ସାପର ଜୋତା ପିନ୍ଧି ଚାଲିଲେ ଯୁବତୀ, ଯିଏ ଦେଖିଲା ସେ ଚିଲେଇଲା

Above Post Content

ଏବେ ସୋସିଆଲ ମିଡିଆରେ ଜଣେ ଯୁବତୀଙ୍କ ଏକ ଭିଡିଓ ଘୂରି ବୁଲୁଛି । ଯେଉଁଥିରେ ସେ ବହୁତ ଅଜବ ଜୋତା ପିନ୍ଧିଥିବାର ନଜର ଆସିଛନ୍ତି । ଏହି ଜୋତା ଏପରି ତିଆରି ହୋଇଛି ତାକୁ ଯିଏ ଦେଖୁଛି ସେ ଚିତ୍କାର କରୁଛି । ଏହି ଜୋତା ହେଉଛି କୋବ୍ରା ହୁଡ୍ ଷ୍ଟାଇଲ ଜୋତା । ଭାଇରାଲ ଭିଡିଓକୁ ନେଇ କିଛି ୟୁଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏପରି ଜୋତା ପିନ୍ଧିଥିବା ଯୁବତୀଙ୍କ ଉପରେ ୟୁଜରମାନେ ବିରକ୍ତଭାବ ପ୍ରକାଶ କରିଛନ୍ତିି । ସେ ଏହାକୁ ସାପ ଦେବତାଙ୍କ ପ୍ରତି ଅପମାନ ବୋଲି କହିଛନ୍ତି ।

Middle post content

ଲୋକେ କହିଲେ ନାଗ ଦେବତାଙ୍କ ପ୍ରତି ଅପମାନ

After 2nd paragraph post ads

ଭାଇରାଲ ଭିଡ଼ିଓରେ ଯୁବତୀଙ୍କ ମୁହଁ ଦେଖାଯାଉନାହିଁ । ସେ ଏହି ସାପ ଜୋତାକୁ ଗୋଡ଼ରେ ପିନ୍ଧୁଥିବା ନଜର ଆସିଛନ୍ତି । ପରେ ତାକୁ ପିନ୍ଧି ଚାଲୁଛନ୍ତି । ମାତ୍ର ସେ ପିନ୍ଧିଥିବା ଜୋତାଟି ଖୁବ୍ ଭୟଙ୍କର ଦେଖାଯାଉଛି । ଲାଗୁଛି ଯେପରି ପ୍ରକୃତ କୋବ୍ରା ସାପ ତାର ଫଣା ଟେକି ଠିଆ ହୋଇଛି । ଯଦ କେହି ହଠାତ୍ ଏହି ଜୋତା ପିନ୍ଧିଥିବା ମହିଳାଙ୍କ ନିକଟକୁ ଯିବ ସେ ଚିତ୍କାର କରିବ । ଭାଇରାଲ ଭିଡିଓ ଉପରେ ଲୋକମାନେ ଅନେକ ମନ୍ତବ୍ୟ ମଧ୍ୟ ଦେଇଛନ୍ତି । କିଛି ୟୁଜର ଏହାକୁ ପସନ୍ଦ କରିଥିବା ବେଳେ ଆଉ କିଛି ୟୁଜର ଏପରି ଜୋତାକୁ ନାପସନ୍ଦ କରିବା ସହ ଯୁବତୀଙ୍କୁ ଟ୍ରୋଲ୍ ବି କରିଛନ୍ତି । ଅନେକ ଲେଖିଛନ୍ତି ଏହା ନାଗ ଦେବତାଙ୍କ ପ୍ରତି ଅପମାନ । ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି, ‘ନାଗ ଦେବତାଙ୍କୁ ପାଦରେ ପିନ୍ଧିଛନ୍ତି, ସେ ବିନାଶ କରିବେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami