ଟ୍ରେନ୍ ଭିତରେ ବିବାହ କଲେ ପ୍ରେମୀ ଯୁଗଳ , ଭିଡ଼ିଓ ଭାଇରାଲ୍

Above Post Content

ନୂଆଦିଲ୍ଲୀ: ଏବେ ସୋସିଆଲ ମିଡ଼ିଆର କ୍ରେଜ୍ ଖୁବ୍ ଅଧିକ । ଏହାକୁ ଦୃଷ୍ଟିରେ ରଖି ଏବେ ଯୁବପିଢି ଏମିତି କିଛି କାରନାମା କରିବାକୁ ଉଦ୍ୟମ କରୁଛନ୍ତି, ଯାହାଦ୍ୱାରା ସେମାନେ ଚର୍ଚ୍ଚାକୁ ଆସୁଛନ୍ତି । ଏହିକ୍ରମରେ ଦିଲ୍ଲୀର ଏକ ପ୍ରେମୀଯୁଗଳ ଚଳନ୍ତା ଟ୍ରେନ୍ ଭିତରେ ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି,ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

Middle post content

ଏପରି ବିବାହ ଦେଖି ଯାତ୍ରୀ ଆଶ୍ଚର୍ଯ୍ୟ

After 2nd paragraph post ads

ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ଏହି ପ୍ରେମୀଯୁଗଳ ଟ୍ରେନରେ ଯାତ୍ରା କରୁଛନ୍ତି । ହଠାତ୍ ପ୍ରେମିକ ଜଣଙ୍କ ଯାତ୍ରୀଙ୍କ ସମ୍ମୁଖରେ ତାଙ୍କ ପ୍ରେମିକାଙ୍କ ମଥାରେ ସିନ୍ଦୂର ଲଗାଉଛନ୍ତିି । ପରେ ଉଭୟ ଉଭୟଙ୍କୁ ବରଣମାଳା ପିନ୍ଧାଉଛନ୍ତି । ପ୍ରେମିକା ଜଣକ ପ୍ରେମିକର ପାଦ ଛୁଇଁ ପ୍ରଣାମ ମଧ୍ୟ କରୁଛନ୍ତି । ଏହି ସମୟରେ ପ୍ରେମିକ ଜଣକ ପ୍ରେମିକାଙ୍କୁ ଉଠାଇ ଆଲିଙ୍ଗନ କରୁଛନ୍ତି । ସେଠାରେ ଉପସ୍ଥିତ ଯାତ୍ରୀମାନେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଆଉ ନିଜ ମୋବାଇଲ କ୍ୟାମେରାରେ ଏପରି ଦୃଶ୍ୟକୁ ରେକର୍ଡ଼ କରିବାକୁ ଲାଗୁଛନ୍ତି । ଏହି ଭିଡ଼ିଓକୁ ସୋସିଆଲ ମିଡ଼ିଆରେ ଛାଡ଼ିବା ପରେ ଏହା ଭାଇରାଲ ହେବାରେ ଲାଗିଛି । ଏହି ଭିଡ଼ିଓ ଦେଖିବା ପରେ ଅନେକ ଭିନ୍ନ ଭିନ୍ନ ମତ ଦେଇଛନ୍ତି । ଅନେକ ବ୍ୟବହାରକାରୀଙ୍କ ମନରେ ଗୋଟିଏ ପ୍ରଶ୍ନ ଏମାନେ ଟ୍ରେନ୍ ଭିତରେ କାହିଁକି ବିବାହ କରିଛନ୍ତି? ସୋସିଆଲ୍ ମିଡିଆ ବ୍ୟବହାରକାରୀମାନେ ଏଥିରେ ଭିନ୍ନ ଭିନ୍ନ ପ୍ରକାରର ମନ୍ତବ୍ୟ ଦେଇଛନ୍ତି । ଆଉ କିଛି କହିଛନ୍ତି ଯେ, ଏହି ପ୍ରେମୀ ଯୁଗଳ ସୋସିଆଲ ମିଡ଼ିଆରେ ପରିଚିତ ହେବା ପାଇଁ ଏପରି କରିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami