ପାଦସ୍ପର୍ଶ କଲେ ରେଖା; ବର୍ଷବର୍ଷର ରାଗ ଭୁଲିଲେ ଶତୃଘ୍ନ

Above Post Content

ମୁମ୍ବାଇ: ବର୍ଷ ବର୍ଷର ରାଗ ଭୁଲିଗଲେ ବଲିଉଡ଼ର ପ୍ରସିଦ୍ଧ ଅଭିନେତ୍ରୀ ରେଖା ଓ ଅଭିନେତା ଶତ୍ରୁଘ୍ନ । ନିକଟରେ ଏକ ପାର୍ଟିରେ ରେଖା ଓ ଶତ୍ରୁଘ୍ନ ଦେଖା ହୋଇଥିଲେ । ରେଖା ଦେଖୁ ଦେଖୁ ଆଗପଛ କିଛି ନ ବିଚାରି ସିଧା ଯାଇ ଶତ୍ରୁଘ୍ନଙ୍କ ପାଦ ଛୁଇଁ ଦେଇଥିଲେ । ବାସ୍ ଏତିକିରେ କଥା ସରିଥିଲା । ଶତ୍ରୁଘ୍ନ ରେଖାଙ୍କୁ ଉଠାଇ ଆଲିଙ୍ଗନ କରିବା ସହ ଦୀର୍ଘ ବର୍ଷର ରାଗରୁଷାକୁ ସବୁଦିନ ପାଇଁ ଭୁଲି ଯାଇଥିଲେ । ଏହାର ଫଟୋ ଓ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ସମସ୍ୟା ସମାଧାନ ପାଇଁ ଆଗେଇ ଆସିଥିଲେ ଶତ୍ରୁଘ୍ନଙ୍କ ପତ୍ନୀ

After 2nd paragraph post ads
Middle post content

୯୦ ଦଶକର ଆଗ ଧାଡ଼ିର ଅଭିନେତ୍ରୀ ହେଉଛନ୍ତି ରେଖା । ସେ ତାଙ୍କ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ମନ ଜିତି ନିଅନ୍ତି । ଆଜି ମଧ୍ୟ ଲୋକେ ତାଙ୍କ ଅଭିନୟ କୁ ଖୁବ୍ ପ୍ରଶଂସା କରନ୍ତି । ଏବେ ପର୍ଯ୍ୟନ୍ତ ତାଙ୍କ ସୁନ୍ଦରତା ଉପରେ ଟିକେ ବି ଫରକ୍ ପଡ଼ି ନାହିଁ । ଅନ୍ୟ ପଟେ ଶତୃଘ୍ନ ସିହ୍ନା ଙ୍କୁ କିଏ ବା ନ ଜାଣେ । ଦିନ ଥିଲା ଯେତେବେଳେ ଶତୃଘ୍ନ ଓ ରେଖା ଙ୍କ ଭିତରେ ଭଲ ସମ୍ପର୍କ ରହିଥିଲା । ସେ ସମୟରେ ରେଖା ଓ ଶତ୍ରୁଘ୍ନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ନେଇ ଚର୍ଚ୍ଚା ବି ହେଉଥିଲା । ଦୁହେଁ ଅନେକ ଫିଲ୍ମ ରେ ଏକାଠି ମିଶି କାମ କରିଥିଲେ । ତାଙ୍କର ଏକ ଫିଲ୍ମ ଥିଲା ଖୁନ ଭରି ମାଙ୍ଗ । ଏହି ସମୟରେ କୌଣସି ଏକ ଏକ କଥା କୁ ନେଇ ଦୁହିଁ ଙ୍କ ଭିତରେ ଖୁବ୍ ଝଗଡ଼ା ଲାଗିଥିଲା । ଦୁହେଁ ପରସ୍ପର ସହିତ କେବେ ବି କଥା ନ ହେବା ପାଇଁ ପ୍ରତିଜ୍ଞା କରିଥିଲେ । ସେବେଠାରୁ ସେମାନେ କଥା ହେଉ ନ ଥିଲେ । ଶେଷ ରେ ଏହି ବିବାଦ ର ସମାଧାନ କରିବାକୁ ଆଗେଇ ଆସି ଥିଲେ ଶତୃଘ୍ନ ସିହ୍ନା ଙ୍କ ପତ୍ନୀ ପୁନମ ସିହ୍ନା । ସେମାନେ ଯେଉଁ ପାର୍ଟି କୁ ଯାଉଥିଲେ ସେଠାରେ ମଧ୍ୟ କଥା ହେଉ ନ ଥିଲେ । ପରସ୍ପର କୁ ଅଣ ଦେଖା କରୁଥିଲେ ଦୁହେଁ । ପୁନମ ବହୁ ଚେଷ୍ଟା କରିବା ପରେ ମଧ୍ୟ ବିଫଳ ହୋଇଥିଲେ ।

ରାଗରୁଷା ଭୁଲି ରେଖାଙ୍କୁ ଆଲିଙ୍ଗନ କଲେ ଶତ୍ରୁଘ୍ନ

ନିକଟରେ ଶତୃଘ୍ନ ସିହ୍ନା ଓ ତାଙ୍କ ପତ୍ନୀ ଏକ ବିବାହ ରିସେପସନ୍ ପାର୍ଟିରେ ଯୋଗ ଦେବାକୁ ଯାଇଥିଲେ । ଏହି ପାର୍ଟିକୁ ରେଖା ମଧ୍ୟ ଆସିଥିଲେ । ସେଠାରେ ଶତ୍ରୁଘ୍ନ ତାଙ୍କ ପତ୍ନୀ ପୂର୍ଣ୍ଣମଙ୍କ ସହ ଫଟୋ ଉଠାଉଥିଲେ । ଏହି ସମୟରେ ରେଖା ହଠାତ ପହଞ୍ଚି ଶତୃଘ୍ନଙ୍କ ପାଦସ୍ପର୍ଶ କରିଥିଲେ । ଏହାପରେ ଶତୃଘ୍ନ ରେଖାଙ୍କୁ ଉଠାଇ ଆଲିଙ୍ଗନ କରିବା ସହିତ ବର୍ଷବର୍ଷ ଧରି ଥିବା ରାଗକୁ ସବୁଦିନ ପାଇଁ ଭୁଲି ଯାଇଥିଲେ । ଏଦୃଶ୍ୟକୁ ଦେଖି ଘଟଣାସ୍ଥଳରେ ଉପସ୍ଥିତ ଥିବା ସମସ୍ତେ ଯେତିକି ଆଶ୍ଚର୍ଯ୍ୟ ହୋଇଥିଲେ ଯେତିକି ଖୁସି ବି ହୋଇଯାଇଥିଲେ । ସୁପରଷ୍ଟାର ଅମିତାଭ ବଚ୍ଚନ ଏବଂ ରେଖାଙ୍କ ମଧ୍ୟରେ ପ୍ରେମ ଏବଂ ବିଚ୍ଛେଦର କାହାଣୀକୁ କିଏ ବା ନ ଜାଣିଛି । ସମସ୍ତେ ଏଦୁହିଁଙ୍କ ପ୍ରେମ କାହାଣୀ ବିଷୟରେ ଜାଣିଛନ୍ତି । ଅମିତାଭ ଜୟା ଙ୍କୁ ବିବାହ କରିବା ପରେ ସବୁ କିଛି ବଦଳି ଯାଇଥିଲା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami