ସ୍ମରଣୀୟ କରିବା ପାଇଁ ବିମାନରେ କଲେ ବିବାହ

Above Post Content

ଦୁବାଇ: ସାଧାରଣତଃ ଅଧିକାଂଶ ଲୋକ ନିଜ ବିବାହକୁ ସ୍ୱତନ୍ତ୍ର କରିବାକୁ ଚାହାଁନ୍ତି । ଏହାକୁ ସ୍ମରଣୀୟ କରିବା ପାଇଁ ବିଭିନ୍ନ ଉପାୟ ଆପଣାଇଥାନ୍ତି । ସେ ସାଜ୍ଜସଜ୍ଜା ହେଉ ବା ମେକ୍‌ଅପ୍‌, ବା ଭୋଜି ସବୁକିଛି ନୂଆ କରିବାକୁ ଚାହାଁନ୍ତି ସସସ୍ତେ । ସେହିପରି ବିବାହ ସମୟରେ ବର କାର, ଘୋଡ଼ାଗାଡ଼ି, ଟ୍ରକ୍‌, ଟ୍ରାକ୍ଟର, ହେଲିକପ୍ଟରରେ ବସି ଆସୁଥିବା ଦେଖିଥିବେ ବା ଶୁଣିଥିବେ । ଏବେ ଏମିତି ଏକ ଭିଡ଼ିଓ ଭାଇରାଲ ହେଉଛି, ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏବେ ଜଣେ ବ୍ୟବସାୟୀ ତାଙ୍କ ଝିଅଙ୍କ ବିବାହକୁ ସ୍ମରଣୀୟ କରିବା ପାଇଁ ବିମାନ ଭିତରେ ବିବାହ କରିଛନ୍ତି । କେବଳ ସେତିକି ନୁହେଁ, ବିବାହର ବିଭିନ୍ନ ରଶମ ମଧ୍ୟ କରି ଚର୍ଚ୍ଚାକୁ ଆସିଛନ୍ତି ।

After 2nd paragraph post ads
Middle post content

ବିମାନ ଉଡ଼ୁଥିବା ବେଳେ କରାଗଲା ମେହେନ୍ଦୀ, ହଳଦୀ, ସଙ୍ଗୀତ କାର୍ଯ୍ୟକ୍ରମ

ବିବାହକୁ ଜାକଜକମରେ ଓ ନୂଆ ଢଙ୍ଗରେ କରିବା ପାଇଁ ବର-କନ୍ୟାଙ୍କ ପରିବାର ବିଭିନ୍ନ ପ୍ରକାର ପ୍ଲାନିଂ କରିଥାନ୍ତି । ୱେଡିଂ ସହ ଏବେ ଡେଷ୍ଟିନେଶନ ୱେଡିଂର ଚାହିଦା ଅଧିକ । ଏହାରି ଭିତରେ ନିକଟରେ ଏକ ନୂଆ ଅନ୍ଦାଜରେ ବିବାହ ଆୟୋଜନ କରାଯାଇଛି । ୟୁଏଇ ଅଧିବାସୀ ଭାରତୀୟ ବ୍ୟବସାୟୀ ଦିଲ୍ଲୀପ ପୋପଲେ ନିଜ ଝିଅର ବାହାଘର ଜେଟଏକ୍ସ ବୋଇଙ୍ଗ ୭୪୭ ବିମାନ ଭିତରେ କରିଛନ୍ତି । ନଭେମ୍ବର ୨୪ରେ ଏହି ବାହାଘର ଦୁବାଇରେ ଅନୁଷ୍ଠିତ ହୋଇଯାଇଛି । ବାହାଘର ସହିତ ବିଭିନ୍ନ ରଶମ ମଧ୍ୟ ବିମାନର ଆୟୋଜନ ହୋଇଥିଲା । ମେହେନ୍ଦୀ, ସଙ୍ଗୀତ ଓ ହଲଦୀ ପାଇଁ ଜେଟର ବିଭିନ୍ନ ସ୍ଥାନକୁ ବିଭିନ୍ନ ଶୈଳୀରେ ଡେକୋରେଟ କରାଯାଇଥିଲା । ଜେଟ୍ ଭିତରେ ଲୋକେ ନାଚ-ଗୀତରେ ଝୁମୁଥିବାର ନଜର ଆସିଛି । ବିମାନ ଉଡୁଥିବାବେଳେ ସବୁ ଅତିଥିଙ୍କୁ ବିବାହ ମଣ୍ଡପକୁ ସ୍ୱାଗତ କରାଯାଇଥିଲା । ଏଥିସହ ବିଭିନ୍ନ ରୀତିନିତି ମଧ୍ୟ ବିମାନ ଉଡ଼ୁଥିବା ବେଳେ କରାଯାଇଥିଲା । ନିଜ ଝିଅର ବାହାଘରକୁ ସ୍ମରଣୀୟ କରିବା ପାଇଁ ଦିଲ୍ଲୀପ ଏପରି କରିଥିବା କହିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami