ଲେହେଙ୍ଗା ପିନ୍ଧି ସାଇକେଲ ଚାଳନା ସହ ସ୍କିପିଙ୍ଗ୍ କଲେ ଯୁବତୀ

Above Post Content

ଆଜିକାଲି କମ୍ ସମୟରେ ସୋସିଆଲ ମିଡ଼ିଆରେ ଲୋକପ୍ରିୟ ହେବା ପାଇଁ ସମସ୍ତଙ୍କ ଇଛା । ଏଥିଲାଗି ଲୋକେ ନିଜ ଜୀବନକୁ ବାଜି ଲଗାଇବାକୁ ବି ପଛାଉ ନାହାନ୍ତି । ବିଭିନ୍ନ ସମୟରେ ସୋସିଆଲ ମିଡ଼ିଆରେ ବିପଦପୂର୍ଣ୍ଣ ଦୁଃସାହସିକ କାର୍ଯ୍ୟ ନଜର ଆସିଥାଏ । ଏପରି କରିବା ପାଇଁ ଅନେକଙ୍କର ସ୍ୱାଭାବିକ ଦକ୍ଷତା ଥିବା ବେଳେ କେହି କେହି ଦୁଃସାହସିକ ହେବାର ଇଚ୍ଛା ପୂରଣ ଲାଗି ଏପରି କରିଥା’ନ୍ତି । ଆଉ କିଛି ଲୋକ ସାମାଜିକ ଗଣମାଧ୍ୟମରେ ପ୍ରଭୂତ ନାଁ କମାଇବା ପାଇଁ ନିଜ ଜୀବନକୁ ବାଜି ଲଗାଇଦେଇଥା’ନ୍ତି । ଏବେ ଜଣେ ଯୁବତୀ ଲେହେଙ୍ଗା ପିନ୍ଧି ଷ୍ଟଣ୍ଟ୍ କରୁଥିବା ନଜର ଆସିଛି । ଯୁବତୀ ଜଣକ ଏକ ସାଇକେଲ ଚାଳନା ସହ ସ୍କିପିଙ୍ଗ୍ କରୁଥିବା ଭିଡ଼ିଓ ସୋସିଆଲ ମିଡ଼ିଆରେ ଘୂରି ବୁଲୁଛି । ଯୁବତୀଙ୍କ ଏହି ଷ୍ଟଣ୍ଟ୍‌କୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି ।

ଯୁବତୀଙ୍କ ଷ୍ଟଣ୍ଟ ଲୋକଙ୍କୁ କଲା ଆକୃଷ୍ଟ

After 2nd paragraph post ads
Middle post content

ବୁସ୍‌ରା ନାମ୍ନୀ ଇନ୍‌ଷ୍ଟାଗ୍ରାମ୍ ବ୍ୟବହାରକାରୀ ଏହି ଭିଡ଼ିଓକୁ ପୋଷ୍ଟ କରି଼ିଛନ୍ତି । ଏହାର କ୍ୟାପସନରେ ଲେଖିଛନ୍ତି ‘ସ୍କିପିଙ୍ଗ୍ ଇନ୍ ମାଇଁ ଷ୍ଟାଇଲ୍‌’ । ଭିଡିଓରେ ମହିଳା ଜଣକ ଲେହେଙ୍ଗା ପିନ୍ଧି ସାଇକେଲ ଚଳାଉଥିବା ଦେଖିବାକୁ ମିଳିଛି । ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ଜଣେ ଯୁବତୀ ଏକ ଲେହେଙ୍ଗା ପିନ୍ଧିବା ସହ ନିଜକୁ ଖୁବ୍ ସୁନ୍ଦର ଭାବେ ସଜ୍ଜାଇଛନ୍ତି । ତାଙ୍କର ଏହି ଲୁକ୍ ଲୋକଙ୍କୁ ବେଶ୍ ଆକୃଷ୍ଟ କରିଛି । ଯୁବତୀ ଜଣକ ଲେହେଙ୍ଗା ପିନ୍ଧି ସାଇକେଲ ଚଳାଉଛନ୍ତି । କିଛି ସମୟ ପରେ ସେ ଏକ ସ୍କିପିଂ ଦଉଡ଼ି ବାହାର କରି ଚଳନ୍ତା ସାଇକେଲ ଉପରେ ଦଉଡ଼ିଡିଆଁ ଖେଳି ଚାଲିଛନ୍ତି । ସେ ନିଜକୁ ଜଣେ ସ୍ୱପ୍ରଶିକ୍ଷିତ ନୃତ୍ୟଶିଳ୍ପୀ ବୋଲି ପରିଚୟ ଦେଇଛନ୍ତି । ସମୟ ସମୟରେ ପ୍ରଶଂସକମାନଙ୍କ ପାଇଁ ସେ ନିଜେ ନୃତ୍ୟ କଲାବେଳର ଓ ସାଇକେଲ ଚଲଳାଉଥିବାର ଭିଡିଓ ଛାଡ଼ିଥା’ନ୍ତି ।

ଯୁବତୀଙ୍କ  ଷ୍ଟଣ୍ଟ୍କୁ  ପ୍ରଶଂସା

ଏହି ଭିଡ଼ିଓ ଦେଖିବା ପରେ ଲୋକେ ଭିନ୍ନ ଭିନ୍ନ ମତ ଦେଇଛନ୍ତି । ଅନେକ ଲୋକ ଏଭଳି ଦୁଃସାହସିକ କାର୍ଯ୍ୟ ବେଳେ ମହିଳାଙ୍କର ନିରାପତ୍ତା ଆଉ କିଛି ଯୁବତୀଙ୍କ ଏହି ଷ୍ଟଣ୍ଟ୍ ପସନ୍ଦ କରିବା ସହ ତାଙ୍କୁ ପ୍ରଶଂସା କରିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami