ସୁମୋ ଯୋଦ୍ଧାଙ୍କ ଲାଗି ସ୍ୱତନ୍ତ୍ର ବିମାନ ବ୍ୟବସ୍ଥା

Above Post Content

ଜାପାନ: ସାଧାରଣତଃ ଜାପାନର ସୁମୋ ଯୋଦ୍ଧାମାନେ ପୃଥୁଳକାୟ ହୋଇଥାନ୍ତି । ସେମାନଙ୍କର ଏହି ପୃଥୁଳକାୟ ଶରୀରକୁ ଲୋକେ ଖୁବ୍ ପସନ୍ଦ କରିଥାନ୍ତି । ଏହି ଶରୀର ପାଇଁ ସେମାନେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ନିକଟରେ ଦଳେ ସୁମୋ ଯୋଦ୍ଧାଙ୍କୁ ଦୁଇଟି ବୋଇଂ-୭୩୭ ବିମାନରେ ବହନ କରିବା ସମ୍ଭବ ନ ହେବାରୁ ଜାପାନ ଏଆରଲାଇନ୍‌ସ ପକ୍ଷରୁ ଆଉ ଏକ ସ୍ୱତନ୍ତ୍ର ବିମାନର ବ୍ୟବସ୍ଥା କରାଯାଇଛି । ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି । ଏହି ସୁମୋ ଯୋଦ୍ଧାମାନଙ୍କର ସାମୂହିକ ଓଜନ ବିମାନ ପାଇଁ ଧାର୍ଯ୍ୟ ଓଜନ ସୀମା ଅତିକ୍ରମ କରିଯିବାରୁ ଏପରି ତ୍ୱରିତ ପଦକ୍ଷେପ ନିଆଯାଇଥିବା ଜଣାଯାଇଛି ।

Middle post content

ଅଧିକ ଓଜନ ହେବାରୁ ୨୭ ଗଲେ ସ୍ୱତନ୍ତ୍ର ବିମାନରେ

After 2nd paragraph post ads

ଜାପାନର ଆମାମି ଓସିମା ଦ୍ୱୀପରେ ଜାତୀୟ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହେବ । ଏଥିରେ ଭାଗ ନେବା ପାଇଁ ୪୬୦ ଜଣ ସୁମୋ ଯୋଦ୍ଧା ଟୋକିଓରୁ ବିମାନରେ ଓସାକା ଯିବାକୁ ବାହାରିଥିଲେ । ସେମାନଙ୍କ ଲାଗି ଦୁଇଟି ବିମାନର ବ୍ୟବସ୍ଥା କରାଯାଇଥିଲା । ତେବେ ସେମାନଙ୍କର ହାରାହାରି ଓଜନ ଜଣେ ସାଧାରଣ ଯାତ୍ରୀଙ୍କ ହାରାହାରି ଓଜନଠାରୁ ପ୍ରାୟ ୧୦୦ ପାଉଣ୍ଡ୍ ବା ୪୫ କେ.ଜି. ଅଧିକ ରହିଥିଲା । ସେମାନଙ୍କର ଏହି ମାତ୍ରାଧିକ ଓଜନକୁ ବହନ କରିବା ଲାଗି ବିମାନରେ ଆବଶ୍ୟକ ପରିମାଣର ଇନ୍ଧନ ଧାରଣ କରିବା ଅସମ୍ଭବ ହୋଇପଡ଼ିଥିଲା । ତେଣୁ ଦୁଇଟି ବିମାନରେ ଆବଶ୍ୟକ ଓଜନ ମୁତାବକ ଯାତ୍ରୀଙ୍କୁ ନିଆଯାଇଥିଲା । ପରେ ଆହୁରି ୨୭ ଜଣ ସୁମୋ ଯୋଦ୍ଧା ରହିଯାଇଥିଲେ । ତେଣୁ ଶେଷ ମୁହୂର୍ତ୍ତରେ ବିମାନସେବା କର୍ତ୍ତୃପକ୍ଷ ଆଉ ଏକ ବିମାନ ଯୋଗାଡ଼ କରି ବଳକା ଖେଳାଳିଙ୍କୁ ପଠାଇଥିଲେ । ବିମାନସେବା କର୍ତ୍ତୃପକ୍ଷଙ୍କ ଏପରି ଉଦ୍ୟମକୁ ସାଧାରଣରେ ଢେର ପ୍ରଶଂସା କରାଯାଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami