ଆଜିଠୁ ଘରୋଇ ବସ୍ ଧର୍ମଘଟ; ଯାତ୍ରୀ ହନ୍ତସନ୍ତ

Above Post Content

ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ଘରୋଇ ବସ୍ ଧର୍ମଘଟ । ଗୁରୁବାର ସରକାରଙ୍କ ଆଲୋଚନା ପରେ ମଧ୍ୟ କୌଣସି ଲିଖିତ ପ୍ରତିଶ୍ରୁତି ନ ମିଳିବାରୁ ଆଜିଠୁ ଧର୍ମଘଟ ନେଇ ଘୋଷଣା କରିଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ । ଆଜି ଓଡ଼ିଶାର ସବୁଠାରୁ ବଡ଼ ବସ୍ ଷ୍ଟାଣ୍ଡ ‘ନେତାଜୀ ବସ୍ ଟର୍ମିନାଲ୍‌’ରୁ କୌଣସି ଘରୋଇ ବସ୍ ଚଳାଚଳ କରୁନାହିଁ । କଟକ-ଭୁବନେଶ୍ୱରରେ କେବଳ ସରକାରୀ ବସ୍ ଓ ମୋ ବସ୍ ଚଳାଚଳ କରୁଛି । ପାର୍ବଣ ବେଳେ ଘରୋଇ ବସ୍ ସେବା ବନ୍ଦ ହେବାରୁ ଯାତ୍ରୀ ପରିବହନ ସେବା ଗୁରୁତର ପ୍ରଭାବିତ ହୋଇଛି । ପୂଜା ଛୁଟିରେ ହଜାର ହଜାର ଲୋକ ଘରକୁ ଫେରୁଥିବା ବେଳେ ବସ୍ ଧର୍ମଘଟ ଯୋଗୁ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ସଂଘର ଧର୍ମଘଟ ନିଷ୍ପତ୍ତି ଏକତରଫା

After 2nd paragraph post ads
Middle post content

ରାଜ୍ୟରେ ପ୍ରାୟ ୧୪ ହଜାର ଘରୋଇ ବସ୍ ଚଳାଚଳ କରୁଛି । ଘରୋଇ ବସ୍ ସେବା ଉପରେ ରାଜ୍ୟର ଦୈନିକ ୪ ଲକ୍ଷରୁ ଅଧିକ ଲୋକ ନିର୍ଭର କରିଥାନ୍ତି । ଲକ୍ଷ୍ମୀ ବସ୍ ଚଳାଚଳକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଛି ଓଡ଼ିଶା ଘରୋଇ ବସ୍ ମାଲିକ ସଂଘ । ବସ୍ ମାଲିକ ସଂଘର ଧର୍ମଘଟ ନିଷ୍ପତ୍ତି ସମ୍ପୂର୍ଣ୍ଣ ଭାବେ ଏକତରଫା ବୋଲି ପରିବହନ ମନ୍ତ୍ରୀ କହିଛନ୍ତି । ଏହାସହ ସଂଘକୁ ଅନ୍ଦୋଳନ ପ୍ରତ୍ୟାହାର ପାଇଁ ଅପିଲ୍ କରିଛନ୍ତି । ମନ୍ତ୍ରୀ କହିଛନ୍ତି, ଆଲୋଚନା ମାଧ୍ୟମରେ ହିଁ ସମାଧାନର ବାଟ ବାହାରିବ । ଆସନ୍ତା ୨୬ ତାରିଖରେ ପୁଣି ଆଲୋଚନା ପାଇଁ ଡାକିଛୁ । ଲକ୍ଷ୍ମୀ ଯୋଜନା ଏକ ଲୋକାଭିମୁଖୀ କାର୍ଯ୍ୟକ୍ରମ । ଏହା ଚାଲୁ ରହିବ । ତେବେ ଦଶହରା ବେଳେ ସାଧାରଣ ଲୋକେ ଯେପରି ହଇରାଣ ନ ହୁଅନ୍ତୁ, ସେଥିଲାଗି ବସ୍ ମାଲିକମାନଙ୍କ ସହଯୋଗ ଲୋଡ଼ିଛନ୍ତି ମନ୍ତ୍ରୀ ।

ବାଲେଶ୍ୱରରେ କରୁଛି ବସ ଚଳାଚଳ

ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି, ଆମେ ମନ୍ତ୍ରୀଙ୍କ କଥାକୁ ସ୍ୱାଗତ କରୁଛୁ, ମାତ୍ର ଆମର ଲିଖିତ ପ୍ରତିଶ୍ରୁତି ଦରକାର । ଅନ୍ୟପକ୍ଷରେ ବାଲେଶ୍ୱରରେ ଘରୋଇ ବସ୍ ମାଲିକ ସଂଘ ବନ୍ଦ ନିଷ୍ପତ୍ତି ବିରୁଦ୍ଧରେ ଯାଇ ବସ୍ ଚଳାଚଳ ଜାରି ରଖିଥିବା ଜଣାଯାଇଛି । ରାଜ୍ୟ ବସ ମାଲିକ ସଂଘ ର ନିଷ୍ପତ୍ତି ବିରୁଦ୍ଧରେ ବାଲେଶ୍ୱର ଘରୋଇ ବସ୍ ମାଲିକ ସଂଘ । ବାଲେଶ୍ୱର ରେ ଦୁଇଟି ବସ ମାଲିକ ସଂଘ ରହିଥିବା ବେଳେ ଗୋଟିଏ ରାଜ୍ୟ ସଂଘ ପକ୍ଷରୁ ଦିଆଯାଇଥିବା ଧର୍ମଘଟ କୁ ସମର୍ଥନ କରୁଥିବା ବେଳେ ଆଉ ଗୋଟିଏ ସଂଘ୍ ବିରୋଧ କରୁଛି । ଆଜି ବାଲେଶ୍ୱର ବସ ଷ୍ଟାଣ୍ଡରୁ ବିଭିନ୍ନ ଅଞ୍ଚଳକୁ ବସ୍ ଚଳାଚଳ କରୁଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami