କେଇ ମିନିଟ୍ ସ୍କ୍ରିନ୍ ସେୟାର କରିଛନ୍ତି ଶାହାରୁଖ-ଅକ୍ଷୟ

Above Post Content

ମୁମ୍ବାଇ: ବଲିଉଡ଼ର ଖିଲାଡ଼ି ଅକ୍ଷୟ କୁମାର ଓ କିଙ୍ଗ୍ ଶାହରୁଖ ଖାନ୍‌ଙ୍କର ବଲିଉଡରେ ଭିନ୍ନ ଭିନ୍ନ ପ୍ରଭାବ ରହିଛି । ଏହି ଦୁହିଁ ଯୋଡ଼ିଙ୍କୁ ଲୋକେ ଏକାଠି ଦେଖିବାକୁ ଚାହାଁନ୍ତି । ହେଲେ ଏପରି ସୁଯୋଗ କେବେ ମିଳେ ନାହିଁ । ଯଦି କେବେ ମିଳିଛି ତାହା କେଇ ସେକେଣ୍ଡ ବା ମିନିଟ୍ ପାଇଁ । ଶାହରୁଖ ଖାନ ନିଜର କେତେଜଣ ସମସାମୟିକ ଅଭିନେତାଙ୍କ ସହ ସ୍କ୍ରିନ୍‌ସେୟାର କରିଛନ୍ତି, ଯେପରି ସଲମାନ ଖାନ ଓ ସୈଫ ଅଲି ଖାନ ଇତ୍ୟାଦି । ଅକ୍ଷୟ କୁମାର ବି ଏପରି ଅଭିନେତାଙ୍କ ସହ ସ୍କ୍ରିନ୍‌ସେୟାର କରିଛନ୍ତି । କିନ୍ତୁ ଦୁହେଁ କେବେ କାହିଁକି ଏକାଠି ଅଭିନୟ କରିନାହାନ୍ତି ସେ ନେଇ ଶାହାରଖ କହିଛନ୍ତି

ଅକ୍ଷୟ ସୁଟିଂ ସାରିବା ପରେ ମୁଁ ପହଞ୍ଚେ

After 2nd paragraph post ads
Middle post content

ଅକ୍ଷୟ କୁମାରଙ୍କ ସହ ଶାହରୁଖ କାହିଁକି କାମ କରିପାରନ୍ତିନି, ସେ ନେଇ ଶାହରୁଖ ଏକ ସାକ୍ଷାତକାରରେ ଉତ୍ତର ରଖିଥିଲେ । ସେ ଏହାର ଉତ୍ତର ମଜାଳିଆ ଢଙ୍ଗରେ ଦେଇ କହିଥିଲେ, ଯଦି କୌଣସି ଫିଲ୍ମ ନିର୍ମାତା ଦୁହିଁଙ୍କୁ ଗୋଟିଏ ଫିଲ୍ମରେ କାମ କରିବା ପାଇଁ ନିଅନ୍ତି, ତେବେ ବି ଦୁହିଙ୍କୁ କେବେ ଏକାଠି ଦେଖିବାକୁ ମିଳିପାରିବ ନାହିଁ । କାରଣ ଅକ୍ଷୟ କୁମାର ଯେତେବେଳେ ସୁଟିଂ ସେଟ୍‌ରୁ ବିଦାୟ ନେଇ ଯିବେ, ସେ ସେତିକିବେଳେ ସୁଟିଂ ସେଟ୍‌ରେ ପହଞ୍ଚିବେ । ଅକ୍ଷୟ କୁମାରଙ୍କ ଅତି ଭୋରରୁ ଉଠିବା ଅଭ୍ୟାସ । ତେଣୁ ସକାଳୁ ସକାଳୁ ସେ ନିତ୍ୟକର୍ମ ସାରି ସୁଟିଂସେଟ୍‌ରେ ପହଞ୍ଚି ଯାଆନ୍ତି । କିନ୍ତୁ ଶାହରୁଖଙ୍କର ବିଳମ୍ବରେ ଉଠିବା ଅଭ୍ୟାସ । ତେଣୁ ସେ ଡେରିରେ ସୁଟିଂ ସେଟ୍‌କୁ ଆସନ୍ତି । ଏହି କାରଣରୁ ଦୁହିଁଙ୍କ ଭିତରେ କେବେ ଦେଖା ହୋଇପାରେନା ।

୨ଟି ଫିଲ୍ମରେ ଆସିଥିଲେ ଏକାଠି

କେବଳ ଦୁଇଟି ଫିଲ୍ମରେ ଶାହରୁଖ-ଅକ୍ଷୟଙ୍କୁ ଏକାଠି ଦେଖିବାକୁ ମିଳିଥିଲା । ଗୋଟିଏ ହେଉଛି ‘ଦିଲ ତୋ ପାଗଲ ହୈ’, ଯେଉଁଥିରେ ଦୁହିଁଙ୍କୁ କେଇ ସେକେଣ୍ଡ ପାଇଁ ଏକାଠି ଦେଖିବାକୁ ମିଳିଥିଲା । ସେହିପରି ଅକ୍ଷୟ କୁମାରଙ୍କ ଏକ ଫିଲ୍ମର ଏକ ଗୀତ ଥିଲା ‘ହେ ବିବି’ । ଏଥିରେ ଅକ୍ଷୟ, ରିତେଶ ଦେଶମୁଖ ଓ ବିଦ୍ୟା ବାଲାନଙ୍କ ସହ ଶାହରୁଖଙ୍କୁ ବି କିଛି ମିନିଟ୍ ପାଇଁ ଦେଖିବାକୁ ମିଳିଥିଲା ।

Below Post Content

Leave a Comment

Your email address will not be published. Required fields are marked *

RSS
Follow by Email
Scroll to Top
Close Bitnami banner
Bitnami