ଆଜିଠୁ ଶ୍ରୀମନ୍ଦିର ରତ୍ନଭଣ୍ଡାରର ୩ଡ଼ି ଫର୍ମାଟରେ ହେବ ଲେଜର ସ୍କାନିଂ

Above Post Content

ପୁରୀ : ଶେଷ ହେଲା ଧର୍ମମାସ କାର୍ତ୍ତିକ । ଆଜିଠୁ ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାରର ଲେଜର ସ୍କାନିଂ କରାଯିବ । ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ ଏଏସ୍‌ଆଇକୁ ପୂର୍ବରୁ ଅନୁମତି ଦିଆସରିଛି । କାର୍ତ୍ତିକ ମାସ ପାଇଁ ମନ୍ଦିରରେ ଭକ୍ତଙ୍କ ଭିଡ଼ ଅଧିକ ରହୁଥିବାରୁ ପୂର୍ଣ୍ଣିମା ପରଦିନ ଲେଜର ସ୍କାନିଂ ପାଇଁ ଧାର୍ଯ୍ୟ ରହିଥିଲା । ତେବେ ମଙ୍ଗଳବାରଠାରୁ ଲେଜର ସ୍କାନିଂ ଆରମ୍ଭ ହେବ । ଆବଶ୍ୟକ ପଡ଼ିଲେ, ଭିତର ରତ୍ନଭଣ୍ଡାରର ମଧ୍ୟ ଲେଜର ସ୍କାନିଂ କରାଯିବ । ଏଥିସହ ଶ୍ରୀମନ୍ଦିର ପରିସର ଅନ୍ୟାନ୍ୟ ଛୋଟବଡ଼ ମନ୍ଦିରର ମଧ୍ୟ ସ୍କାନିଂ କରାଯିବା ଲାଗି ନିଷ୍ପତ୍ତି ହୋଇଛି ।

Middle post content

ନୀତି ଯେପରି ପ୍ରଭାବିତ ନ ହେବ ସେନେଇ ଦିଆଯିବ ଗୁରୁତ୍ୱ

After 2nd paragraph post ads

ସକାଳ ଧୂପ ପରେ ଏହାକୁ କରାଯିବାକୁ ଲକ୍ଷ ରଖାଯାଇଛି । ମହାପ୍ରଭୁଙ୍କ ନୀତି କିଭଳି ପ୍ରଭାବିତ ନହେବ ସେନେଇ ବିଶେଷ ଗୁରୁତ୍ୱ ଦିଆଯିବ । ସ୍କାନିଙ୍ଗ ପାଇଁ ମୁମ୍ବାଇର ସେନଜେନ କମ୍ପାନୀରୁ ୩ଜଣ ଇଞ୍ଜିନିୟର ଆସିଛନ୍ତି । ଯେଉଁ ମାନେ ଏଏସ୍‌ଆଇ ଅଧୀନରେ ଥିବା ସମସ୍ଥ ଐତିହ୍ୟର ଲେଜର ସ୍କାନିଙ୍ଗ ସହ ଅନ୍ୟାନ୍ୟ କାର୍ଯ୍ୟ କରିଥାନ୍ତି । ୩ଡ଼ି ଫର୍ମାଟ ରେ ଏହି ସ୍କାନିଙ୍ଗ କରାଯିବ । ଯେଉଁ ଥିରେ ପ୍ରକୃତରେ କଣ ସମସ୍ୟା ରହିଛି ତାହା ସଠିକ ଭାବେ ଜଣାପଡିବ । ତେବେ ଇଞ୍ଜିନିୟରମାନଙ୍କ ସହ ଏଏସ୍‌ଆଇ ଅଫିସିଆଲ, ଶ୍ରୀମନ୍ଦିର ପ୍ରଶାସନର ଇଞ୍ଜିନିୟର ଓ ଅଧିକାରୀଙ୍କ ସମେତ ସେବାୟତ ପ୍ରତିନିଧି ରହିଛନ୍ତି । ବିଭିନ୍ନ ସମୟରେ ରତ୍ନଭଣ୍ଡାର ସ୍ଥିତିକୁ ନେଇ ପ୍ରଶ୍ନ ଉଠିବା ପରେ ଏହାର ବାସ୍ତବ ସ୍ଥିତି ଜାଣିବା ପାଇଁ ଏଏସ୍‌ଆଇ ଲେଜର ସ୍କାନିଂ କରିବା ଲାଗି ଶ୍ରୀମନ୍ଦିର ପ୍ରଶାସନର ଅନୁମତି ଲୋଡ଼ିଥିଲା । ତେଣୁ ଏଏସ୍‌ଆଇକୁ ଲେଜର ସ୍କାନିଂ ପାଇଁ ଅନୁମତି ଦେଇସାରିଛି ମନ୍ଦିର ପ୍ରଶାସନ । ଗତ ୪ତାରିଖରେ ଅନୁଷ୍ଠିତ ହୋଇଥିଲା ରତ୍ନଭଣ୍ଡାର ସବ୍ କମିଟି ବୈଠକ । ଏଥିରେ ବିସ୍ତୃତ ଭାବେ ରତ୍ନଭଣ୍ଡାର ସମ୍ପର୍କରେ ଆଲୋଚନା ହେବା ସହ ଲେଜର ସ୍କାନିଂ ନେଇ ମଧ୍ୟ ତର୍ଜମା କରାଯାଇଥିଲା । କାର୍ତ୍ତିକ ପୂର୍ଣ୍ଣିମା ପରଦିନ ଲେଜର ସ୍କାନିଂ ହେବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା । ସେହି ଅନୁଯାୟୀ, ଆଜିଠାରୁ ଲେଜର ସ୍କାନିଂ ଆରମ୍ଭ କରାଯିବ । ଏ ସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ କହିଛନ୍ତି, କାର୍ତ୍ତିକ ମାସରେ ଭକ୍ତଙ୍କ ଭିଡ଼ ହେଉଥିବାରୁ ପୂର୍ଣ୍ଣମୀ ପରଦିନ ଲେଜର ସ୍କାନିଂ ପାଇଁ ଏଏସ୍‌ଆଇକୁ ଅନୁମତି ଦିଆଯାଇଥିଲା । ସେମାନେ ଯେକୌଣସି ସମୟରେ ତାଙ୍କର ସୁବିଧା ଦେଖି ଲେଜର ସ୍କାନିଂ କରିପାରିବେ । ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାରର ଲେଜର ସ୍କାନିଂ କରାଯିବ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami