ସରିଲା କାର୍ତ୍ତିକ , ଆଜି ଛାଡଖାଇରେ ଆମିଷ ବଜାରରେ ନାହିଁ ଭିଡ଼

Above Post Content

ଭୁବନେଶ୍ୱର : ସରିଲା ଧାର୍ମିକ ମାସ କାର୍ତ୍ତିକ । ଆଜି ହେଉଛି ଛାଡଖାଇ । ମାସ ତମାମ ନିଷ୍ଠା ସହକାରେ ଆମିଷ ନ ଖାଇ ଲୋକ କାର୍ତ୍ତିକ ମାସ ପାଳନ କରୁଥିଲେ । ଆଉ ଅପେକ୍ଷା ଥିଲା ଆଜିର ଦିନକୁ । ଆଜି ମଙ୍ଗଳବାରରେ ଛାଡ଼ଖାଇ ପଡ଼ିଥିବାରୁ ଆମିଷ ବଜାରରେ ବିଶେଷ ଗହଳି ପରିଲକ୍ଷିତ ହୋଇନାହିଁ । ତଥାପି ଆଜି ମାଛ, ମଟନ୍ ଓ ଚିକେନ୍ କିଣିବାକୁ କିଛି ଗ୍ରାହକଙ୍କ ମଧ୍ୟରେ ଆଗ୍ରହ ପରିଲକ୍ଷିତ ହୋଇଛି । ମଙ୍ଗଳାବାର ଯେଉଁମାନେ ଆମିଷ ଖାଆନ୍ତି ନାହିଁ , ସେମାନେ ଆସନ୍ତାକାଲି ପାଇଁ ବରାଦ କରି ସାରିଲେଣି ।ଲୋକଙ୍କ ଡିମାଣ୍ଡକୁ ଦେଖି ବ୍ୟବସାୟୀ ବି ପୁରା ପ୍ରସ୍ତୁତ । ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ମାର୍କେଟରେ ଚିକେନ୍‌, ମାଛ, ଚିଙ୍ଗୁଡ଼ି ଆଦି ପର୍ଯ୍ୟାପ୍ତ ପରିମାଣର ରଖାଯାଇଛି ।

ରାଜଧାନୀରେ ଆମିଷ ଦର ଟିକେ ଉଚ୍ଚା

After 2nd paragraph post ads
Middle post content

ଆଜି ରାଜଧାନୀରେ ଆମିଷର ଦର ବି ଟିକେ ଉଚ୍ଚା ରହିଛି । ଯୁନିଟ-୪ ମାର୍କେଟରେ ଆଜି ରୋହି ଓ ଭାକୁର ମାଛ କିଲୋ ପ୍ରତି ୨୦୦ରୁ ୪୦୦ ଟଙ୍କା ରହିଥିବା ବେଳେ ଚିଙ୍ଗୁଡ଼ିର ଦର ୪୦୦ରୁ ୫୦୦ ଟଙ୍କା ରହିଛି । ଜେଲି ଫିଶର ଦର ୫୦୦ ଟଙ୍କା ରହିଛି । ତେଣେ କଙ୍କଡ଼ାର ମୂଲ୍ୟ ୩୦୦ ଟଙ୍କା ରହିଥିବା ଜଣାଯାଇଛି । ଏଣେ ମଟନ କିଲୋ ପ୍ରତି ୭୫୦ ଟଙ୍କା, ବ୍ରଏଲର୍ ଚିକେନ୍ ୨୦୦ ଟଙ୍କା ଦେଶୀ ଚିକେନ୍ ୫୦୦ ଟଙ୍କାରେ ମିଳୁଛି ।

କଟକରେ ବି ନାହିଁ ଭିଡ଼

ଠିକ୍ ସେହିପରି କଟକରେ ମଧ୍ୟ ଆମିଷ ବଜାରରେ ବିଶେଷ ଭିଡ଼ ପରିଲକ୍ଷିତ ହୋଇନାହିଁ । କଟକରେ ବି ଅନୁରୂପ ଦର ରହିଛି । କଟକରେ ମାଛ ଦର ୧୬୦ରୁ ୨୦୦ ଟଙ୍କା, ଚିକେନ୍ ଦର ୨୨୦ ଟଙ୍କା ଓ ମଟନ୍ କିଲୋ ପ୍ରତି ୭୦୦ ଟଙ୍କା ରହିଛି । ଆସନ୍ତାକାଲି ଭଲ ବେପାର ହେବ ବୋଲି ବ୍ୟବସାୟୀ ଆଶା ରଖିଛନ୍ତି । ବାଲେଶ୍ୱରର ନୂଆ ବଜାର ମାଛ ମାର୍କେଟରେ ବଜାର ମାନ୍ଦା ରହିଛି । ଏଠାରେ ପାମ୍ପଲେଟ୍ ମାଛ ଦର ୬୦୦ ଟଙ୍କା ରହିଛି । ଆଜି ବେଶୀ ପରିମାଣରେ ଆମିଷ ଆସିନି । ଏଠାରେ ଦର ଅଧିକ ଥିବାରୁ ଗ୍ରାହକ ଅସନ୍ତୋଷ ପ୍ରକାଶ କରିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami