ବେଆଇନ ନିର୍ମାଣକୁ ନେଇ ବଢ଼ିଲା ଚିନ୍ତା

Above Post Content

ନୂଆଦିଲ୍ଲ୍‌ୀ : ଆଗ୍ରାରେ ଥିବା ପ୍ରସିଦ୍ଧ ତାଜମହଲ ପ୍ରତି ବଢୁଛି ବିପଦ । ବେଆଇନ ନିର୍ମାଣକୁ ନେଇ ଦିନକୁ ଦିନ ବଢୁଛି ଚିନ୍ତା । ଏହାର ୫୦୦ ମିଟର ପରିଧି ମଧ୍ୟରେ ଥିବା ଅଞ୍ଚଳକୁ ସଂରକ୍ଷିତ ଅଞ୍ଚଳ ଭାବେ ଘୋଷଣା କରାଯାଇଥିଲେ ମଧ୍ୟ ଏହାକୁ କେହି ବି ମାନୁ ନାହାନ୍ତି । ତାଜମହଲର ସଂରକ୍ଷିତ ଅଞ୍ଚଳ ମଧ୍ୟରେ ରେଷ୍ଟୁରାଷ୍ଟ, କାଫେ, ଇମ୍ପୋରିୟମ ଠାରୁ ଆରମ୍ଭ କରି ପ୍ରାୟ ୪୭୦ଟି ବେଆଇନ ପ୍ରତିଷ୍ଠାନ ତିଆରି କରାଯାଇଛି । ଏହା ମଧ୍ୟରୁ ଅନେକ ଦୋକାନ ଦଶନ୍ଧି ଦଶନ୍ଧି ଧରି ଏଠାରେ ରହିଛି । ଏଗୁଡ଼ିକ ତାଜମହଲର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଛି । ତେଣୁ ଏଏସ୍‌ଆଇ ବେଆଇନ ଦଖଲ ବିରୋଧରେ ଏଫଆଇଆର ରୁଜୁ କରିଛି । କିନ୍ତୁ ସ୍ଥାନୀୟ ପ୍ରଶାସନ ବେଆଇନ ଦଖଲକୁ ଉଚ୍ଛେଦ କରିବା ପାଇଁ କୌଣସି ପ୍ରକାରର ପଦକ୍ଷେପ ନେଉ ନାହିଁ ।

ଜବରଦଖଲ ଉଚ୍ଛେଦ କରୁନି ପ୍ରଶାସନ

After 2nd paragraph post ads
Middle post content

ତାଜମହଲର ସଂରକ୍ଷିତ ଅଞ୍ଚଳ ମଧ୍ୟରେ ବେଆଇନ ଭାବେ ପ୍ରତିଷ୍ଠାନ ଖୋଲିଥିବା ଲୋକଙ୍କ ତାଲିକା ଏଏସ୍‌ଆଇର ମହାନିର୍ଦ୍ଦେଶକ ଉତ୍ତର ପ୍ରଦେଶ ସରକାର ଓ ଜିଲ୍ଲା ପ୍ରଶାସନ ପାଖକୁ ପଠାଇଥିଲେ । ବେଆଇନ ଭାବେ ଥିବା ନିର୍ମାଣଗୁଡ଼ିକୁ ହଠାଇବା ପାଇଁ ସେ ଗତବର୍ଷ ତାଲିକା ପଠାଇ ଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ କିଛି ସୁଫଳ ମିଳି ନାହିଁ । ଏଏସ୍‌ଆଇ ଅଧିକାରୀ ଦାବି କରିଛନ୍ତି ଯେ ବାରମ୍ବାର ଏହି ସମସ୍ୟାକୁ ଜିଲ୍ଲା ପ୍ରଶାସନକୁ ଅବଗତ କରାଯାଇଥିଲେ ହେଁ ଜବରଦଖଲକୁ ଉଚ୍ଛେଦ କରାଯାଇ ନାହିଁ । ସଂରକ୍ଷିତ ଐତିହ୍ୟର ଚାରି ପାଖରେ ଜବରଦଖଲ ବିରୋଧରେ ଏଫଆଇଆର କରିବାର ଅଧିକାର ଏଏସ୍‌ଆଇର ରହିଛି । ଏଏସ୍‌ଆଇ ମହାନିର୍ଦ୍ଦେଶକଙ୍କ ଅଫିସ ପକ୍ଷରୁ ଜବବରଦଖଲ ଉଚ୍ଛେଦ ପାଇଁ ନୋଟିସ ପଠାଯାଇ ପାରିବ । କିନ୍ତୁ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାୟିତ୍ୱ ଆଗ୍ରା ବିକାଶ ପ୍ରାଧିକରଣ(ଏଡିଏ) ଓ ସ୍ଥାନୀୟ ପ୍ରଶାସନର । ସେମାନେ କିନ୍ତୁ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରି ନାହାନ୍ତି ।

ଘେରାବନ୍ଦୀରେ ରହିଛି ତାଜମହଲ

ଏଏସ୍‌ଆଇର ତଥ୍ୟ ଅନୁସାରେ, ୨୦୧୫ରୁ ୨୦୨୨ ମଧ୍ୟରେ ତାଜମହଲର ୧୦୦ରୁ ୩୦୦ ମିଟର ଅଞ୍ଚଳ ମଧ୍ୟରେ ନୂଆ କରି ୨୪୮ଟି ବେଆଇନ ପ୍ରତିଷ୍ଠାନ ତିଆରି କରାଯାଇଛି । ଏହା ମଧ୍ୟରୁ କିଛି ପ୍ରତିଷ୍ଠାନ ୫୦ ମିଟର ପରିଧି ଭିତରେ ମଧ୍ୟ ରହିଛି । ଏଥିଯୋଗୁ ତାଜମହଲ ମଧ୍ୟ ଦୂରରୁ ଆଉ ଠିକ ଭାବେ ଦୃଶ୍ୟମାନ ହେଉନାହିଁ । ଦିନକୁ ଦିନ ଏହାକୁ ଘେରାବନ୍ଦୀ କରିବା ଭଳି ସ୍ଥିତି ଦେଖାଯାଉଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami