ଶାହରୁଖଙ୍କୁ ଟପି ପାରିବନି ସଲମାନଙ୍କ ଫିଲ୍ମ, ଆଡ଼ଭାନ୍ସ ବୁକିଂରୁ କରାଯାଇଛି ଆକଳନ

Above Post Content

ମୁମ୍ବାଇ: ଦୀପାବଳି ଅବସରରେ ରିଲିଜ୍ ହେବ ବଲିଉଡ଼ର ଭାଇଜାନ ସଲ୍‌ମାନ ଖାନ୍ ଅଭିନିତ ଫିଲ୍ମ ‘ଟାଇଗର-୩’ । ୟଶ୍ ରାଜ୍ ଫିଲ୍ମସ ଦ୍ୱାରା ନିର୍ମିତ, ଆଦିତ୍ୟ ଚୋପ୍ରାଙ୍କ ପ୍ରଯୋଜିତ ‘ଟାଇଗର-୩’ର ନିର୍ଦ୍ଦେଶକ ହେଉଛନ୍ତି ମନୀଶ ଶର୍ମା । ଏଥିରେ ସଲମାନ୍‌ଙ୍କ ସହିତ ଅଛନ୍ତି କ୍ୟାଟ୍ରିନା କୈଫ୍ ଓ ଇମ୍ରାନ୍ ହାସ୍‌ମି । ‘ଟାଇଗର-୩’ ହେଉଛି ୟଶ୍ ରାଜ୍ ଫିଲ୍ମସର ଗୁପ୍ତଚର ଫିଲ୍ମ ଶୃଙ୍ଖଳାର ପଞ୍ଚମ ତଥା ‘ଟାଇଗର ଶୃଙ୍ଖଳାର ତୃତୀୟ ଫିଲ୍ମ । ଫିଲ୍ମର ଆଡ଼ଭାନ୍ସ ବୁକିଂରୁ ଉତ୍ସାହପ୍ରଦ ସୂଚନା ମିଳିଛି । ହିସାବ ଅନୁସାରେ, ଆଡ୍‌ଭାନ୍ସ ବୁକିଂର ପ୍ରଥମ ୫ଦିନରେ କେବଳ ରିଲିଜ୍ ଦିନ ପାଇଁ ପ୍ରାୟ ୪ଲକ୍ଷ ୬୨ ହଜାର ୩୨୭ଟି ଟିକେଟ୍ ବିକ୍ରି ହୋଇ ଯାଇଛି, ଯାହାର ମୂଲ୍ୟ ପାଖାପାଖି ୧୨ କୋଟି ୪୦ ଲକ୍ଷ ଟଙ୍କା । ଏହା ଭିତରୁ ୪ଲକ୍ଷ ୩୫ହଜାର ୯୧୩ଟି ଟିକେଟ ୨-ଡି ହିନ୍ଦୀ ପାଇଁ ବୁକିଂ ହୋଇଛି । ଆଗାମୀ ଦିନରେ ଏହା ଆହୁରି ଅନେକ ବଢ଼ିଯିବ, ସେଥିରେ ସନ୍ଦେହ ନାହିଁ ।

ଟାଇଗର ୩ରେ ନଜର ଆସିବେ ୩ ସୁପରଷ୍ଟାର

After 2nd paragraph post ads
Middle post content

କାରଣ ଶେଷ ଆଡ଼କୁ ଟିକେଟ ବୁକିଂ ବହୁଗୁଣରେ ବୃଦ୍ଧିପାଏ । ତେବେ ତା’ପରେ ମଧ୍ୟ ସିରିଜ୍‌ର ପୂର୍ବ ଫିଲ୍ମ ‘ପଠାନ୍‌’ର ରେକର୍ଡକୁ ‘ଟାଇଗର-୩’ ଭାଙ୍ଗିବ ବୋଲି ଆଶା କରି ହେଉନାହିଁ । କାରଣ ଶାହରୁଖ୍ ଖାଁଙ୍କ ‘ପଠାନ୍‌’ର ରିଲିଜ୍ ଦିନପାଇଁ ୩୨.୪୩ କୋଟି ଟଙ୍କାର ଆଡ଼ଭାନ୍ସ ବୁକିଂ ହୋଇଥିଲା । ସେ ରେକର୍ଡର ସମକକ୍ଷ ହେବାଲାଗି ‘ଟାଇଗର-୩’କୁ ଆହୁରି ୨ଗୁଣ ବେଗରେ ଆଗକୁ ବଢ଼ିବାକୁ ପଡ଼ିବ । ଟାଇଗ-ର୍୩’ରେ ହଲିଉଡ୍ ସ୍ତରର ଆକ୍ସନ ରହିଛି । ଏ ଫିଲ୍ମର ଗୋଟିଏ ବଡ଼ ଆକର୍ଷଣ ହେଉଛି ଏଥିରେ ଶାହ୍‌ରୁଖ୍ ଖାଁ ଓ ହ୍ରିତ୍ୱିକ୍ ରୋଶନ ଅତିଥି ଭୂମିକାରେ ଅଛନ୍ତି । ଗୋଟିଏ ଫ୍ରେମ୍‌ରେ ସଲମାନ୍‌ଙ୍କ ସହିତ ଏହି ଦୁଇ ସୁପରଷ୍ଟାରଙ୍କ ଉପସ୍ଥିତି ଫିଲ୍ମକୁ ଉଚ୍ଚ ସ୍ତରକୁ ନେବ ବୋଲି ଅନୁମାନ କରାଯାଉଛି । ଏଥିରେ ଆହୁରି ରହିଛି ଗୋଟିଏ ଲମ୍ବା ଇନ୍‌ଟ୍ରୋଡକ୍ସନ ସିକ୍ୱେନ୍ସ । ପ୍ରାୟ ୧୦ ମିନିଟ୍‌ର ସେ ଦୃଶ୍ୟ ଜରିଆରେ ସଲମାନ୍ କାହାଣୀ ଭିତରେ ପ୍ରବେଶ କରୁଛନ୍ତି ।

କ୍ୟାଟ୍ରିନାଙ୍କ ଟାୱେଲ ଦୃଶ୍ୟକୁ ମୁସଲିମ୍ ରାଷ୍ଟ୍ରରେ ବିରୋଧ

ଫିଲ୍ମର ଟ୍ରେଲରରେ କ୍ୟାଟ୍ରିନାଙ୍କ ଟାୱେଲ୍ ଦୃଶ୍ୟ ବି କମ୍ ଦର୍ଶକୀୟ ଉତ୍ସାହ ଓ ଉତ୍କଣ୍ଠା ସୃଷ୍ଟି କରିନି! ତେବେ ଏହି ଦୃଶ୍ୟଟି କାରଣରୁ କେତୋଟି ମୁସ୍‌ଲିମ ରାଷ୍ଟ୍ରରେ ‘ଟାଇଗର-୩’ ରିଲିଜ୍ ହେବାକୁ ଅନୁମତି ମିଳୁନାହିଁ ବୋଲି ଶୁଣା ଯାଉଛି । ଦୀପାବଳି ଓ ପରେ ପରେ ଆସୁଥିବା ଭାଇଦୁଜ ପର୍ବକୁ ଆଖିରେ ରଖି ‘ଟାଇଗର-୩’କୁ ଅଣପାରଂପରିକ ଭାବେ ରବିବାର ଦିନ ରିଲିଜ୍ କରିବାର ନିଷ୍ପତ୍ତି ନିଆ ଯାଇଛି । ଫଳରେ ନଭେମ୍ବର ୧୨ ତାରିଖରେ ପଡୁଥିବା ରବିବାରଠାରୁ ଆରମ୍ଭକରି ୧୯ ତାରିଖରେ ପଡୁଥିବା ପରବର୍ତ୍ତୀ ରବିବାର ପର୍ଯ୍ୟ ନ୍ତ ଜାରି ରହୁଥିବା ଉତ୍ସବର ମାହୋଲରେ ଫିଲ୍ମଟି ଭଲ ବ୍ୟବସାୟ କରି ପାରିବ ବୋଲି ପ୍ରଯୋଜନା ସଂସ୍ଥା ଆଶା ରଖିଛି । ଓଡ଼ିଶାର ପାଖାପାଖି ୬୦ଟି ସିନେମା ହଲ୍‌ରେ ‘ଟାଇଗର-୩’ ପ୍ରଦର୍ଶିତ ହେବ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami