ମହିଳାଙ୍କ କେଶର ଲମ୍ବ ୭ ଫୁଟ ୯ ଇଞ୍ଚ

Above Post Content

ପ୍ରତ୍ୟେକ ମହିଳାଙ୍କ ମୁଣ୍ଡରେ କେଶ ସେମାନଙ୍କ ସୌନ୍ଦର୍ଯ୍ୟକୁ ବୃଦ୍ଧି କରିଥାଏ । ସେଥିଲାଗି ସମସ୍ତେ ଲମ୍ବା ଓ ଘନ କେଶ ରଖିବାକୁ ପସନ୍ଦ କରିଥାନ୍ତି । ତେଣୁ ସେମାନେ କେଶର ବହୁତ ଯତ୍ନ ନିଅନ୍ତି । ଘରୋଇ ଉପଚାର କରିବା ସହ ବଜାରରେ ମିଳୁଥିବା ସାମଗ୍ରୀ ମଧ୍ୟ ବ୍ୟବହାର କରିଥାନ୍ତି । ତଥାପି ଅନେକ ସମୟରେ ସୁନ୍ଦର, ଘନ ଲମ୍ବା କେଶ ହେବା ସମ୍ଭବ ହୋଇ ନ ଥାଏ । ହେଲେ ଉତ୍ତରପ୍ରଦେଶର ଜଣେ ମହିଳା ଲମ୍ବା ଓ ଘନ କେଶ ରଖି ଚର୍ଚ୍ଚାକୁ ଆସିଛନ୍ତି । କେବଳ ସେତିକି ନୁହେଁ, ଏହି ଲମ୍ବା ଓ ଘନ କେଶ ଯୋଗୁ ତାଙ୍କ ନାମ ଗିନିଜ୍ ୱାଲର୍ଡ଼ ରେକର୍ଡ଼ରେ ସ୍ଥାନ ପାଇଛି ।

ସ୍ମିତା ସବୁଠାରୁ ଲମ୍ବା କେଶଧାରୀ ମହିଳା

After 2nd paragraph post ads

ଉତ୍ତରପ୍ରଦେଶର ସ୍ମିତା ଶ୍ରୀବାସ୍ତବ । ବୟସ ୪୬ ବର୍ଷ । ସେ ଏବେ ତାଙ୍କର ଲମ୍ବା କେଶକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ସେ ୨୩୬.୨୨ ସେ.ମି. ବା ୭ ଫୁଟ ୯ ଇଞ୍ଚ ଲମ୍ବ କେଶ ବଢ଼ାଇ ଗିନିସ୍ ୱାଲର୍ଡ଼ ରେକର୍ଡ ହାସଲ କରିଛନ୍ତି । ଏହି ରେକର୍ଡ ଅନୁସାରେ ସ୍ମିତା ହେଉଛନ୍ତି ପୃଥିବୀର ସବୁଠାରୁ ଲମ୍ବା କେଶଧାରୀ ମହିଳା । ତାଙ୍କୁ ଯେତେବେଳେ ୧୪ ବର୍ଷ ହୋଇଥିଲା, ସେ ମୁଣ୍ଡରେ ଲମ୍ବା ଚୁଟି ରଖିବା ପାଇଁ ମନ ବଳାଇଥିଲେ । ତାଙ୍କ ମାଆଙ୍କର ଲମ୍ବା ଘନ କେଶ ତାଙ୍କୁ ଏଥିପାଇଁ ଉତ୍ସାହିତ କରିଥିଲା । ୧୯୮୦ ଦଶକର ହିନ୍ଦୀ ଅଭିନେତ୍ରୀମାନଙ୍କର ଲମ୍ବା କେଶବିନ୍ୟାସ ଦ୍ୱାରା ମଧ୍ୟ ସେ ଅନୁପ୍ରାଣିତ ହୋଇଥିଲେ ।

Middle post content

ମହିଳା ଚୁଟି କାଟିବା ଅଶୁଭ

ସ୍ମିତାଙ୍କ କହିବା ଅନୁସାରେ, ଭାରତୀୟ ସଂସ୍କୃତିରେ ଦେବୀମାନଙ୍କର ହିଁ ପାରମ୍ପରିକ ଭାବେ ଲମ୍ବା କେଶ ରହିଥାଏ । ସେହିପରି ତାଙ୍କ ସମାଜରେ ମହିଳାମାନେ ଚୁଟି କାଟିବା ଏକ ଅଶୁଭ ଲକ୍ଷଣ ଭାବେ ବିବେଚିତ ହେଉଥିବାରୁ ସେମାନେ ଏପରି ଚୁଟି ବଢ଼ାଇବାକୁ ପସନ୍ଦ କରିଥା’ନ୍ତି । ସ୍ମିତା ତାଙ୍କର ଏହି ବର୍ଦ୍ଧିତ କେଶକୁ ସପ୍ତାହରେ ଦୁଇ ଥର ଧୋଇଥା’ନ୍ତି । ପ୍ରତିଥର ଏପରି ଚୁଟି ସଫା କରିବା, ଶୁଖାଇବା ଓ ବେଣୀ ବାନ୍ଧିବାକୁ ତାଙ୍କୁ ତିନି ଘଣ୍ଟା ସମୟ ଲାଗିଥାଏ । ତେବେ ଚୁଟିର ଯତ୍ନ ନେବା ଭିତରେ ମୁଣ୍ଡରୁ ଅନେକ କେଶ ମଧ୍ୟ ଝଡ଼ି ତଳେ ପଡ଼ିଥାଏ ।

୨୦ ବର୍ଷ ହେଲା ସାଇତି ରଖିଛନ୍ତି ଝଡ଼ିଥିବା କେଶ

ନିଜ ଚୁଟିକୁ ସେ ଏତେ ଭଲ ପାଆନ୍ତି ଯେ ଗତ ୨୦ ବର୍ଷ ହେଲା ତାଙ୍କର ଝଡ଼ିଥିବା ସମସ୍ତ କେଶକୁ ସେ ଏବେ ବି ସାଇତି ରଖିଛନ୍ତି । ଏକଦା ସେ ଗର୍ଭବତୀ ଥିବା ବେଳେ ଅସୁସ୍ଥ ହୋଇପଡ଼ିବାରୁ ଜୀବନରେ ପ୍ରଥମ ଥର ପାଇଁ ଚୁଟିକୁ କାଟି ୬ ଫୁଟ ଲମ୍ବର କରିଦେଇଥିଲେ । ଏପରି ଲମ୍ବା ଚୁଟି ରଖିବା ପାଇଁ ତାଙ୍କୁ ଅନେକ କଷ୍ଟ କରିବାକୁ ପଡ଼ିଛି । ଏବେ ଗିନିସ୍ ବିଶ୍ୱ ରେକର୍ଡ ପାଇବା ପରେ ତାଙ୍କ ପରିଶ୍ରମର ମୂଲ୍ୟ ମିଳିଛି ବୋଲି ସେ କହିଛନ୍ତି । ତାଙ୍କ ଚୁଟିରେ ହିଁ ତାଙ୍କ ଜୀବନ ରହିଛି, ତେଣୁ ସେ ବଞ୍ଚିଥିବା ଯାଏ ଚୁଟି ବଢ଼ାଇ ଚାଲିଥିବେ ବୋଲି ସ୍ମିତା କହିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami