ଏସ୍କାଲେଟରରେ ପାହାଡ଼ଚଢ଼ା, ପ୍ରକୃତିକୁ ଉପଭୋଗର ନିଆରା ଅନୁଭୂତି

Above Post Content

ପର୍ଯ୍ୟଟନ ଦୃଷ୍ଟିକୋଣରୁ ଚୀନ ଏକ ଉଚିତ୍ କ୍ଷେତ୍ର । ଗୋଟିଏ ପଟେ ପର୍ଯ୍ୟଟନ ଏବଂ ବିକାଶ ଦେଶକୁ ଆଗକୁ ନେଉଥିବା ବେଳେ ଏବେ ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଅନେକ ଉଦ୍ୟମ କରାଯାଉଛି । ପାହାଡ଼ ଚଡ଼ିବା ଅନୁଭୂତି ନିଆରା । ହେଲେ ପର୍ଯ୍ୟଟକଙ୍କ ସୁବିଧାଙ୍କ ଦୃଷ୍ଟିରେ ରଖି ଅନେକ ପର୍ଯ୍ୟଟନସ୍ଥଳୀରେ ରୋପୱେର ବ୍ୟବସ୍ଥା କରାଯାଇଛି । ଯାହାଦ୍ୱାରା ପର୍ଯ୍ୟଟକମାନେ ପାହାଡ଼ ଉପରକୁ ଯାଇ ପ୍ରାକୃତିକ ଦୃଶ୍ୟ ଉପଭୋଗ କରିପାରିବେ । ହେଲେ ଏସବୁଠାରୁ ଚୀନ୍ ଟିକେ ଆଗରେ । କାରଣ ଚୀନ୍‌ରେ ପର୍ଯ୍ୟଟକଙ୍କ ସୁବିଧା ପାଇଁ ପାହାଡ଼ରେ ଏସ୍କାଲେଟରର ବ୍ୟବସ୍ଥା କରାଯାଇଛି । ଏହାଦ୍ୱାରା ପର୍ଯ୍ୟଟକମାନେ ଆରାମରେ ପାହାଡ଼ର ଶୀଖରକୁ ଯାଇ ପ୍ରକୃତିର ମନୋରମ ଦୃଶ୍ୟ ଉପଭୋଗ କରିପାରୁଛନ୍ତି ।

ବିଭିନ୍ନ ପାହାଡ଼ରେ ଖଞ୍ଜାଯାଇଛି ଏସ୍କାଲେଟର

After 2nd paragraph post ads
Middle post content

ଚୀନ୍‌ର ଝେଜିଆଙ୍ଗ ପ୍ରଦେଶରେ ରହିଥିବା ପର୍ବତମାଳାର ମନୋରମ ଦୃଶ୍ୟ ଉପଭୋଗ କରିବା ପାଇଁ ବର୍ଷ ତମାମ ପର୍ଯ୍ୟଟକଙ୍କ ଭିଡ଼ ଜମିଥାଏ । ଅନେକ ପର୍ଯ୍ୟଟକଙ୍କ ପାଇଁ ପାଦରେ ପାହାଡ଼ ଚଢ଼ି ଶିଖରରେ ପହଞ୍ଚିବା ଏକ ଦୁରୂହ ବ୍ୟାପାର । ଝେଜିଆଙ୍ଗର ଚୁନାନ୍ କାଉଣ୍ଟି ରେ ରହିଛି ତନ୍ୟୁ ପାହାଡ଼ । ଏହି ପାହାଡ଼ର ଉଚ୍ଚତା ମାତ୍ର ୩୫୦ ମିଟର । ହେଲେ ଏହାର ଶୀଖରକୁ ଯିବାକୁ ହେଲେ ତାହାର ଚତୁଃପାର୍ଶ୍ୱରେ ଥିବା ତିନିଟି ପାହାଡ଼କୁ ଚାଲି ଚାଲି ଅତିକ୍ରମ କରିବାକୁ ପଡ଼ିଥାଏ, ଯାହା ବୟସ୍କ ଓ ଶିଶୁମାନଙ୍କ ପକ୍ଷେ ଅସମ୍ଭବ ହେଉଥିଲା । ତେବେ ଏଣିକି ଆଉ ସେମାନଙ୍କୁ ସେ ବାବଦରେ କଷ୍ଟ କରିବାକୁ ପଡ଼ିବନି । ସେଠାରେ ଲଗାଯାଇଛି ଏସ୍କାଲେଟର । କେବଳ ଏହି ପାହାଡ଼ ନୁହେଁ, ବିଭିନ୍ନ ପାହାଡ଼ରେ ପର୍ଯ୍ୟଟନ ପରିଚାଳନା କମ୍ପାନୀମାନେ ଶହ ଶହ ମିଟର ଲମ୍ବର ଏସ୍କାଲେଟରମାନ ଖଞ୍ଜି ଦେଇଛନ୍ତି । ଫଳରେ ଏକଦା ବିପଦସଂକୁଳ ପର୍ବତପଥରେ କେବଳ ପଦଯାତ୍ରା ଦ୍ୱାରା ସମ୍ଭବ ହେଉଥିବା ସୁଦୃଶ୍ୟ ସ୍ଥାନଗୁଡ଼ିକ ଏବେ ଆରୋହଣକାରୀଙ୍କ ପାଇଁ କେଇ ମିନିଟ୍‌ରେ ଉପଲବ୍‌ଧ ହୋଇପାରୁଛି ।

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଛି ଏସ୍କାଲେଟର

ଏସ୍କାଲେଟର ଖଞ୍ଜିଥିବା ଜଣେ କମ୍ପାନି କର୍ମଚାରୀଙ୍କ କହିବାନୁସାରେ, ଏପରି ଏସ୍କାଲେଟର ଖଞ୍ଜିବାର ମୂଳ ଉଦ୍ଦେଶ୍ୟ ହେଉଛି ପର୍ବତ ଆରୋହଣରେ  ସମସ୍ୟାର ସମାଧାନ କରିବା । ପ୍ରଥମେ ସେଠାରେ କେବୁଲ ପଥ ନିର୍ମାଣ କରିବାର ଯୋଜନା ଥିଲା । ମାତ୍ର ତାହାର ସୀମିତ ପରିବହନ କ୍ଷମତା ଓ ବିପଦ ଆଶଙ୍କାକୁ ଦୃଷ୍ଟିରେ ରଖି ଏହି ସୁବିଧା ବିକଳ୍ପ ବ୍ୟବସ୍ଥା କରାଯାଇଛି । ଯଦିଓ ଏହାର ସୁଗମତା ଦୃଷ୍ଟିରୁ ଅନେକ ପର୍ବତାରୋହୀ ଏହି ଏସ୍କାଲେଟରକୁ ପସନ୍ଦ କରୁଛନ୍ତି, ଆଉ କିଛି ଲୋକ ଏହାକୁ ନାପସନ୍ଦ କରିଛନ୍ତି । ସେମାନଙ୍କ ମତରେ ସହଜରେ ଓ ଅତି କମ୍ ସମୟ ଭିତରେ ପାହାଡ଼ ଶୀର୍ଷରେ ପହଞ୍ଚିବା ଦ୍ୱାରା ପାଦଚଢ଼ାଜନିତ ପର୍ବତୀୟ ଅନୁଭୂତିର ଆନନ୍ଦକୁ ଏହା ସଂପୂର୍ଣ୍ଣ ଦୂରେଇ ଦେଉଛି । ବିଭିନ୍ନ ପାହାଡ଼ରେ ଏସ୍କାଲେଟର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami