ବାଘକୁ ଆଲିଙ୍ଗନ କରିବାରରୁ ଯୁବକଙ୍କୁ କାମୁଡ଼ି ଦେଲା

Above Post Content

ଆଜିକାଲି ଯୁବପିଢି ସୋସିଆଲ ମିଡ଼ିଆରେ ଲୋକପ୍ରିୟ ହେବା ପାଇଁ କୌଣସି ବି କାମ କରିବାକୁ ପଛାଉ ନାହାନ୍ତି । ଏମିତି କି କିଛି ପିଲା ନିଜ ଜୀବନକୁ ବାଜି ଲଗାଇ ଭିଡ଼ିଓ ବନାଉଛନ୍ତି । ନିକଟରେ ଜଣେ ଯୁବକ ବାଘକୁ ଆଲିଙ୍ଗନ କରିବା ମହଙ୍ଗା ପଡ଼ିଛି । ଏହି ଭିଡ଼ିଓ ଭାଇରାଲ ହେବା ଲୋକେ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ଚଷମା ନେବାକୁ ଜିଦ୍ ଧରିଲା ବାଘ

After 2nd paragraph post ads
Middle post content

ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ଯୁବକ ବାଘ ସହ ଖେଳୁଛନ୍ତି । ବାଘକୁ ଆଲିଙ୍ଗନ କରୁଛନ୍ତି । ଯୁବକ ଜଣକ ପିନ୍ଧିଥିବା ଚଷମା ନେବାକୁ ବାଘଟି ଚେଷ୍ଟା କରୁଛି । ବାଘଟି ଚଷମାକୁ ଟାଣିବାରୁ ତାହା ଖସିଯିବାରୁ ଯୁବକ ଜଣକ ଚଷମାକୁ ପୁଣି ଥରେ ପିନ୍ଧି ଦେଉଛନ୍ତି । ହେଲେ ବାଘଟି ସେହି ଚଷମା ନେବାକୁ ଉଦ୍ୟମ କରୁୁୁଛି । ଯୁବକ ବିରୋଧ କରିବାରୁ ବାଘଟି ରାଗିଯାଇ ତାଙ୍କ ହାତକୁ କାମୁଡ଼ି ଦେଉଛନ୍ତି । ପରେ ସେ ବାଘକୁ ତାଙ୍କଠାରୁ ଠେଲି କି ଦୂରେଇ ଦେଉଛନ୍ତି ।

ହିଂସ୍ର ପଶୁ ଗୃହପାଳିତ ନୁହେଁ

ଏହି ଭିଡିଓ ଦେଖିବା ପରେ ଅନେକ ଭିନ୍ନ ଭିନ୍ନ ମତ ଦେବା ସହ ଚକିତ ହୋଇ ଯାଇଛନ୍ତି । ଅନେକ ଯୁବକଙ୍କ ସାହସକୁ ପ୍ରଶଂସା କରିଛନ୍ତି । ଆଉ କିଛି କହିଛନ୍ତି ଯେ, ଏହି ହିଂସ୍ର ପଶୁଙ୍କ ଘର ହେଉଛି ଜଙ୍ଗଲ । ଏହାକୁ ଗୃହପାଳିତ ପଶୁ କରିବା ଉଚିତ୍ ନୁହେଁ । ସେମାନଙ୍କ ପାଖରୁ ପ୍ରତ୍ୟେକ ସମୟରେ ଦୂରେଇ ରହିବା ଉଚିତ ବୋଲି ପରାମର୍ଶ ଦେଇଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami