ରୋମାଞ୍ଚ ଭରିଲେ ବିରାଟ, କଲେ ନୂଆ ରେକର୍ଡ

Above Post Content

ଆଇସିସି ବିଶ୍ୱକପ୍‌ରେ ଟିମ୍ ଇଣ୍ଡିଆ ଜାରି ରଖିଛି ତାର ବିଜୟ ଅଭିଯାନଗୁରବାର ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ବି ଦମଦାର ବିଜୟ ହାସଲ କରିଛି ଭାରତ । ଏହି ବିଜୟ ହାସଲ ସହ ଚଳିତ ବିଶ୍ୱକପରେ ଚତୁର୍ଥ ବିଜୟ ନିଜ ନାମରେ କରିଛି ଭାରତୀୟ ଟିମ୍ । ଦଳର ତାରକା ବ୍ୟାଟ୍ସମ୍ୟାନ୍ କୁହାଯାଉଥିବା ବିରାଟ କୋହଲି ଏହି ମ୍ୟାଚରେ ଦମଦାର ଶତକ ହାସଲ କରି କ୍ରିକେଟ ପ୍ରେମୀଙ୍କ ମନ ଜିଣିଛନ୍ତି । ମାତ୍ର ୪୧ ଓଭରରେ ବାଂଲାଦେଶର ୨୫୭ ରନ୍ ଟାର୍ଗେଟକୁ ହାସଲ କରିବାରେ ସଫଳ ହୋଇଛି ମେନ୍ ଇନ୍ ବ୍ଲୁ । ବାଂଲାଦେଶ ବିପକ୍ଷ ଏହି ଦମଦାର ଶତକ ସହ ବିରାଟ ନିଜର ୪୮ତମ ଶତକ ହାସଲ କରିଛନ୍ତି ।

ଦମଦାର ବିଜୟ ହାସଲ କଲା ରୋହିତ୍ ବାହିନୀ

After 2nd paragraph post ads

କିଙ୍ଗ୍ କୋହଲି ୪୨ ତମ ଓଭରର ତୃତୀୟ ବଲରେ ସାନ୍ଦାର ଛକା ମାରି ଏହି ଟାର୍ଗେଟ ହାସଲ କରିଛନ୍ତି । ପୂର୍ବରୁ ଅଷ୍ଟ୍ରେଲିଆ, ଆଫଗାନିସ୍ତାନ ଏବଂ ପାକିସ୍ତାନ ପରେ ବାଂଲାଦେଶ ମଧ୍ୟ ଭାରତ ସାମ୍ନାରେ ପରାଜୟର ଶିକାର ହୋଇଛନ୍ତି । ବିରାଟଙ୍କ ବିସ୍ଫୋରକ ଶତକ ଏବଂ ଶୁଭମନ ଗିଲଙ୍କ ଅର୍ଦ୍ଧଶତକ ସହିତ ଭାରତୀୟ ଟିମ ଚଳିତ ବିଶ୍ୱକପର ଚତୁର୍ଥ ବିଜୟ ନିଜ ଖାତା ରେ ଯୋଡି ପାରିଛି । ବାଂଲାଦେଶର ୨୫୭ ରନ୍ ଟାର୍ଗେଟକୁ ପିଛା କରି ଦମଦାର ଆରମ୍ଭ କରିଥିଲେ ଅଧିନାୟକ ରୋହିତ ଏବଂ ଶୁଭମନ ଗିଲ୍ । ତେବେ ରୋହିତ ମାତ୍ର ୨ ରନରେ ନିଜ ଅର୍ଦ୍ଧଶତକରୁ ବଞ୍ଚିଯାଇଛନ୍ତି ।

Middle post content

ବିରାଟଙ୍କ ବ୍ୟାଟ୍ ରୁ ଚୌକା ଛକା ବର୍ଷା

୪୦ ବଲରେ ୪୮ ରନ୍ କରି ରୋହିତ ପାଭିଲିୟନ ଫେରିଯାଇଥିବା ବେଳେ ଗିଲ୍ ମଧ୍ୟ ୫୩ ରନ୍ କରି ଆଉଟ ହୋଇଥିଲେ । ଏହାପରେ ବାଂଲାଦେଶ ବିପକ୍ଷରେ ଆରମ୍ଭ ହୋଇଥିଲା ବିରାଟ ଶୋ’ । ବାଂଲାଦେଶୀ ବୋଲରଙ୍କୁ ଟାର୍ଗେଟ କରି ନିଜ ଶତକ ହାସଲ କରିଛନ୍ତି ରନ୍ ମେସିନ୍ ବିରାଟ । ୯୭ ବଲରୁ ୬ଟି ଚୌକା ଏବଂ ୪ଟି ଛକା ସହ ଭାରତକୁ ଆଉ ଏକ ବଡ଼ ବିଜୟ ଦେଇଛନ୍ତି କିଙ୍ଗ କୋହଲି । ଫଳରେ ମାତ୍ର ୪୧.୩ ଓଭରରେ ବିଜୟ ହାସଲ କରି ନେଇଛି ଭାରତ ।

ମ୍ୟାନ୍ ଅଫ୍ ଦ ମ୍ୟାଚ୍ ହେଲେ କୋହଲି

ଏହି ଶତକୀୟ ଇନିଂସ ପାଇଁ ବିରାଟଙ୍କୁ ପ୍ଲେୟର ଅଫ୍ ଦ ମ୍ୟାଚ ଭାବରେ ବିବେଚିତ କରାଯାଇଛି । ବିରାଟ କୋହଲି ଏହି ଶତକ ସହ ଦୁଇଟି ରେକର୍ଡ ନିଜ ନାମରେ କରିଛନ୍ତି ବିରାଟ । ଶତକ ଦ୍ୱାରା ବିଶ୍ୱର ଚତୁର୍ଥ ବ୍ୟାଟର ଭାବରେ ୨୬ ହଜାର ରନ୍ ପୂରଣ କରିଛନ୍ତି କୋହଲି । ଏହାସହିତ ସଚିନଙ୍କ ପରେ ସର୍ବାଧିକ ଶତକ ହାସଲ କରିବାରେ ମଧ୍ୟ ସେ ଦ୍ୱିତୀୟ କ୍ରିକେଟର ପାଲଟିଛନ୍ତି । ଏହି ଶତକ ସହ କ୍ୟାରିୟରର ୪୮ତମ ଶତକ ନିଜ ନାମରେ କରିଛନ୍ତି ଚେଜ୍ ମାଷ୍ଟର କୋହଲି । ତେବେ କେ.ଏଲ ରାହୁଲ ୩୪ ରନ୍ କରି ଅପରାଜିତ ରହିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami