ଭଡ଼ାଟିଆଙ୍କଠାରେ ଶୀଘ୍ର ଦେଖାଯାଏ ବାର୍ଦ୍ଧକ୍ୟର ଲକ୍ଷଣ

Above Post Content

ଅଧିକାଂଶ ଲୋକ କାମ ଅନ୍ୱେଷଣରେ ସହରକୁ ଚାଲି ଆସନ୍ତି । ସହରରେ ଭଡ଼ାଘର ନେଇ ରହିଥାନ୍ତିି । କାରଣ ଘର କିଣିବା ବା ଘର କରି ରହିବା ସମସ୍ତଙ୍କ ପକ୍ଷେ ସମ୍ଭବ ହୋଇ ନ ଥାଏ । ଏଥିସହିତ ଭଡ଼ା ଘରେ ରହିଲେ ଅନେକ ନିତିନିୟମ ଭିତରେ ମଧ୍ୟ ରହିବାକୁ ପଡ଼ିଥାଏ । ଘର ମାଲିକଙ୍କ କହିବା ଅନୁସାରେ ଚଳିବାକୁ ପଡ଼ିଥାଏ । ବିଜୁଳି ଓ ପାଣି ବିଲ୍ ସବୁଠାରୁ ଅଧିକ କଷ୍ଟ ଦେଇଥାଏ । ନିଜ ଇଚ୍ଛା ଅନୁଯାୟୀ, ଘରକୁ ବି ସଜାଇ ହୁଏ ନାହିଁ । ହେଲେ ଭଡ଼ାଘରେ ରହୁଥିବା ଲୋକଙ୍କଠାରେ ସମୟ ପୂର୍ବରୁ ବାର୍ଦ୍ଧକ୍ୟର ଲକ୍ଷଣ ଦେଖାଯାଉଛି । ନିକଟରେ ଏକ ନୂତନ ସର୍ଭେକ୍ଷଣରୁ ଏହା ଜଣାପଡ଼ିଛି ।

ଭଡ଼ାଘର ମାନସିିକସ୍ତରରେ ଚାପଗ୍ରସ୍ତ କରେ

After 2nd paragraph post ads
Middle post content

ଏ ସମ୍ପର୍କିତ ଏକ ରିପୋର୍ଟ ବ୍ରିଟିଶ୍ ମେଡିକାଲ ଜର୍ଣ୍ଣାଲ୍ ‘ଏପିଡେମୋଲୋଜି ଏବଂ କମ୍ୟୁନିଟି ହେଲଥ୍ ଜର୍ଣ୍ଣାଲ୍‌’ରେ ପ୍ରକାଶ ପାଇଛି । ଏଥିରେ କୁହାଯାଇଛି ଯେ, ଭଡ଼ାଘରର ବିଭିନ୍ନ ପ୍ରକାର ସମସ୍ୟା, ଉଭୟ ଶାରୀରିକ ଓ ମାନସିକ ସ୍ତରରେ ଲୋକଙ୍କୁ ଚାପଗ୍ରସ୍ତ କରାଇଥାଏ । ଏହା ଲୋକଙ୍କୁ ମେଦବହୁଳତା, ଧୂମପାନ ଓ ବେକାରୀ ସମସ୍ୟା ଅପେକ୍ଷା ଅଧିକ ପ୍ରଭାବିତ କରିଥାଏ । ଖାସ୍ ଏଥିପାଇଁ ଲୋକେ ଶୀଘ୍ର ବାର୍ଦ୍ଧକ୍ୟର ଶିକାର ହେଉଛନ୍ତି । ଘରଭଡ଼ା ଟଙ୍କା ପାଇଁ କାର୍ଯ୍ୟକ୍ଷେତ୍ରରେ ସଂଘର୍ଷ ଏବଂ ଅଫିସ୍‌ରୁୁ ଭଡ଼ାଘରକୁୁ ଆସିବା ଦୂରତ୍ୱ ଲୋକଙ୍କ ଉପରେ ପ୍ରବଳ ମାନସିକ ଚାପ ପକାଉଛି । ଗବେଷକମାନେ କହିଛନ୍ତି ଯେ, ଶରୀରକୁ ସୁସ୍ଥସବଳ ରଖିବା କ୍ଷେତ୍ରରେ ଘରର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହା ବ୍ୟତୀତ ବେକାରୀ ଭଳି ଅନ୍ୟ ସାମାଜିକ କାରଣ ସହିତ ଘରଭଡ଼ା ମଧ୍ୟ ବୟସ ଉପରେ ଅଧିକ ପ୍ରଭାବ ପକାଉଛି । ଏସବୁ ଦୃଷ୍ଟିରୁ ଦେଖିବାକୁ ଗଲେ, ଯଦି କାହାର ନିଜର ଘର ଅଛି, ତେବେ ସେମାନଙ୍କ ଉପରେ ଅନେକ ପରିମାଣରେ ଚାପର ପ୍ରଭାବ କମିଯିବ ।

୪୦ ହଜାର ଭଡ଼ାଟିଆଙ୍କୁ ନେଇ ହୋଇଥିଲା ଗବେଷଣା

ତେବେ ଏହି ଗବେଷଣାରେ ଆହୁରି ମଧ୍ୟ କୁହାଯାଇଛି, ପରିବେଶ ପ୍ରଦୂଷଣ ସମସ୍ୟା ଯୋଗୁ ମଧ୍ୟ ଲୋକେ ଶୀଘ୍ର ବୁଢ଼ା ହୋଇଯାଉଛନ୍ତି । ଯଦି ଲୋକମାନଙ୍କୁ ଠିକ୍ ସମୟରେ ଏବଂ ଭଲ ଘର ମିଳିଯାଏ, ତେବେ ସେମାନେ ଅନେକ ଚିନ୍ତାରୁ ମୁକ୍ତ ହେବେ ଏବଂ ସେମାନଙ୍କୁ ମାନସିକ ଚାପର ସାମ୍ନା କରିବାକୁ ପଡ଼ିବ ନାହିଁ । ଏହି ଗବେଷଣା ବ୍ରିଟେନରେ ରହୁଥିବା ୪୦ ହଜାର ଭଡ଼ାଟିଆଙ୍କୁ ନେଇ କରାଯାଇଥିଲା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami