିତିି ମନ୍ଦିର, ଯେଉଁଠି ମହିଳାଙ୍କୁ ମନା

Above Post Content

ଟୋକିଓ: ଦକ୍ଷିଣ-ପଶ୍ଚିମ ଜାପାନର ଓକିନୋସିମା ଏପରି ଏକ ମନ୍ଦିର ଅଛି, ଯାହା ଖୁବ୍ ଚର୍ଚ୍ଚାରେ । ଚର୍ଚ୍ଚାର କାରଣ ହେଉଛି, ଏହି ପବିତ୍ର ସ୍ଥାନକୁ କୌଣସି ମହିଳା ପ୍ରବେଶ କରିବାର ଅନୁମତି ନାହିଁ । କେବଳ ବିବସ୍ତ୍ର ପୁୁରୁଷମାନେ କରିଥାନ୍ତି ପୂଜାର୍ଚ୍ଚନା । ଏଠାରେ ପୂଜାର୍ଚ୍ଚନା କଲେ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବା ସହ ପରିବାରରେ ଶୁଭ ହୋଇଥାଏ ବୋଲି ଲୋକଙ୍କର ବିଶ୍ୱାସ ରହିଛି । ତେଣୁ ପ୍ରତ୍ୟେକ ବର୍ଷ ପୁରୁଷମାନେ ଏହି ମନ୍ଦିରରେ ପୂଜା କରିବା ପାଇଁ ଭିଡ଼ ଜମାଇଥାନ୍ତି ।

ଦ୍ୱୀପରେ ମହିଳା ସୁରକ୍ଷିତ ନୁହନ୍ତି

After 2nd paragraph post ads
Middle post content

ଏହି ମନ୍ଦିରକୁ ମହିଳାଙ୍କୁ ଅନୁମତି ନ ମିଳିବାର କାରଣ, ଏହି ମନ୍ଦିରଟି ଏକ ଦ୍ୱୀପରେ ରହିଛି । ଏଠାକୁ ଆରମ୍ଭରୁ ମହିଳାଙ୍କ ପାଇଁ ଅସୁରକ୍ଷିତ ବୋଲି ଧରାଯାଏ । ଦ୍ୱୀପରେ ଥିବା ମନ୍ଦିରର ମହନ୍ତଙ୍କ କହିବା ଅନୁଯାୟୀ, ଏହି ପ୍ରଥାକୁ ବନ୍ଦ କରାଯିବା ଉଚିତ ନୁହେଁ । ଅନ୍ୟ ଏକ କାରଣ, ପୁରୁଷମାନେ ଏଠାରେ ବିନା ବସ୍ତ୍ରରେ ବୁଲୁଥିବାରୁ ମହିଳାଙ୍କୁ ଅନୁମତି ନାହିଁ ବୋଲି ମଧ୍ୟ କୁହାଯାଏ । ଜାପାନରେ ଥିବା ଏହି ଦ୍ୱୀପରେ ସିଣ୍ଟୋ ଧର୍ମର ନୀତି ନିୟମ ପାଳନ କରାଯାଏ । ଏହି ଦ୍ୱୀପକୁ ୟୁନେସ୍କୋ ପକ୍ଷରୁ ବିଶ୍ୱ ଐତିହ୍ୟ ଭାବେ ମାନ୍ୟତା ମିଳିଛି । ୭୦୦ବର୍ଗ ମିଟର ପରିବ୍ୟାପ୍ତ ଏହି ଦ୍ୱୀପ ଚତୁର୍ଥରୁ ନବମ ଶତାବ୍ଦୀ ମଧ୍ୟରେ କୋରିଆ ଓ ଚୀନ ମଧ୍ୟରେ ବ୍ୟବସାୟ ବାଣିଜ୍ୟର କେନ୍ଦ୍ରବିନ୍ଦୁ ପାଲଟିଥିଲା ।

ବର୍ଷକୁ ମାତ୍ର ୨ ଶହ ପୁରୁଷ ଯିବାର ରହିଛି ଅନୁମତି

ସପ୍ତଦଶ ଶତାବ୍ଦୀରେ ଏଠାରେ ଏକ ମନ୍ଦିର ନିର୍ମାଣ କରାଯାଇଥିଲା । ଏହି ମନ୍ଦିରରେ ପୂଜାର୍ଚ୍ଚନା କରିବା ଦ୍ୱାରା ନାବିକମାନଙ୍କ ନୌଯାତ୍ରା ସୁରକ୍ଷିତ ରୁହେ ବୋଲି ବିଶ୍ୱାସ ରହିଛି । ପୁରୁଷମାନେ ଏହି ସ୍ଥାନକୁ ଯିବାକୁ ହେଲେ କଠୋର ନିୟମ ପାଳନ କରିବାକୁ ପଡ଼ିଥାଏ । ସେହି ସ୍ଥାନକୁ ସେମାନେ ବିନା ବସ୍ତ୍ରରେ ଯାଇଥାନ୍ତି ଏବଂ ସମୁଦ୍ରରେ ବିବସ୍ତ୍ର ହୋଇ ଗାଧୋଇଥାନ୍ତି । ଏଠାରେ କେବଳ ବର୍ଷକୁ ୨୦୦ ପୁରୁଷ ଯିବାର ଅନୁମତି ରହିଛି । କେବଳ ଏତିକି ନୁହେଁ,, ସେମାନେ ସେଠାରୁ ଫେରିବା ସମୟରେ ଦ୍ୱୀପର କୌଣସି ଜିନିଷ ଆଣିପାରିବେ ନାହିଁ ଏବଂ ନିଜ ଅନୁଭୂତି କାହାକୁ ବାଣ୍ଟି ପାରିବେ ନାହିଁ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami