![Above Post Content](http://risingodisha.in/wp-content/uploads/2023/07/c3326471d6b687956600ca672258ba5b.webp)
ଜଣେ ୭୧ ବର୍ଷୀୟ ଆଫ୍ରିକୀୟ ବ୍ୟକ୍ତି ମହିଳାଙ୍କୁ ଏତେ ଭୟ କରନ୍ତି ଯେ ସେ ଦୀର୍ଘ ୫୫ ବର୍ଷ ହେଲା ଗୋଟିଏ ୧୫ ଫୁଟ୍ ବାଡ଼ ଘେରା ନିର୍ଜନ ଘରେ ଏକାନ୍ତବାସରେ ଜୀବନ କଟାଇ ଆସୁଛନ୍ତି । କାଲିକ୍ଷ୍ଟ ଏଞ୍ଜାମୱିତା ନାମକ ଏହି ବ୍ୟକ୍ତିଙ୍କୁ ଯେତେବେଳେ ମାତ୍ର ୧୬ ବର୍ଷ ହୋଇଥିଲା, ସେତେବେଳେ ମହିଳାଙ୍କ ଡର ତାଙ୍କ ପାଇଁ ଅସହ୍ୟ ବୋଲି ସେ ଅନୁଭବ କଲେ । ସେ ମହିଳାମାନଙ୍କ ପାଖାପାଖି ଇଲାକାରେ ବି ରହିବାକୁ ଆତଙ୍କିତ ଅନୁଭବ କଲେ । ତେଣୁ ସେ ନିଜ ଘର ଚାରିପାଖେ କାଠବାଡ଼ ଦେଇ ରହିବା ସହ ସେବେଠାରୁ ଆଉ ବାହାରକୁ ବାହାରି ନାହାନ୍ତି । ତେବେ ତାଙ୍କ ପରିବାରର ମହିଳାମାନେ ତାଙ୍କୁ ଦୂରେଇଦେବା ପରିବର୍ତ୍ତେ ଏଞ୍ଜାମୱିତା ତାଙ୍କର ଦେଖାଶୁଣା କରି ଆସିଛନ୍ତି ।
![Middle post content](http://risingodisha.in/wp-content/uploads/2023/08/website-1-e1691833471554.jpg)
ଘରର ମହିଳାମାନଙ୍କୁ ବି କରନ୍ତି ଭୟ
![After 2nd paragraph post ads](http://risingodisha.in/wp-content/uploads/2023/08/728.jpg)
ସେମାନେ ତାଙ୍କର ନିବୁଜ ଘର ଭିତରକୁ ଖାଦ୍ୟ ଓ ବସ୍ତ୍ର ଆଦି ଫିଙ୍ଗି ଦେଇ ଆସିଥା’ନ୍ତି । ଯଦିଓ ସେ ସମ୍ପର୍କୀୟ ମହିଳାମାନଙ୍କ ପାଇଁ କେବେ ବି କବାଟ ଖୋଲିନଥା’ନ୍ତି, ତେବେ ସେମାନେ ଦେଉଥିବା ସାମଗ୍ରୀକୁ ସେ ବ୍ୟବହାର କରିଥା’ନ୍ତି । ଏଞ୍ଜାମୱିତାଙ୍କର ଏପରି ଅସ୍ୱାଭାବିକ ଲକ୍ଷଣ ବାବଦରେ ଡାକ୍ତରୀ ବିଶ୍ଳେଷଣ କରାଯାଇନାହିଁ, ତେବେ ସେ ‘ଗାଇନୋଫୋବାୟା’ ବା ‘ମହିଳାଙ୍କ ପ୍ରତି ଅହେତୁକ ଭୟ’ରେ ପୀଡ଼ିତ ବୋଲି ଅନୁମାନ କରାଯାଉଛି । କାଲିକ୍ଷ୍ଟଙ୍କର ଏହି କାହାଣୀ ଗତ ଅଗଷ୍ଟ ମାସରେ ଲୋକଲୋଚନକୁ ଆସିଥିଲା, ଯେତେବେଳେ ଏକ ଆଫ୍ରିକୀୟ ଗଣମାଧ୍ୟମ ସଂସ୍ଥା ତାଙ୍କ ସମ୍ପର୍କିତ ଏକ ଭିଡିଓ ଛାଡ଼ିଥିଲା । ତେବେ ସେ ପ୍ରକୃତରେ ଆଫ୍ରିକାର କେଉଁ ଅଞ୍ଚଳର ତାହା ସ୍ପଷ୍ଟ ହୋଇନାହିଁ ।
![Below Post Content](http://risingodisha.in/wp-content/uploads/2023/07/5ca1c8be182baca302722f4c96b37584.webp)